ଫିନାଇଲ ପିଇ ଦେଇଥିଲେ ପରିବାରର ୫ ସଦସ୍ୟ; ଆଖି ବୁଜିଲା ସାନ ପୁଅ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଘରର ବଡ଼ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଉପରେ ପଡ଼ିଲା ପୁଣି ଏକ ଚଡ଼କ। ଗତକାଲି ମା’ ସମେତ ୩ ଉଭଣୀ ଓ ଜଣେ ଭାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ସାନ ପୁଅ ଶ୍ରୀକାନ୍ତ ବିଶ୍ୱାଳ ଗତକାଲି ରାତିରେ ଆଖି ବୁଜିଛି। ଏବେ ବି ମା’ ଓ ୩ ଭଉଣୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଘଟିଛି ଏପରି ଅଭାବନୀୟ ଘଟଣା। ପରିବାରର ବଡ଼ ପୁଅର ଶବ ସତ୍କାର ହୋଇପାରି ନ ଥିବା ବେଳେ ଏବେ ସାନ ପୁଅର ମୃତ୍ୟୁ ଯୋଗୁ ପରିବାର ଉପରେ କଳା ବାଦଳ ଘୋଟି ଯାଇଛି।

ଉଲ୍ଲେଖଯୋଗ୍ୟ ଯେ,  ଦୁର୍ଘଟଣାରେ ଗୁରୁତର ହୋଇ ଘରର ବଡ଼ ପୁଅ ୨ ବର୍ଷ ହେବ ଘରେ ଶଯ୍ୟାଶାୟୀ ହୋଇପଡ଼ିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଘରେ ମୃତଦେହ ପଡ଼ିଥିବା ବେଳେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଝାରସୁଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା।

ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ  ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ସାନ ପୁଅ ଶ୍ରୀକାନ୍ତ ଗତକାଲି ରାତିରେ ଆଖି ବୁଜିଛନ୍ତି।  ଏବେ ଗୁରୁତର ମା’ ଓ ୨ ଭଉଣୀ ଝାରସୁଗୁଡ଼ା ମେଡିକାଲରେ ଓ ଅନ୍ୟ ଜଣେ ଗୁରୁତର ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଏବେ ବି ବଡ଼ ପୁଅଙ୍କ ଶବ ସତ୍କାର ହୋଇପାରି ନ ଥିବା ବେଳେ ତାହା ଝାରସୁଗୁଡ଼ା ମେଡିକାଲର ଶବ ଗୃହରେ ରଖାଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଆଉ ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ବିଜେପିରେ ମିଶିବେ ସଚିନ ପାଇଲଟ୍‌! ୩୦ ବିଧାୟକଙ୍କ ସମର୍ଥନ ରଖିଥିବା ଦାବି କଲେ

ଗେହଲଟଙ୍କ ବୈଠକରେ ଯୋଗ ଦେବେନି ପାଇଲଟ

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ଭୁବନେଶ୍ୱରର ସ୍ଥିତି ଅସମ୍ଭାଳ

ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ୧୩ ହଜାର ଡେଇଁଲା ସଂଖ୍ୟା

ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ କରୋନା

ଓଡ଼ିଆ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ଜୁଲାଇରେ ରକ୍ତମୁଖା ସାଜିଛି କରୋନା

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଦେବତାଙ୍କ ପାଇଁ କଙ୍ଗାରୁ କୋର୍ଟ, ନୟାଗଡ଼ରେ ଚର୍ଚ୍ଚା 

୧୯ ଜିଲ୍ଲାରୁ ୫୭୦ ପଜିଟିଭ ଚିହ୍ନଟ; ୧୨ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା