ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି, ଲଭ୍ ମ୍ୟାରେଜ୍ କରିଥିଲେ ଅବକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଚାଞ୍ଚଲ୍ୟ ମ୍ୟୁଜିୟମରେ କାମ କରୁଥିବା ଜଣେ ଆଡହକ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । ମୃତ ଯୁବକଙ୍କ ନାଁ  ଅବକାଶ ପାଇକରାୟ । ଭୁବନେଶ୍ୱର କଳ୍ପନାସ୍ଥିତ ମ୍ୟୁଜିୟମରେ ଆଡହକରେ ସେ କାମ କରୁଥିଲେ । ଅବକାଶ ପରିବାର ଲୋକଙ୍କ କହିବା କଥା, ଅବକାଶ ପ୍ରେମ ବିବାହ କରିଥିଲେ। ପତ୍ନୀ ଉପରେ ସନ୍ଦେହ ଯୋଗୁ  ଦାମ୍ପତ୍ୟ ଜୀବନ ଠିକ ନଥିଲା। ଯାହାକୁ ନେଇ […]

368

Tapas Behera
  • Published: Sunday, 13 October 2019
  • , Updated: 13 October 2019, 07:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଚାଞ୍ଚଲ୍ୟ ମ୍ୟୁଜିୟମରେ କାମ କରୁଥିବା ଜଣେ ଆଡହକ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । ମୃତ ଯୁବକଙ୍କ ନାଁ  ଅବକାଶ ପାଇକରାୟ । ଭୁବନେଶ୍ୱର କଳ୍ପନାସ୍ଥିତ ମ୍ୟୁଜିୟମରେ ଆଡହକରେ ସେ କାମ କରୁଥିଲେ ।

ଅବକାଶ ପରିବାର ଲୋକଙ୍କ କହିବା କଥା, ଅବକାଶ ପ୍ରେମ ବିବାହ କରିଥିଲେ। ପତ୍ନୀ ଉପରେ ସନ୍ଦେହ ଯୋଗୁ  ଦାମ୍ପତ୍ୟ ଜୀବନ ଠିକ ନଥିଲା। ଯାହାକୁ ନେଇ ଉଭୟେ ଅବକାଶ ତାଙ୍କ ପତ୍ନୀଙ୍କ ମଧ୍ୟରେ ସଂପର୍କ ଠିକ ନଥିଲା।  ଉଭୟଙ୍କ ମଧ୍ୟରେ ସଂପର୍କରେ ଫାଟକୁ ସୁଧାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ହୋଇପାରିନଥିଲା । ଗତକାଲି ରାତିରେ  ଅବକାଶ ଭିଏସଏସ ନଗରରେ ରହୁଥିବା ପତ୍ନୀଙ୍କ ଘରକୁ ଯାଇଥିଲେ । ଅବକାଶଙ୍କ ମୁଣ୍ଡରେ ଓ ଦେହରେ ଆଘାତ ଥିବାରୁ ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଅବକାସଙ୍କ ପତ୍ନୀ ଏପରି  ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତା’ସହ ତାଙ୍କ ପତ୍ନୀ କହିଛନ୍ତି, ଅବକାଶ ତାଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା ଧମକ ଦେଉଥିଲେ।  ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଭୁବନେଶ୍ୱର ସ୍ଥିତ ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ଆଜି ଅବକାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଅବକାଶଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।  ଅବକାଶଙ୍କ ପତ୍ନୀ ଏବଂ ତାଙ୍କ  ପରିବାର ଲୋକଙ୍କୁ ଡକାଇ ପୋଲିସ ପଚରାଉଚରା ଚଳାଇଛି ।

ସେପଟେ ଅବକାଶ ପାଇକରାୟ ମୃତ୍ୟୁ ଘଟଣାକୁ ନେଇ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଶହଶହ ଛାତ୍ର , ଯୁବ ବିଜେଡି କର୍ମୀ ବିନୋଦପଡ଼ା କଲେଜ ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଶନିବାର ବିଳମ୍ବିତ ରାତିରେ ଅବକାଶଙ୍କୁ ଭୁବନେଶ୍ୱର ଭି ଏସ ଏସ ନଗର ଠାରେ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଛି।

ପୋଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମୃତ ଅବକାଶଙ୍କ ସହଯୋଗୀ ଦାବି କରିଛନ୍ତି । ସେପଟେ ରାସ୍ତାରୋକ କରିଥିବା ବ୍ୟକ୍ତିଙ୍କୁ ପୋଲିସ ବୁଝାସୁଝା ପରେ ରାସ୍ତାରୋକ ହଟିଛି । ମୃତ ଅବକାଶ ଙ୍କ ଘର ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗାଁ ରେ ବୋଲି ଜଣା ପଡ଼ିଛି  ସେ ନରେନ୍ଦ୍ରପୁର ପଞ୍ଚାୟତ ବିଜୁ ଯୁବ ବାହିନୀ ସଭାପତି ଏବଂ ରଣପୁର ର୍ନିବାଚନ ମଣ୍ଡଳୀର ଜଣେ ସକ୍ରିୟ ଯୁବ ନେତା ଥିଲେ।

 

Related story