ଚୁଲିରେ ଫୁଟୁଥିବା ପାଣିରେ ଯୁବକଙ୍କ ହାତ ବୁଡ଼ାଇଲେ ୧୩ ଜଣ

ନୟାଗଡ଼/ ନବରଙ୍ଗପୁର :(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ। ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ […]

790-1

790-1

Tapas Behera
  • Published: Sunday, 21 June 2020
  • Updated: 21 June 2020, 06:38 PM IST

Sports

Latest News

ନୟାଗଡ଼/ ନବରଙ୍ଗପୁର :(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ।

ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ ପରିବାର ଲୋକେ ଉଦ୍ଧାର କରି ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାରେ ରଣପୁର ଥାନା ପୋଲିସ ୧୩ ଜଣକୁ ଗିରଫ କରି ଘଟଣାରେ ତଦନ୍ତ ଜାରି ରଖିଛି।

ସେହିପରି ଅନ୍ୟ ଏକ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଖୁଣ୍ଟରେ ୩ ଘଣ୍ଟାରୁ ଅଧିକ ସମୟ ବାନ୍ଧି ରଖିଲେ। ନିର୍ଯାତନା ଦେବା ସହ ଅପଦସ୍ତ କରି ପୁଲିସ ଜିମାରେ ଦେଲେ। ଏଭଳି ଅମାନବୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଲାଟି ଗ୍ରାମରେ।

ସିଲାଟି ଗାଁର ଜଣେ ଯୁବକ ୩ ମାସ ହେଲା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦୋକାନରେ ରାତିରେ ଚୋରି କରି ଆତଙ୍କ ସୃଷ୍ଟି କରିଥିଲା। ୪ ଦିନ ତଳେ ସିଲାଟି ଗ୍ରାମର ଏକ ମେଡିକାଲ ଷ୍ଟୋରରେ ଚୋରି କରିଥିଲା ଏବଂ ଚୋରି କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

ଏହି ଫୁଟେଜକୁ ଆଧାର କରି ଗ୍ରାମବାସୀ ଚୋରକୁ ଧରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ତାଙ୍କ ଘରେ ଥିବା ଚୋରି ଜିନିଷ ପତ୍ର ବାହାର କରି ପୋଲିସକୁ ଖବର ଦେଇଥିଲେ। ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉମରକୋଟ ପୋଲିସ ଖବର ପାଇ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos