୪ ବର୍ଷର ଝିଅକୁ ପାଣିରେ ବୁଡ଼ାଇ ମାରିଦେଲା ମା’

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 04:43 PM IST
<p>ଯାଜପୁର(ଓଡିଶା ରିପୋର୍ଟର): ମା&rsquo; ସବୁବେଳେ ସର୍ବଂସହା ଓ କ୍ଷମାଦାତ୍ରୀ। ହେଲେ ଆମେ ଆଜି ଆପଣଙ୍କୁ ମା&rsquo;ର ଗୋଟିଏ ଏମିତି ରୂପ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ କଳ୍ପନା ବି କରି ନ ଥିବେ। ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗପାଳ ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି, ଯାହାକୁ ଶୁଣି ଆପଣଙ୍କ ରୁମ ଟାଙ୍କୁରୀ ଯିବ। ଏହି ଅଞ୍ଚଳର ଜଣେ ମହିଳା ନିଜ ୪ ବର୍ଷର ଝିଅକୁ ପୋଖରୀରେ ବୁଡ଼ାଇ ମାରି ଦେଇଛନ୍ତି। ଯାହାକୁ ନେଇ ପୋଲିସ ଅଭିଯୁକ୍ତ ମହିଳାଙ୍କ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଥାନାରେ ମୃତ ନାବାଳିକାଙ୍କ ବଡ଼ ବାପା ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ମା&rsquo;ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ଗିରଫ କରିଥିବା ଜଣାପଡ଼ିଛି।</p>

Related story