ପୁରୀ(ଓଡ଼ିଶା ରିପୋର୍ଟର): ମା' ପୁଅ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ପୁଅର କଟୁରୀ ଚୋଟରେ ଚାଲିଗଲା ମା'ର ଜୀବନ। ଜନ୍ମକଲା ମା'କୁ ହତ୍ୟା କରିଛି ପୁଅ। ମା'କୁ ମାରିବା ସହ ପୁରା ପରିବାରକୁ ମଧ୍ୟ ହାଣିଲା। ଏଥିରେ ପରିବାର ୩ ଜଣ ଗୁରୁତର ହୋଇଛନ୍ତି। ପୁରୀ ବାଲିଘାଟ ଅଞ୍ଚଳର ସୁଭଦ୍ରା ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ମୁତାବକ, ମୃତକ ଜଣଙ୍କ ହେଉଛନ୍ତି ବୁନିଲତା ଦୀକ୍ଷିତ। ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ପରିବାରର ଅନ୍ୟ ତିନି ବାପା, ଭାଇ ଓ ସ୍ତ୍ରୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁଲିସ ଘଟଣା ସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ମେରାଇନ୍ ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ଛାନ୍ଭିନ୍ ଜାରି ରଖିଛି। ସେପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହସ୍ପିଟାଲ ପହଞ୍ଚିଛନ୍ତି। ହତ୍ୟାକାଣ୍ଡର ଅନୁଧ୍ୟାନ ପାଇଁ ସେ ହସ୍ପିଟାଲ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି ।
Miscellaneous
ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ
ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ଘରକୁ ଯାଇ ସ୍କୁଟି ସିଜ୍ କରିଥିଲା ପରିବହନ ବିଭାଗ। ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଚଢ଼ାଉ ଦ୍ୱାରା ସମ୍ମାନ ହାନୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।
Miscellaneous
ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
Crime
ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି
ଅଜଣା ମହିଳା ଶିଶୁକୁ ଧରି ଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଛି କଏଦ। ଫୁଟେଜ୍ ଆଧାରରେ ମହିଳାଙ୍କୁ ଖୋଜୁଛି ପୁଲିସ।
Crime
ଖୋଲୁଛି ବାଂଲାଦେଶୀ ନାବାଳିକା ପେଡି; ପଞ୍ଝାରେ ଆଉ ଜଣେ ଦଲାଲ୍
ନବାଳିକାମାନେ ଅଭିଯୁକ୍ତ ସୁଲେମାନକୁ ଚିହ୍ନଟ କରିଛି। ଏହି ମାମଲାରେ ସୋମବାର କଟକ ସିଟି ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି।