କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ଟିମ୍କୁ ବନ୍ଧୁକ ମୁନରେ ଧମକ ଦେଇ ଗିରଫ ହୋଇଛନ୍ତି ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପତ୍ରପୁର ଗାଁରେ ଘଟିଛି ଏଭଳି ଘଟଣା । କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍ ସଂଗ୍ରହ ପାଇଁ ଯାଇଥିବା ବେଳେ ପତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲା । ଉକ୍ତ ଟିମ୍କୁ ସ୍ୱାବ ସଂଗ୍ରହରେ ସହଯୋଗ ନ କରି ତୁମେମାନେ କିଏ ଏବଂ କାହିଁକି ଆସିଛ ବୋଲି ପଚାରିବା ସହ ସେମାନଙ୍କୁ ଗାଳିଗୁଲଜ ବି କରିଥିଲେ ।
ଏଥିରେ ଭୟଭୀତ ହୋଇ ସ୍ୱାସ୍ଥ୍ୟ ଟିମ୍ କର୍ମଚାରୀ ଅଧାରୁ ସ୍ୱାବ୍ ସଂଗ୍ରହ ବନ୍ଦ କରି ଏ ସଂକ୍ରାନ୍ତରେ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଆଳି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଏ ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।