୪ ଦଫା ଦାବିରେ ଏଏସ୍ଆଇ ଅଫିସ୍‌ ଆଗରେ ସ୍ଥପତିଙ୍କ ଧାରଣା

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏଏସ୍ଆଇ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସ୍ଥପତି। ଠିକାଦାର ପ୍ରଥା ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଚୁକ୍ତି ଅନୁଯାୟୀ ମାସକୁ ୨୦ ଦିନ କାର୍ଯ୍ୟ ଆଦି ୪ ଦଫା ଦାବିରେ ଆନ୍ଦୋଳନ ଚାଲିଛି। ଜଗମୋହନ ସୌନ୍ଦର୍ଯ୍ୟକରଣ ସହ ଚାଙ୍ଗଡାଘର, ଭଣ୍ଡାରଘର, ଖଟ ଶେଜ ଘର କାର୍ଯ୍ୟ ବାକି ରହିଛି। ଗତବର୍ଷ ଆନନ୍ଦବଜାର ପଥର ପରିବର୍ତ୍ତନ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  […]

workers-are-protest-infront-of-the-asi-office

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 09:34 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏଏସ୍ଆଇ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସ୍ଥପତି। ଠିକାଦାର ପ୍ରଥା ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଚୁକ୍ତି ଅନୁଯାୟୀ ମାସକୁ ୨୦ ଦିନ କାର୍ଯ୍ୟ ଆଦି ୪ ଦଫା ଦାବିରେ ଆନ୍ଦୋଳନ ଚାଲିଛି। ଜଗମୋହନ ସୌନ୍ଦର୍ଯ୍ୟକରଣ ସହ ଚାଙ୍ଗଡାଘର, ଭଣ୍ଡାରଘର, ଖଟ ଶେଜ ଘର କାର୍ଯ୍ୟ ବାକି ରହିଛି।

ଗତବର୍ଷ ଆନନ୍ଦବଜାର ପଥର ପରିବର୍ତ୍ତନ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  ଏତେବଡ ମନ୍ଦିରର କାର୍ଯ୍ୟ ଠିକାଦାର ସଂସ୍ଥା ଦ୍ୱାରା କରାଯିବା କେତେଦୂର ସମିଚୀନ ବୋଲି ସ୍ଥପତିମାନେ ପ୍ରଶ୍ନ ଉଠାଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଏଏସ୍ଆଇ କର୍ତ୍ତୃପକ୍ଷ ଠିକାଦାର ପ୍ରଥାକୁ ପ୍ରତ୍ୟାହାର କରିବେନି, ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥପତି ଚେତାବନୀ ଦେଇଛନ୍ତି। ସେପଟେ କାର୍ତ୍ତିକ ମାସ ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି। ଗଣଧାରଣା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ଏଏସ୍ଆଇର ବରିଷ୍ଠ ସଂଗ୍ରକ୍ଷଣ ଅଧିକାରୀ କହିଛନ୍ତି। ଗତ ଅଗଷ୍ଟରେ ଏଏସଆଇ ପକ୍ଷରୁ ଆଉଟସୋର୍ସିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି ଏ.ଏସ୍.ଆଇର କୁଶଳୀ କାରିଗରଙ୍କ ଅଭାବ ଥିବାରୁ ଦ୍ରୁତ ଗତିରେ କାର୍ଯ୍ୟ ଶେଷ ପାଇଁ ଆଉଟସୋର୍ସିଂ ପାଇଁ ଚିଠି ଆସିଛି। ପୂର୍ବରୁ ଏଏସ୍‌ଆଇ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥପତିମାନେ ଏହାକୁ ବିରୋଧ କରୁଛନ୍ତି।

Related story