ପ୍ରେମିକ ପ୍ରବର ପିଣ୍ଟୁଙ୍କ ବିଚିତ୍ର କାଣ୍ଡ: ଲଭ୍‌, ସେକ୍ସ ଓ ଧୋକାରେ ସେଞ୍ଚୁରୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଭ୍, ସେକ୍ସ ଆଉ ତା’ପରେ ଧୋକା। ଗିରଫ ହୋଇ ଜେଲ୍ ଯିବା ପରେ ବି ଖୋଇ ଛାଡ଼ିନି ୪୨୦ ପ୍ରେମିକ। ଆମେ କହୁଛୁ ଏଭଳି ଜଣେ ଧୋକ୍କାବାଜ୍‌ର କଥା ଯିଏ ବହୁ ଯୁବତୀ ଓ ମହିଳାଙ୍କ ଜୀବନ ସହ ଖେଳ ଖେଳି ଧୋକ୍କା ଦେଇଚାଲିଛି। ଏପରିକି ଜେଲରୁ ଜାମିନ୍‌ରେ ମୁକୁଳିବା ପରେ ବି ଭୁବନେଶ୍ୱରରେ ପୁଣି ଶିକାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏପରିକି ଧୋକାବାଜି ପ୍ରେମିକର ଶିକାର କିଛି ମହିଳା ଓଟିଭି ଆଗରେ […]

b-987

Tapas Behera
  • Published: Wednesday, 11 September 2019
  • , Updated: 11 September 2019, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଭ୍, ସେକ୍ସ ଆଉ ତା’ପରେ ଧୋକା। ଗିରଫ ହୋଇ ଜେଲ୍ ଯିବା ପରେ ବି ଖୋଇ ଛାଡ଼ିନି ୪୨୦ ପ୍ରେମିକ। ଆମେ କହୁଛୁ ଏଭଳି ଜଣେ ଧୋକ୍କାବାଜ୍‌ର କଥା ଯିଏ ବହୁ ଯୁବତୀ ଓ ମହିଳାଙ୍କ ଜୀବନ ସହ ଖେଳ ଖେଳି ଧୋକ୍କା ଦେଇଚାଲିଛି। ଏପରିକି ଜେଲରୁ ଜାମିନ୍‌ରେ ମୁକୁଳିବା ପରେ ବି ଭୁବନେଶ୍ୱରରେ ପୁଣି ଶିକାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏପରିକି ଧୋକାବାଜି ପ୍ରେମିକର ଶିକାର କିଛି ମହିଳା ଓଟିଭି ଆଗରେ ସେମାନଙ୍କ କାହାଣୀ ବଖାଣିବା ସହ ସଂପୃକ୍ତ ଲମ୍ପଟ ଯୁବକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପ୍ରିୟରଞ୍ଜନ ନାୟକ ଓରଫ ପିଣ୍ଟୁ। ଘର କନ୍ଧମାଳରେ।

ଭୁବନେଶ୍ୱରର ଏକ ହଷ୍ଟେଲରେ କାମ କରୁଥିବା ଜଣେ ଯୁବତୀ ଏମିତି ପିଣ୍ଟୁଙ୍କ ପ୍ରେମରେ ଫସି ଯାଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୯ବର୍ଷ କାଳ ତାଙ୍କ ସହ ସମ୍ପର୍କ ରଖିଥିଲେ ପିଣ୍ଟୁ। ଶେଷରେ ଟଙ୍କା ପଇସା ଲୁଟି ଫେରାର ମାରିଥିଲା ପିଣ୍ଟୁ। ଏନେଇ ଭୁବନେଶ୍ୱର ମହିଳା ଥାନା ପୁଲିସ ପ୍ରିୟରଞ୍ଜନକୁ ଗିରଫ କରି ଗତ ଫେବୃୟାରୀ ୫ତାରିଖରେ କୋର୍ଟ ଚାଲାଣ କରିଥିଲେ। ବଡ଼ କଥା ହେଉଛି କାହା ଆଗରେ ନିଜକୁ ବ୍ୟାଙ୍କ ମ୍ୟାନେଜର ତ’ କେତେବେଳେ ସଫ୍ଟେୱେର ଇଞ୍ଜିନିୟର।  ପୁଣି କେତେବେଳେ ଓଏଏସ୍ ଅଧିକାରୀର ପରିଚୟ ଦେଇ ସମାନ ଢଙ୍ଗରେ ଜଣଙ୍କ ପରେ ଜଣଙ୍କୁ ଲୁଟି ଚାଲିଛି ଏ ପ୍ରେମିକ ପ୍ରବର।  ଏଠି ପ୍ରଶ୍ନ ଏମିତି ଜଣଙ୍କ ପରେ ଜଣେ ମହିଳାଙ୍କ ଜୀବନ ସହ ଖେଳୁଥିବା ଏ ଧୋକାବାଜ୍ ପାଖରେ କେବେ ପହଞ୍ଚିବ ଆଇନ୍‌ର ଶକ୍ତ ପଞ୍ଝା।

Related story