ଜେଲ୍‌ କର୍ମଚାରୀଙ୍କୁ ଧକ୍କା ମାରି ଚମ୍ପଟ ମାରିଲା କଏଦୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ନିକଟରେ ନୂଆପଡ଼ାରେ କନ୍‌ଷ୍ଟେବଲ୍‌ଙ୍କୁ ଧକ୍କା ମାରି କୋର୍ଟ ପରିସରରୁ ଜଣେ ହାର୍ଡକୋର ମାଓବାଦୀ ଚମ୍ପଟ ମାରିଥିଲା। ଆଜି ପୁଣି ସେମିତି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। କୋଦଳା ଜେଲ୍‌ ଗେଟ୍‌ରେ ଜଗିଥିବା କର୍ମଚାରୀଙ୍କୁ ଧକ୍କା ମାରି କଏଦୀ ଥିବା ଜଣେ ଡକାୟତ ଖସି ପଳାଇଛି। ପୂରା ଘଟଣା ଏମିତି। ସେପ୍ଟେମ୍ୱର ୧ ତାରିଖରେ ଏକ ଡକାୟତି ମାମଲାରେ ସନ୍ତୋଷ ବେହେରା ନାମକ ଜଣେ ଡକାୟତଙ୍କ ସମେତ ୫ ଜଣଙ୍କୁ ପୁଲିସ କବିସୂର୍ଯ୍ୟନଗରରୁ […]

yet-another-prisoner-escapes-from-jail-this-time-in-kodala-in-ganjam-district

Manoranjan Sial
  • Published: Thursday, 27 September 2018
  • , Updated: 27 September 2018, 05:45 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ନିକଟରେ ନୂଆପଡ଼ାରେ କନ୍‌ଷ୍ଟେବଲ୍‌ଙ୍କୁ ଧକ୍କା ମାରି କୋର୍ଟ ପରିସରରୁ ଜଣେ ହାର୍ଡକୋର ମାଓବାଦୀ ଚମ୍ପଟ ମାରିଥିଲା। ଆଜି ପୁଣି ସେମିତି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। କୋଦଳା ଜେଲ୍‌ ଗେଟ୍‌ରେ ଜଗିଥିବା କର୍ମଚାରୀଙ୍କୁ ଧକ୍କା ମାରି କଏଦୀ ଥିବା ଜଣେ ଡକାୟତ ଖସି ପଳାଇଛି।

ପୂରା ଘଟଣା ଏମିତି। ସେପ୍ଟେମ୍ୱର ୧ ତାରିଖରେ ଏକ ଡକାୟତି ମାମଲାରେ ସନ୍ତୋଷ ବେହେରା ନାମକ ଜଣେ ଡକାୟତଙ୍କ ସମେତ ୫ ଜଣଙ୍କୁ ପୁଲିସ କବିସୂର୍ଯ୍ୟନଗରରୁ ଗିରଫ କରିଥିଲା। ଏହା ପରେ ସନ୍ତୋଷ କୋଦଳା ସବ୍‌ଜେଲ୍‌ରେ ରହୁଥିଲା।

ଆଜି ଦିନ ୧୧ଟା ବେଳେ ସନ୍ତୋଷ ଜେଲ୍‌ ଗେଟ୍‌ ଜଗିଥିବା କର୍ମଚାରୀଙ୍କୁ ଧକ୍କା ମାରି ଚମ୍ପଟ ମାରିଥିଲା। ସନ୍ତୋଷକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯନ୍ତ ତାକୁ ଧରିବାରେ ସଫଳ ହୋଇନି।

ଗତ ୧୧ ତାରିଖରେ ଭଞ୍ଜନଗର ସବ୍‌ଜେଲ୍‌ରୁ ବାବୁ ବେହେରା ନାମକ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ତାକୁ ପୁଲିସ ଏପର୍ଯ୍ୟନ୍ତ ଠାବ କରିପାରି ନାହିଁ।

Related story