ଚାଲି ଚାଲି ଯାଉଥିଲେ; ପିଟି ଦେଲା ବାଇକ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବାସନ୍ତୀ କଲୋନୀ ଫ୍ଲାଇ ଓଭର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଗତକାଲି ଗୁରୁତର ହୋଇ ପଡ଼ିଥିବା ଜଣେ ଯୁବତୀଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କ ନାଁ ପ୍ରିୟା ଗୁପ୍ତା(୨୧)। ଗତକାଲି ସନ୍ଧ୍ୟାରେ ପ୍ରିୟା ଓଭର ବ୍ରିଜ୍‌ ନିକଟରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା।  ପ୍ରିୟା ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ […]

accident

Jyoshna Pradhan
  • Published: Tuesday, 21 January 2020
  • , Updated: 21 January 2020, 02:52 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବାସନ୍ତୀ କଲୋନୀ ଫ୍ଲାଇ ଓଭର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଗତକାଲି ଗୁରୁତର ହୋଇ ପଡ଼ିଥିବା ଜଣେ ଯୁବତୀଙ୍କର ଆଜି ମୃତ୍ୟୁ ହୋଇଛି। ତାଙ୍କ ନାଁ ପ୍ରିୟା ଗୁପ୍ତା(୨୧)।

ଗତକାଲି ସନ୍ଧ୍ୟାରେ ପ୍ରିୟା ଓଭର ବ୍ରିଜ୍‌ ନିକଟରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା।  ପ୍ରିୟା ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ।

ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ସକାଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା। ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଲା।  ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକକୁ ଗିରଫ କରିଛି। ଏଥିସହ  ଦ୍ରୁତ ଗାଡ଼ି ଚାଳନା ଉପରେ ଲଗାମ ଦେବାକୁ  ରାଉରକେଲା ଏସ୍‌ପିଙ୍କ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related story