ଚାନ୍ଦା ନଦେବାରୁ ସୁପରଭାଇଜରଙ୍କୁ ହତ୍ୟା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦା ନ ଦେବାରୁ ଜଣେ ଯୁବକଙ୍କୁ ଶାବଳରେ ପିଟି ହତ୍ୟା କଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ନିକଟରେ। ମୃତ ଯୁବକ ଜଣଙ୍କ ରାଜେଶ ପଣ୍ଡା। ସେ ରାସ୍ତା କାମ କରୁଥିବା ଜଣେ ଠିକାଦାରଙ୍କ ପାଖରେ ସୁପରଭାଇଜର ଥିଲେ। ମାଧବଙ୍କୁ ହତ୍ୟା ପରେ ଅଭିଯୁକ୍ତ ମାଧବ ପାଢ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ରାତିରେ ବାଲେଶ୍ୱର […]

Balasore

Tapaswini Nayak
  • Published: Wednesday, 30 March 2022
  • , Updated: 30 March 2022, 11:00 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦା ନ ଦେବାରୁ ଜଣେ ଯୁବକଙ୍କୁ ଶାବଳରେ ପିଟି ହତ୍ୟା କଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ନିକଟରେ। ମୃତ ଯୁବକ ଜଣଙ୍କ ରାଜେଶ ପଣ୍ଡା। ସେ ରାସ୍ତା କାମ କରୁଥିବା ଜଣେ ଠିକାଦାରଙ୍କ ପାଖରେ ସୁପରଭାଇଜର ଥିଲେ। ମାଧବଙ୍କୁ ହତ୍ୟା ପରେ ଅଭିଯୁକ୍ତ ମାଧବ ପାଢ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ରାତିରେ ବାଲେଶ୍ୱର ଟାଉନ୍ ଥାନା ନିକଟରେ ଡ୍ରେନ୍ କାମ ଚାଲିଥିଲା। ରାଜେଶ ସେଠାରେ ରହି  ବୁଝାସୁଝା କରୁଥିଲେ। ରାତି ପ୍ରାୟ ୧ଟା ସମୟରେ ମାଧବ ସେଠାରେ ପହଞ୍ଚି ରାଜେଶଙ୍କୁ ଚାନ୍ଦା ମାଗିଥିଲେ। ରାଜେଶ ଟଙ୍କା ଦେବାକୁ ରାଜି ନ ହେବାରୁ ଶାବଳରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରାଜେଶଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Related story