ବୌଦ୍ଧରୁ ଆସିଲା ରଥକାଠ

Ordigital Desk
  • Published: Saturday, 17 March 2018
  • , Updated: 17 March 2018, 12:03 PM IST
<p>ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩ ଫୁଟ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଏସବୁ କାଠ ରଖାଯାଇଛି। ପୂର୍ବରୁ ରଥନିର୍ମାଣ ପାଇଁ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସୁଥିଲା। କିନ୍ତୁ କାଠ ଅଭାବ ଯୋଗୁଁ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ଆସିଛି।</p>

Related story