ଏଣିକି ଘରେ ବସି ମଗାଇ ପାରିବେ ଓଡ଼ିଆ ଖାଦ୍ୟ, ଏମଓୟୁ କଲା ଓଟିଡିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ହାତପାଆନ୍ତାରେ ସୁଲଭ ଓ ସମ୍ପୂର୍ଣ୍ଣ ହାଇଜେନିକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ନିଷ୍ପତ୍ତି ନେଇଛି। କରୋନାଜନିତ ଲକଡାଉନ୍ ଯୋଗୁ ଧୀମା ପଡ଼ିଥିବା ବ୍ୟବସାୟକୁ ସ୍ୱାଭାବିକ କରିବା ନିମନ୍ତେ ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥା ସହ ମିଶି ଓଟିଡିସି ଏଭଳି ପଦକ୍ଷେପ ନେଇଛି। ଲୋକଙ୍କୁ ସୁଲଭ ଦରରେ ହାଇଜେନିକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଘର ଦ୍ୱାରମୁହଁରେ ପହଂଚାଇବାକୁ ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥା ଜୋମାଟୋ ଓ […]

uuuu000

uuuu000

Tapaswini Nayak
  • Published: Friday, 08 May 2020
  • Updated: 08 May 2020, 05:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ହାତପାଆନ୍ତାରେ ସୁଲଭ ଓ ସମ୍ପୂର୍ଣ୍ଣ ହାଇଜେନିକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ନିଷ୍ପତ୍ତି ନେଇଛି। କରୋନାଜନିତ ଲକଡାଉନ୍ ଯୋଗୁ ଧୀମା ପଡ଼ିଥିବା ବ୍ୟବସାୟକୁ ସ୍ୱାଭାବିକ କରିବା ନିମନ୍ତେ ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥା ସହ ମିଶି ଓଟିଡିସି ଏଭଳି ପଦକ୍ଷେପ ନେଇଛି। ଲୋକଙ୍କୁ ସୁଲଭ ଦରରେ ହାଇଜେନିକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଘର ଦ୍ୱାରମୁହଁରେ ପହଂଚାଇବାକୁ ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥା ଜୋମାଟୋ ଓ ସ୍ୱିଗୀ ଭଳି ଅନଲାଇନ୍ ସଂସ୍ଥା ସହ ଓଡିଟିସି ଏମଓୟୁ ସ୍ୱାକ୍ଷର କରିଛି। ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ରାଜ୍ୟର ୪ଟି ସହରର ଲୋକଙ୍କୁ ଓଡ଼ିଆ ଖାଦ୍ୟ ମିଳିପାରିବ ଓ ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନରେ ଏଭଳି କରିବାକୁ ଓଟିଡିସି ଲକ୍ଷ୍ୟ ରଖିଛି।

ସୂଚନା ଅନୁସାରେ, କରୋନାଜନିତ ଲକଡାଉନ୍ ମଧ୍ୟରେ ଓଟିଡିସିକୁ କ୍ରିୟାଶୀଳ କରିବା ପାଇଁ ଓଡିଟିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏଙ୍କ ପ୍ରୟାସରେ ଜୋମାଟୋ ଓ ସ୍ୱିଗୀ ପରି ଅନଲାଇନ୍ ଖାଦ୍ୟ ବଣ୍ଟନକାରୀ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ପାନ୍ଥନିବାସରେ ପ୍ରସ୍ତୁତ ହେଉଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟ ତଥା ଉଭୟ ଆମିଷ ଓ ନିରାମିଷ ଖାଦ୍ୟକୁ ସମ୍ପୂର୍ଣ୍ଣ ହାଇଜେନିକ ଭାବେ ପ୍ରସ୍ତୁତ କରାଯାଇ ସୁଲଭ ଦରରେ ଲୋକମାନଙ୍କୁ ଘର ଦ୍ୱାରମୁହଁରେ ଉପଲବ୍ଧ କରାଯିବ । ଏହାବ୍ୟତୀତ ଜୁନ୍ ମାସରେ ଓଟିଡିସି ଦ୍ୱାରା ରଜ ପୋଡ଼ପିଠା ଓ ଅନ୍ୟାନ୍ୟ ସବୁପ୍ରକାର ପିଠା ମଧ୍ୟ ସହରବାସୀଙ୍କ ପାଇଁ ଅନଲାଇନରେ ମିଳିପାରିବ।

ଆଜି ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର, ପରିଚାଳନା ନିର୍ଦ୍ଦେଶନ, ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ବରିଷ୍ଠ ଅଧିକାରୀଙ୍କ ସମେତ ଜୋମାଟୋ ଓ ସ୍ୱିଗୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନଲାଇନ୍ ଖାଦ୍ୟ ଅର୍ଡର ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଆଜିଠୁ ଅନଲାଇନରେ ସହରବାସୀଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos