ଜଗନ୍ନାଥ ମହାପ୍ରଭୁ ଡାକିଲେ... ସେଥିପାଇଁ ଚାଲି ଚାଲି ଶ୍ରୀକ୍ଷେତ୍ର ଆସିଲି

ପୁରୀ (ଓଡ଼ିଶା ରିପୋର୍ଟର): ହଠାତ୍‌ ମନେ ହେଲା ଜଗନ୍ନାଥ ମହାପ୍ରଭୁ ମୋତେ ଡାକୁଛନ୍ତି। ଆଉ ତାଙ୍କ ଡାକରା ପାଇ ମୁଁ ସମ୍ୱଲପୁରରୁ ଖାଲି ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ମୁଁ ଚାଲିନାହିଁ। ମହାପ୍ରଭୁ ମୋତେ ଚଲାଇ ଚଲାଇ ଆଣିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଆଜି ଭାବବିହ୍ୱଳ କଣ୍ଠରେ ଏମିତି କହିଛନ୍ତି ପ୍ରମୋଦ କୁମାର ରାଠୀ। ସମ୍ୱଲପୁର ଜିଲ୍ଲାର ପ୍ରମୋଦ କୁମାର ରାଠୀ। ମହାପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ କରି ଗତ ୧ ତାରିଖରେ ଶ୍ରୀକ୍ଷେତ୍ର […]

puri

Manoranjan Sial
  • Published: Friday, 09 July 2021
  • , Updated: 09 July 2021, 07:04 PM IST

ପୁରୀ (ଓଡ଼ିଶା ରିପୋର୍ଟର): ହଠାତ୍‌ ମନେ ହେଲା ଜଗନ୍ନାଥ ମହାପ୍ରଭୁ ମୋତେ ଡାକୁଛନ୍ତି। ଆଉ ତାଙ୍କ ଡାକରା ପାଇ ମୁଁ ସମ୍ୱଲପୁରରୁ ଖାଲି ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ମୁଁ ଚାଲିନାହିଁ। ମହାପ୍ରଭୁ ମୋତେ ଚଲାଇ ଚଲାଇ ଆଣିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଆଜି ଭାବବିହ୍ୱଳ କଣ୍ଠରେ ଏମିତି କହିଛନ୍ତି ପ୍ରମୋଦ କୁମାର ରାଠୀ।

ସମ୍ୱଲପୁର ଜିଲ୍ଲାର ପ୍ରମୋଦ କୁମାର ରାଠୀ। ମହାପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ କରି ଗତ ୧ ତାରିଖରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ପ୍ରମୋଦ। ସେ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ପ୍ରଥମ ଚାଲମାଲ୍‌ରେ ଅଟକି ଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେଲା ପରେ ପୁଣି ଥରେ ଚାଲିବା ଆରମ୍ଭ କଲେ।

ବାମୁର, ଝାରପଡ଼ା, ରାସୁଳ, ଆଠଗଡ଼, ହାଇଟେକ ଦେଇ ଆଜି ସକାଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ପ୍ରମୋଦ। ଚାଲିଲା ବେଳେ କେବଳ ମହାପ୍ରଭୁଙ୍କ ନାମ ଜପି ଜପି ଚାଲିଥିଲେ। ପ୍ରମୋଦ କୁମାର ରାଠୀଙ୍କ କହିବା ଅନୁସାରେ ମୁଁ ଅଧ କିମି ଚାଲି ପାରିବି ନାହିଁ। ସବୁ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଚାଲିଛି। ସେ ମୋତେ ଆଣି ଶ୍ରୀକ୍ଷେତ୍ରରେ ପହଞ୍ଚାଇ ଦେଇଛନ୍ତି ବୋଲି ପ୍ରମୋଦ କହିଛନ୍ତି।

ଆଜି ସକାଳେ ପ୍ରମୋଦ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। କରୋନା କଟକଣା ପାଇଁ ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ କରିପାରିଲେ ନାହିଁ। କେବଳ ପତିତପାବନଙ୍କୁ ଦର୍ଶନର ସୁଯୋଗ କରିଥିଲେ। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ପତିତପାବନକୁ ଦର୍ଶନ କଲା ବେଳେ ତାଙ୍କ ଆଖିରୁ ବୋହି ଯାଉଥିଲା ଲୋହ। ମହାପ୍ରଭୁଙ୍କ କୃପାରୁ ମୁଁ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିଛି ବୋଲି ପ୍ରମୋଦ କହିଛନ୍ତି। ଏତେ ପଥ ଅତିକ୍ରମ କଲା ପରେ ତାଙ୍କ ପାଦ ଫୋଟକା ହୋଇଛି। ଠିକ୍‌ସେ ଠିଆ ହୋଇପାରୁ ନାହାନ୍ତି। ପାଦର ଯନ୍ତ୍ରଣାକୁ ଭୁଲି ପତିତପାବନ ବାନାକୁ ଅନାଇଛନ୍ତି ପ୍ରମୋଦ।

ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପୁରୁଣା କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ ପ୍ରମୋଦ କୁମାର ରାଠୀ। ୨୦୧୩ ମସିହାରେ କେଦାରନାଥ ଗ୍ଲାସିୟର୍‌ ମାଡିଆସିବାରୁ ତାଙ୍କ ପରିବାରରେ ୧୭ଜଣଙ୍କ ମୃତ୍ୟ ଘଟିଥିଲା। ସେମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ସେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

Related story