ଭଦ୍ରକ(ପାର୍ଥ ସାରଥୀ ନାୟକ): ତେଲ ପକାଇବାରେ ବିଳମ୍ବ ହେବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କିଛି ଯୁବକ ସଂଘବନ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ନିକଟରେ ଏହି ଘଟଣା ଘଟିଛି। ଯୁବକଙ୍କ ଆକ୍ରମଣରେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୋମବାର ଦିନ ମଙ୍ଗଳପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଜଣେ ଯୁବକ ତେଲ ପକାଇ ବାକୁ ଆସିଥିଲେ। ତେଲ ପକାଇବା ବିଳମ୍ବ ହେବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ଯୁବକଙ୍କର ବଚସା ହୋଇଥିଲେ। ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ପରେ ଯୁବକ ଜଣଙ୍କ ପଳାଇ ଯାଇଥିଲେ। ଗତକାଲି ସଂପୃକ୍ତ ଯୁବକ କିଛି ଯୁବକଙ୍କୁ ନେଇ ପେଟ୍ରୋଲ ପମ୍ପ ନିକଟକୁ ଆସିଥିଲେ। ଉକ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଅନ୍ୟ ପେଟ୍ରୋଲ ପମ୍ପ କର୍ମଚାରୀମାନେ ଅଟକାଇବାରୁ ସେମାନଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିଥିଲେ। କିଛି ସମୟ ଧରି ପେଟ୍ରୋଲ ପମ୍ପ କର୍ମଚାରୀ ଓ ଯୁବକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ପରେ ଯୁବକମାନେ ସେଠାରେ ପଳାଇଯାଇଥିଲେ।
ଏନେଇ ପେଟ୍ରୋଲ ପମ୍ପର ମାଲିକ ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି। ଯେଉଁ ମାନେ ଆକ୍ରମଣ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।