ମୋ ଧନକୁ ଡାକ୍ତର ଟ୍ରିଟ୍‌ମେଣ୍ଟ କଲେନି: ବାପା, ଭାଇ ତମେ ବି ଆସିଲନି...

ଜଗତସିଂପୁର/କଟକ (ଓଡ଼ିଶା ରିପୋର୍ଟର) :କରୋନା ଭୟାବହତା ଭିତରେ ବଢୁଛି ଆତ୍ମହତ୍ୟା ହାର । ଗତ ୨ ମାସ ମଧ୍ୟରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି ବିଭିନ୍ନ ଅଞ୍ଚଳରୁ। କେଉଁଠି ସ୍ୱାମୀ ମୃତ୍ୟୁ ପରେ ପତ୍ନୀ ଜୀବନ ହାରିଦେଲେଣି, ତ ଆଉ କେଉଁଠି ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେଣି ମା ବାପା। ଏପରିକି ସଂଗରୋଧ କେନ୍ଦ୍ର ପରିସରରେ ନିଜକୁ ଝୁଲାଇ ଜୀବନ ହାରିଦେଇଛନ୍ତି ପ୍ରବାସ ଫେରନ୍ତା । ଏଭଳି ସ୍ଥିତିରେ ଗତକାଲି ଜଗତସିଂପୁର ଏବଂ ଗଞ୍ଜାମ ଜିଲ୍ଳାର […]

7909

7909

Tapas Behera
  • Published: Saturday, 04 July 2020
  • Updated: 04 July 2020, 08:10 PM IST

Sports

Latest News

ଜଗତସିଂପୁର/କଟକ (ଓଡ଼ିଶା ରିପୋର୍ଟର) :କରୋନା ଭୟାବହତା ଭିତରେ ବଢୁଛି ଆତ୍ମହତ୍ୟା ହାର । ଗତ ୨ ମାସ ମଧ୍ୟରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି ବିଭିନ୍ନ ଅଞ୍ଚଳରୁ। କେଉଁଠି ସ୍ୱାମୀ ମୃତ୍ୟୁ ପରେ ପତ୍ନୀ ଜୀବନ ହାରିଦେଲେଣି, ତ ଆଉ କେଉଁଠି ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେଣି ମା ବାପା। ଏପରିକି ସଂଗରୋଧ କେନ୍ଦ୍ର ପରିସରରେ ନିଜକୁ ଝୁଲାଇ ଜୀବନ ହାରିଦେଇଛନ୍ତି ପ୍ରବାସ ଫେରନ୍ତା । ଏଭଳି ସ୍ଥିତିରେ ଗତକାଲି ଜଗତସିଂପୁର ଏବଂ ଗଞ୍ଜାମ ଜିଲ୍ଳାର ୨ଟି ଆତ୍ମହତ୍ୟା ମାମଲା ଆଲୋଡ଼ନ ସୃଷ୍ଟି କରିଛି ସାରା ରାଜ୍ୟରେ। ଜଗତସିଂପୁର ଜିଲ୍ଲା କଟିଜଙ୍ଗା ଗାଁର ନିର୍ଲିପ୍ତ ଭୋଳ ମୃତ୍ୟୁର ୩ ଦିନ ପରେ ତାଙ୍କ ସ୍ତ୍ରୀ ସୁଭଦ୍ରା ହାରିଦେଲେ ଜୀବନ । ଉଭୟେ ଗତ ଜୁନ୍ ୩୦ ତାରିଖରୁ ତେଲେଙ୍ଗାନାରୁ ଆସି ଜଗତସିଂହପୁର ଏସ୍‌ଭିଏମ୍ କଲେଜ୍ ଟିଏମ୍ସିରେ ରହୁଥିଲେ।

ଜୁଲାଇ ୧ରେ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା କିନ୍ତୁ ସ୍ୱାମୀ ଅସୁସ୍ଥ ହେବାରୁ ସେଦିନ ରାତିରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର କୋଭିଡ-19 ଆଇସୋଲେସନ୍ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ତାପରଦିନ ନିର୍ଲିପ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀଙ୍କ ବିୟୋଗରେ ଭାଙ୍ଗିପଡ଼ି ପତ୍ନୀ ସୁଭଦ୍ରା ବି ହାରିଦେଲେ ଜୀବନ। ସ୍ୱାମୀଙ୍କ ବିୟୋଗ ପାଇଁ ଚିକିତ୍ସା ବ୍ୟବସ୍ଥାକୁ ଦାୟୀ କରିବା ସହ ଏକ ଅଡିଓ ଛାଡ଼ିଦେଇଗଲେ। ଯାହା ଏବେ ଭାଇରାଲ୍ ହୋଇଛି । ଏନେଇ ସମ୍ପର୍କୀୟଙ୍କ ଏତଲା ପରେ ପୁଲିସ ଖୋଳତାଡ଼ କରୁଛି।

ସେଥିରେ ସେ କହୁଛନ୍ତି  ମାମୁ ଭାଇ ସମସ୍ତେ ମୋ କଥା ଶୁଣିବ। ମୋ ଧନକୁ ସେମାନେ ଟ୍ରିଟ୍‌ମେଣ୍ଟ କଲେନି। ତମେମାନେ ବି କେହି ଆସିଲନି। ଡାକ୍ତରମାନେ ବି କେହି ମୋ ସ୍ୱାମୀକୁ ଚିକିତ୍ସା କଲେନି। ମୋ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା। ମୋ ଧନ ମୋତେ ଛାଡ଼ିଚାଲିଗଲା। ମୁଁ ବି ମୋ ଧନ ପାଖକୁ ଚାଲି ଯାଉଛି।

https://youtu.be/RnRwS_mHUpc

ସେହିପରି ଗଞ୍ଜାମ କବିସୂର୍ଯ୍ୟନଗର ନାରାୟଣପୁର ଶାସନ ଗାଁରେ ପୁଅର ମୃତ୍ୟୁ ପରେ ମାସୁଲୋଚନା ଏବଂ ବାପା ରାଜକିଶୋର ଶତପଥୀ ଜୀବନ ହାରିଦେଇଥିବା କୁହାଯାଉଛି। ଗତ ବୁଧବାର ପୁଅ ସୀମାଞ୍ଚଳଙ୍କୁ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କାଲି ତାଙ୍କର ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅକୁ ହରାଇବା ପରେ ଭାଙ୍ଗିପଡ଼ିଥିଲେ ବୃଦ୍ଧ ବାପା, ମା । ଶେଷରେ ଘର ଭିତରେ ମା ଏବଂ ନିକଟ ଜଙ୍ଗଲରେ ବାପା ଆତ୍ମହତ୍ୟା କରିଥିବା କୁହାଯାଉଛି । ବଡ଼କଥା ହେଉଛି, କରୋନା ଭୟରେ ଉଭୟଙ୍କ ମୃତଦେହକୁ କେହି ଛୁଇଁବାକୁ ବି ଆସିନଥିଲେ। ୧୫ ଘଣ୍ଟା ଧରି ପୋଷ୍ଟମର୍ଟମ ନହୋଇ ଆସିକା ମେଡ଼ିକାଲରେ ପଡ଼ିରହିବା ପରେ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା ମୃତଦେହକୁ।

କରୋନା ପରଠୁ ଗତ ପ୍ରାୟ ୨ ମାସ ହୋଇଗଲାଣି। ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା । ସେହିପରି ଜୁନ୍ ୬ରେ କନ୍ଧମାଳ ଜିଲ୍ଲା ବଡ଼ଗାଁ କୋଭିଡ୍ ସେଣ୍ଟରରେ ସୁଇସାଇଡ୍ ନୋଟ୍ ସହ ମିଳିଥିଲା ଜଣେ ଯୁବକଙ୍କ ମୃତଦେହ । ମେ୧୫। ମୟୂରଭଞ୍ଜ ଅଁଳା ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ସେଣ୍ଟର ନିକଟରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣଙ୍କ ମୃତ ଦେହ। ଏପ୍ରିଲ ୦୮ । ସୁନ୍ଦରଗଡ଼ ଗୁରୁଣ୍ଡିଆ ବ୍ଲକ ଅଞ୍ଚଳର ଅସ୍ଥାୟୀ ଶିବିରରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ। ତେବେ ମନସ୍ତତ୍ତ୍ୱବିତଙ୍କ କହିବା କଥା, କରୋନା ଭଳି ସମୟରେ ସତର୍କ ଆଉ ସଜାଗ ହେବା ସହ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଦିନ ଆସିବ ଏହି ସମୟ ବି ଚାଲିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos