ରାତିସାରା ଚାଲିଥିଲା ମଦ ପାର୍ଟି? ସକାଳୁ ଆପାର୍ଟମେଣ୍ଟ ତଳୁ ମଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସପ୍ଟଓୟାର ସଂସ୍ଥାର ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଅଘଟଣ ଘଟିଛି। ମାତ୍ର ମହିଳାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତିନି ତାଲା ବାଲକୋନିରୁ କେହି ପଛ ପଟରୁ ଧକ୍କା ଦେବାରୁ ତଳେ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।   ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ଜିଜ୍ଞାସା ମିଶ୍ର। ଏକ ସପ୍ଟଓୟାର ସଂସ୍ଥାରେ ସେ କାମ […]

Murder

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 07:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସପ୍ଟଓୟାର ସଂସ୍ଥାର ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏହି ଅଘଟଣ ଘଟିଛି। ମାତ୍ର ମହିଳାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତିନି ତାଲା ବାଲକୋନିରୁ କେହି ପଛ ପଟରୁ ଧକ୍କା ଦେବାରୁ ତଳେ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ଜିଜ୍ଞାସା ମିଶ୍ର। ଏକ ସପ୍ଟଓୟାର ସଂସ୍ଥାରେ ସେ କାମ କରୁଥିଲେ। ମିଳିଥିବା ସୂଚନା ଅନୁସାରେ, ତାଙ୍କର ବୈବାହିକ ଜୀବନ ଠିକ୍‌ ନଥିଲା। ସ୍ୱାମୀ ହାଇଦ୍ରାବାଦରେ ରହୁଥିବା ବେଳେ ଜିଜ୍ଞାସା ତାଙ୍କ ବାପାଙ୍କ ପାଖରେ ଭୁବନେଶ୍ୱରରେ ରହୁଥିଲେ। ପାରିବାରିକ ଜୀବନ ଠିକ୍‌ ନଥିବାରୁ ସବୁବେଳେ କ୍ଲବ, ପାର୍ଟି ଓ ଡିଜେ ନାଇଟରେ ସମୟ ବିତୁଥିବା ଅଭିଯୋଗ ହୋଇଛି। କିନ୍ତୁ ଗତ ତିନି ଦିନ ହେଲା ସେ ଘରକୁ ଫେରିନଥିଲେ। ଶ୍ରୀବିହାରରେ ଏକ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ପାର୍ଟିରେ ଯୋଗଦେଇ ଥିଲେ। ତେବେ ସେଠାରେ ତିନି ମହଲା ବାଲକୋନିରୁ ତାଙ୍କୁ ପଛ ପାର୍ଶ୍ୱରୁ କେହି ଠେଲି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

ଆଜି ସକାଳେ ମହିଳାଙ୍କ ମୃତଦେହ ଆପାର୍ଟମେଣ୍ଟ ତଳୁ ଠାବ କରାଯାଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଆପାର୍ଟମେଣ୍ଟରେ ଯାଞ୍ଚ ବେଳେ ପାର୍ଟି ଚାଲିଥିବା ଘରୁ ମଦ ବୋତଲ ଜବତ କରାଯାଇଛି।

ଜିଞ୍ଜାସାଙ୍କ ମୃତ୍ୟୁ ଖବର ପାଇ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଘଟଣାର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। କେଉଁ ପରିସ୍ଥିତିରେ ଓ କିପରି ଜିଜ୍ଞାସାଙ୍କ ମୃତ୍ୟୁ ହେଲା ତାର ଖୋଲତାଡ କରାଯାଉ ବୋଲି ପରିବାର ଲୋକ ମଧ୍ୟ ଦାବି କରିଛନ୍ତି। ଏହି ଘଟଣାରେ ଆପାର୍ଟମେଣ୍ଟର ଫ୍ଲାଟ ମାଲିକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

Related story