ମହିଳାଙ୍କୁ କାମୁଡ଼ି ଦେଲେ ମହିଳା, ଚାଲିଗଲା ଜୀବନ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଅଭାବନୀୟ ଘଟଣା। ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁଗନ ତୂରୀ। ଶନିବାର ପଡ଼ୋଶୀ ସୁମିତ୍ରା ତୁରୀଙ୍କ ସହ ସୁଗନଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ସୁମିତ୍ରା ସୁଗନଙ୍କୁ ମାଡ଼ିବସୀ ତାଙ୍କ ବେକକୁ କାମୁଡି ଦେଇଥିଲେ। ଘଟଣା ସ୍ଥଳରେ ସୁଗନଙ୍କ ମୃତ୍ୟୁ ହୋଇଥିଲା। ସକାଳେ ଖବର ପାଇ ହାତୀବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

czz

Tapas Behera
  • Published: Sunday, 08 September 2019
  • , Updated: 08 September 2019, 06:27 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଅଭାବନୀୟ ଘଟଣା। ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁଗନ ତୂରୀ।

ଶନିବାର ପଡ଼ୋଶୀ ସୁମିତ୍ରା ତୁରୀଙ୍କ ସହ ସୁଗନଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ସୁମିତ୍ରା ସୁଗନଙ୍କୁ ମାଡ଼ିବସୀ ତାଙ୍କ ବେକକୁ କାମୁଡି ଦେଇଥିଲେ। ଘଟଣା ସ୍ଥଳରେ ସୁଗନଙ୍କ ମୃତ୍ୟୁ ହୋଇଥିଲା।

ସକାଳେ ଖବର ପାଇ ହାତୀବାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ସୁମିତ୍ରା ଏପରି କାଣ୍ଡ କଲେ ତା’ର ସଠିକ କାରଣ ଜଣା ପଡ଼ିନାହିଁ। ଏନେଇ ସୁମିତ୍ରା ତୁରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story