ୱାର୍କିଂ ଆୱାର ବଢ଼ିଲା: ଏଣିକି ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସଂସ୍ଥାରେ ଏଣିକି ୱାର୍କିଂ ଆୱାର ୮ ଘଣ୍ଟା ବଦଳରେ ୧୨ଘଣ୍ଟା ହେବ। ‘କରୋନା’ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି କେତେକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ଶ୍ରମିକମାନଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା […]

work

work

Manoranjan Sial
  • Published: Friday, 08 May 2020
  • Updated: 08 May 2020, 07:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସଂସ୍ଥାରେ ଏଣିକି ୱାର୍କିଂ ଆୱାର ୮ ଘଣ୍ଟା ବଦଳରେ ୧୨ଘଣ୍ଟା ହେବ। ‘କରୋନା’ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି କେତେକ ନୂଆ ପଦକ୍ଷେପ ନେଇଛନ୍ତି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ଶ୍ରମିକମାନଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା ପୂରଣ ନିମନ୍ତେ ଏଭଳି ଶ୍ରମ ଅବଧି ବୃଦ୍ଧିର ଆବଶ୍ୟକତା ରହିଛି। ଏହାଫଳରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୪୮ଘଣ୍ଟା କାମ କରୁଥିଲେ ଏଣିକି ସେମାନେ ୭୨ଘଣ୍ଟା କାମ କରିବେ। ଦୈନିକ ୧୨ଘଣ୍ଟା ୱାର୍କିଂ ଆୱାର ଦୁଇଟି ସିଫ୍ଟରେ କରାଯିବ। ପ୍ରଥମ ୬ ଘଣ୍ଟା ପରେ ୩୦ମିନିଟର ବିରତି ମିଳିବ। ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ୧ ଘଣ୍ଟାର ବିରତି ମିଳିବ। ଅଧିକ ୪ ଘଣ୍ଟା କାମ କରିବା ପାଇଁ ଓଭର ଟାଇମ୍ ସୁବିଧା ବା ଅଧିକ ମଜୁରୀ ମଧ୍ୟ ମିଳିବ। ସପ୍ତାହକୁ ଜଣେ କର୍ମଚାରୀଙ୍କୁ ସର୍ବାଧିକ ୨୪ଘଣ୍ଟାର ଓଭର ଟାଇମ୍ ମଜୁରୀ ମିଳିପାରିବ। ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ କେତେକ କଟକଣା ରହିବ। ସେମାନେ କର୍ମକ୍ଷେତ୍ରରେ ରାତି ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିପାରିବେ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।

ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଲକଡାଉନ୍ ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏହି ସମୟରେ ୮ଘଣ୍ଟାର କାମ କଲେ ଚାହିଦା ପୂରଣ କରିବା ସମ୍ଭବପର ହେବ ନାହିଁ ବୋଲି ଶିଳ୍ପାନୁଷ୍ଠାନଗୁଡ଼ିକ ମତ ଦେଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶିଳ୍ପାନୁଷ୍ଠାନଗୁଡ଼ିକର ଅନୁରୋଧକୁ ବିଚାର କରି ରାଜ୍ୟ ସରକାର ଆଜି ଶିଳ୍ପାନୁଷ୍ଠାନର ଶ୍ରମିକମାନଙ୍କ କାମ କରିବାକୁ ଅବଧି ବଢ଼ାଇଛନ୍ତି। ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି ହେବ ବୋଲି ଶ୍ରୀ ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story