ପ୍ରାଚୁର୍ଯ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜିଲେ ଓଡିଆଣୀ

Ordigital Desk
  • Published: Thursday, 31 August 2017
  • , Updated: 31 August 2017, 11:19 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ଲପକ୍ଷ ଦଶମୀ ତିଥି ଗୁରୁବାର ପଡିଲେ ସୁଦଶା ବ୍ରତ ରୂପେ ପାଳନ କରାଯାଏ। ଓଡିଆ ନାରୀମାନେ ମା&rsquo; ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ&nbsp; ପୂଜା କରିଥାନ୍ତି। ଗାଁ ଗହଳିରେ ସୁଦଶା ଶଦ୍ଦ ସହ ଦଶ ସଂଖ୍ୟାକୁ ସଂଯୋଯିତ କରାଯାଇଛି। ଅର୍ଥାତ ମା&rsquo; ଲକ୍ଷ୍ମୀଙ୍କ ଉପସନାରେ ଦଶ ପାଖୁଡା ପଦ୍ମ, ଦଶ ବର୍ଣ୍ଣ ମୁରୁଜ, ଦଶ ମୁଖୀ ଦୀପ, ଦଶ ମୁଠି ଚାଉଳ, ଦଶ ଗୋଟି ମଣ୍ଡା ପିଠା ପୂଜା କରାଯାଏ। ଏହି ଦିନ ମା&rsquo;ଙ୍କୁ ଦଶ ନାମ&nbsp; ଲକ୍ଷ୍ମୀ ନାରାୟଣୀ, କମଳୀନି, ପଦ୍ମଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ନାମରେ ଜପ କଲେ କୃପାଲାଭ ହୋଇଥାଏ। ସଧବା ବୋହୁ ଏହି ଦିନ ଧଳା ସୂତାର ଏକ ବ୍ରତ ପୂଜା କରି ସେହି ବ୍ରତକୁ ପରବର୍ତ୍ତି ପୂଜା ପର୍ଯ୍ୟନ୍ତ ବାହୁରେ ଧାରଣ କରିବାର ବିଧି ରହିଛି।</p>

Related story