ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲ ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି । ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି । ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ ଶୂନ୍ ହେଉଛି, ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ । ଏଭଳି ଚିନ୍ତାଜନକ ତଥ୍ୟ ପରେ ଚିରାଚରିତ ଢଙ୍ଗରେ ଜବାବ […]

6bn-8

6bn-8

Tapas Behera
  • Published: Thursday, 13 August 2020
  • Updated: 13 August 2020, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲ ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି । ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି । ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ ଶୂନ୍ ହେଉଛି, ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ । ଏଭଳି ଚିନ୍ତାଜନକ ତଥ୍ୟ ପରେ ଚିରାଚରିତ ଢଙ୍ଗରେ ଜବାବ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇଛି ଗଣଶିକ୍ଷା ବିଭାଗ । ତେବେ ଖରାପ ପ୍ରଦର୍ଶନ କରୁଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ କାହିଁକି ଚାଲୁ ରଖିଛନ୍ତି ରାଜ୍ୟ ସରକାର ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

୨୦୧୭ରେ ୩ଟି, ୨୦୧୯ରେ ୯ । ଆଉ ଏବେ ଅର୍ଥାତ ୨୦୨୦ରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ଶୂନ୍ । ଅର୍ଥାତ ଦୁଇ ଦୁଇ ବର୍ଷ ଧରି ପାଠ ପଢ଼ା ପରେ ବି ଜିରୋ ରେଜଲ୍ଟ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ରିଲିଆନ୍ସ ଉଚ୍ଚମାଧ୍ୟମିକ ସ୍କୁଲ ।  ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲାଙ୍କ ମଧ୍ୟରୁ ଜଣେ ଫର୍ମ ଫିଲପ୍ କରିଥିଲେ ବି ପରୀକ୍ଷା ଦେଇନଥିଲେ। ଫଳରେ ଜିରୋ ହୋଇଗଲା ବ୍ରିଲିଆନ୍ସ ସ୍କୁଲର ରେଜଲ୍ଟ । ଏଥିପାଇଁ ସୋ କଜ୍ ମାଗିଛନ୍ତି ରାଜ୍ୟ ସରକାର।

କେବଳ ଏହି ସ୍କୁଲ ନୁହେଁ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜ ଆଦି ଜିଲ୍ଲାରେ ୨ଟି ଲେଖାଏଁ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଗୋଟାଏ ଲେଖାଏଁ ସ୍କୁଲରେ ବିଜ୍ଞାନରେ ଜଣେ ବି ପିଲା ପାସ୍ କରିନାହାଁନ୍ତି । ଯାହା ଏବେ ଗଣଶିକ୍ଷା ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଏବର୍ଷ କାହିଁକି ଆଡମିଶନ ଅନୁମତି ଏବଂ ବିଜ୍ଞାନ ପାଠ୍ୟକ୍ରମ ରଦ୍ଦ ନହେବ, ସେଥିପାଇଁ ସପ୍ତାହେ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ପନ୍ଦରଟି ଉଚ୍ଚମାଧ୍ୟମିକ ସ୍କୁଲ ମଧ୍ୟରୁ ଅଧିକାଂଶ ହେଉଛି ଗ୍ରାମାଞ୍ଚଳର । ଯେଉଁଠି ନା ଶୈକ୍ଷିକ ପରିବେଶ ଅଛି ନା  ଭିତ୍ତିଭୂମି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos