Advertisment

ବୋରୱେଲରୁ ପାଣି ଉଠାଇ ନଦୀରେ ପକାଉଛନ୍ତି ଭୁବନେଶ୍ୱର, ତା’ପଛରେ ରହିଛି ଏହି ମହତ ଉଦ୍ଦେଶ୍ୟ

ଭୁବନେଶ୍ୱର ଶିଦଲପୁର ଜଣେ ଚାଷୀ। ତାଙ୍କର ୩୦ ଏକ ଜମି ଅଛି। ସେଥିରେ ସେ ଆଖୁ, ମକା, ଗୁଆ ଓ ପନିପରିବା ଚାଷ କରନ୍ତି।

Water

Water

Advertisment

ନଦୀ ପୂରା ଶୁଖି ଯାଇଛି। ଆଖପାଖରେ ଥିବା ଝରଣା ଓ ନାଳ ମଧ୍ୟ ଶୁଖି ଯାଇଛି। ଅଧାରୁ ଅଧିକ ବୋରୱେଲରୁ ପାଣି ବାହାରୁନି। ମରୁଡ଼ି ସ୍ଥିତି। ମଣିଷ କୌଣସି ମତେ ଚଳି ଯାଉଛି। କିନ୍ତୁ ହଇରାଣ ହେଉଛନ୍ତି ଗାଈଗୋରୁ, ପକ୍ଷୀ ଓ ଅନ୍ୟାନ୍ୟ ଜୀବଜନ୍ତୁ। ସେମାନଙ୍କ କଷ୍ଟକୁ ଦେଖି ଜଣେ ଚାଷୀ ତାଙ୍କର ଏକ ବୋରୱେଲରୁ ପାଣି ଉଠାଇ ନଦୀରେ ପକାଉଛନ୍ତି। ଏମିତି ଏକ ଖବର ଆସିଛି କର୍ଣ୍ଣାଟକାର ହାବେରୀ ଜିଲ୍ଲା ସଙ୍ଗରୁର ଗାଁରୁ।

Advertisment

ଏହି ଗାଁରେ ରହନ୍ତି ଭୁବନେଶ୍ୱର ଶିଦଲପୁର। ତାଙ୍କର ୩୦ ଏକ ଜମି ଅଛି। ସେଥିରେ ସେ ଆଖୁ, ମକା, ଗୁଆ ଓ ପନିପରିବା ଚାଷ କରନ୍ତି। ତାଙ୍କ ଜମିଗୁଡ଼ିକ ଗାଁ ପାଖ ଦେଇ ଯାଇଥିବା ବରଦା ନଦୀ କୂଳରେ ରହିଛି। ବରଦା ହେଉଛି ତୁଙ୍ଗଭଦ୍ରା ନଦୀର ଏକ ଶାଖା ନଦୀ। ଏହା ହେଉଛି ହାବେରୀ ଜିଲ୍ଲାର ଲାଇଫ୍ ଲାଇନ୍‌। ଜଳ ପାଇଁ ଜିଲ୍ଲାବାସୀ ମୁଖ୍ୟତଃ ଏହି ନଦୀ ଉପରେ ନିର୍ଭର କରନ୍ତି। କିନ୍ତୁ ଏବେ ଏହି ନଦୀ ସଙ୍ଗରୁର ପାଖରେ ପୂରା ଶୁଖି ଯାଇଛି। ତା’ସହିତ ଶୁଖି ଯାଇଛି ଗାଁ ଆଖପାଖ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକ। ଗଲା ୨୫ ବର୍ଷରେ ଏଭଳି ସ୍ଥିତି ସେ କେବେ ଦେଖି ନଥିଲେ ବୋଲି କହିଛନ୍ତି ଭୁବନେଶ୍ୱର।

ସେ କହିଛନ୍ତି, ଏ ବର୍ଷ ରାଜ୍ୟରେ କମ୍ ବର୍ଷା ହୋଇଥିଲା। ଜାନୁଆରୀ ମାସରୁ ହାବେରୀ ଜିଲ୍ଲାର ଅଧିକାଂଶ ଜଳଉତ୍ସ ଶୁଖିବା ଆରମ୍ଭ ହୋଇଥିଲା। ତେଣୁ ଏଭଳି ସ୍ଥିତି ଉପୁଜିଛି।

Advertisment

ପାଣି ନଥିବାରୁ ତାଙ୍କ ଅଞ୍ଚଳରେ ଗାଈଗୋରୁ, ପକ୍ଷୀ ଓ ଅନ୍ୟ ଜୀବଜନ୍ତୁ ହଇରାଣ ହେଉଥିବା ଅନୁଭବ କରିଥିଲେ ଭୁବନେଶ୍ୱର। ଏଣୁ ସେ ତାଙ୍କର ଏକ ବୋରୱେଲରୁ ପାଣି ଉଠାଇ ନଦୀରେ ପକାଇବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ୱର ତାଙ୍କର ୩୦ ଏକର ଜମି ପାଇଁ ୩ଟି ବୋରୱେଲ ଖୋଳିଛନ୍ତି। ଗୋଟିଏରୁ ପାଣି ଉଠାଇ ସେ ନଦୀରେ ପକାଉଥିବା ବେଳେ ବାକି ଦୁଇଟିରୁ ବାହାରୁଥିବା ପାଣି ଚାଷ ପାଇଁ ଯଥେଷ୍ଟ ହେଉଛି ବୋଲି କହିଛନ୍ତି ଭୁବନେଶ୍ୱର।

ବିଦ୍ୟୁତ୍ ସରବାରହକୁ ନିରବଚ୍ଛିନ୍ନ ରଖିବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ତା’ହେଲେ ବୋରୱେଲରୁ ପାଣି ଉଠା ଯାଇପାରିବ ଓ ତାହା ଅନ୍ୟମାନଙ୍କ ପାଇଁ ଉପଯୋଗୀ ହୋଇପାରିବ। ଭୁବନେଶ୍ୱର ବିନା କୌଣସି ସ୍ୱାର୍ଥରେ ନିଜ ବୋରୱେଲରୁ ପାଣି ଉଠାଇ ନଦୀରେ ପକାଉଥିବାରୁ ଆଖପାଖ ଅଞ୍ଚଳର ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି।

Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe