କେଉଁଠି ଅଛି ପୃଥିବୀର ଟପ୍‌ ଟେନ୍‌ ଉଚ୍ଚତମ ବିଲ୍ଡିଂ: ଜାଣନ୍ତୁ କାହାର ଉଚ୍ଚତା କେତେ

ପୃଥିବୀରେ ରହିଛି ବହୁତ ଗୁଡିଏ ଢେଙ୍ଗା ଢେଙ୍ଗା ବିଲ୍ଡିଂ। କିଛି ଦେଶରେ ଏହି ଉଚ୍ଚା ବିଲ୍ଡିଂକୁ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଯାହା ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିଥାନ୍ତି। ଏମିତିରେ ତ ବିଭିନ୍ନ ପ୍ରକାରର ବିଲ୍ଡିଂ ଅଛି। ଆସନ୍ତୁ ଜାଣିବା ବିଶ୍ୱର ଏମିତି ୧୦ଟି ଉଚ୍ଚା ବିଲ୍ଡିଂ ସମ୍ପର୍କରେ। ଅଫିସ୍‌ କାର୍ଯ୍ୟାଳୟ ଓ ରହିବା ପାଇଁ ଉପଯୋଗ ହେଉଥିବା ବିଲ୍ଡିଂକୁ ଏହି ତାଲିକାରେ ସାମିଲ କରାଯାଇଛି। କୌଣସି ରେଡିଓ ଟାୱାର କି ଅବଜରଭେସ୍‌ନ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 03:39 PM IST

ପୃଥିବୀରେ ରହିଛି ବହୁତ ଗୁଡିଏ ଢେଙ୍ଗା ଢେଙ୍ଗା ବିଲ୍ଡିଂ। କିଛି ଦେଶରେ ଏହି ଉଚ୍ଚା ବିଲ୍ଡିଂକୁ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଯାହା ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆଣିଥାନ୍ତି। ଏମିତିରେ ତ ବିଭିନ୍ନ ପ୍ରକାରର ବିଲ୍ଡିଂ ଅଛି। ଆସନ୍ତୁ ଜାଣିବା ବିଶ୍ୱର ଏମିତି ୧୦ଟି ଉଚ୍ଚା ବିଲ୍ଡିଂ ସମ୍ପର୍କରେ। ଅଫିସ୍‌ କାର୍ଯ୍ୟାଳୟ ଓ ରହିବା ପାଇଁ ଉପଯୋଗ ହେଉଥିବା ବିଲ୍ଡିଂକୁ ଏହି ତାଲିକାରେ ସାମିଲ କରାଯାଇଛି। କୌଣସି ରେଡିଓ ଟାୱାର କି ଅବଜରଭେସ୍‌ନ ଟାୱାରକୁ ଏଥିରେ ନିଆଯାଇନାହିଁ।

[caption id="attachment_164283" align="aligncenter" width="500"] ବୁର୍ଜ ଖଲିଫା, ଦୁବାଇ[/caption]

୧. ବୁର୍ଜ ଖଲିଫା, ଦୁବାଇ:  ବିଶ୍ୱର ସବୁଠୁ ଉଚ୍ଚତମ ବିଲ୍ଡିଂ ହେଉଛି ଦୁବାଇର ବୁର୍ଜ ଖଲିଫା। ଏହାର ଉଚ୍ଚତା ୮୨୮ ମିଟର। ଏଥିରେ ୧୬୩ଟି ଫ୍ଲୋର ରହିଛି।୨୦୧୦ରେ ଏହା ତିଆରି ହୋଇଥିଲା।

[caption id="attachment_164284" align="aligncenter" width="500"] ସାଂଘାଇ ଟାୱାର, ସାଂଘାଇ[/caption]

୨. ସାଂଘାଇ ଟାୱାର, ସାଂଘାଇ: ଚୀନର ସାଂଘାଇ ଟାୱାର ରହିଛି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ। ଏହାର ଉଚ୍ଚତା ୬୩୨ ମିଟର । ଏଥିରେ ୧୨୮ଟି ଫ୍ଲୋର ରହିଛି। ୨୦୧୫ରେ ଏହା ବିଦ୍ଧିବଦ୍ଧ ଭାବେ ଲୋକଙ୍କ କାମରେ ଲାଗିଥିଲା।

[caption id="attachment_164296" align="aligncenter" width="500"] ମକ୍କା ରୟାଲ କ୍ଲକ ଟାୱାର, ସାଉଦୀ ଆରବ[/caption]

୩. ମକ୍କା ରୟାଲ କ୍ଲକ ଟାୱାର, ସାଉଦୀ ଆରବ: ମକ୍କା ରୟାଲ କ୍ଲକ ଟାୱାର ବିଶ୍ୱର ତୃତୀୟ ବୃହତ୍ତ ବିଲ୍ଡିଂ। ଅବରାଜ ଅଲ୍‌ ବେଟ୍‌ ନାଁରେ ମଧ୍ୟ ଏହାକୁ ଜଣାଯ଼ାଏ। ବିଲ୍ଡିଂର ଉଚ୍ଚତା ୬୦୧ ମିଟର ଓ ଏଥିରେ ୧୨୦ଟି ଫ୍ଲୋର ରହିଛି। ୨୦୧୨ରେ ଏହାର କାମ ଶେଷ ହୋଇଥିଲା।

[caption id="attachment_164286" align="aligncenter" width="500"] ୱାନ ୱାର୍ଲ୍ଡ ଟ୍ରେଡ ସେଣ୍ଟର, ନ୍ୟୁୟର୍କ[/caption]

୪. ୱାନ ୱାର୍ଲ୍ଡ ଟ୍ରେଡ ସେଣ୍ଟର, ନ୍ୟୁୟର୍କ: ୫୪୧.୩ ମିଟରର ଏହି ବିଲ୍ଡିଂ ରହିଛି ଚତୁର୍ଥ ସ୍ଥାନରେ। ଏଥିରେ ୧୦୪ଟି ଫ୍ଲୋଣ ରହିଛି। ୨୦୧୪ରେ ଏହା ତିଆରି ହୋଇଥିଲା। ବିଲ୍ଡିଂଟି ୱାର୍ଲ୍ଡ ଟ୍ରେଡ ସେଣ୍ଟର ପାଖରେ ରହିଛି।

[caption id="attachment_164287" align="aligncenter" width="500"] ତାଇପେଇ ୧୦୧, ତାଇୱାନ[/caption]

୫. ତାଇପେଇ ୧୦୧, ତାଇୱାନ: ୫ମ ସ୍ଥାନରେ ରହିଛି ତାଇୱାନର ତାଇପେଇ ୧୦୧।  ୫୦୯ ମିଟରର ଏହି ବିଲ୍ଡିଂରେ ରହିଛି ୧୦୧ଟି ଫ୍ଲୋର। ୨୦୦୪ରେ ଏହା ଖୋଲିଥିଲା। ୨୦୦୪ରୁ ବୁର୍ଜ ଖଲିଫା ଖୋଲିବା ପର୍ଯ୍ୟନ୍ତ ଏହା ବିଶ୍ୱର ଉଚ୍ଚା ବିଲ୍ଡିଂର ମାନ୍ୟତା ପାଇଥିଲା।

[caption id="attachment_164288" align="aligncenter" width="500"] ସାଂଘାଇ ୱାର୍ଲ୍ଡ ଫାଇନାନ୍‌ସିଆଲ ସେଣ୍ଟର, ଚୀନ[/caption]

୬. ସାଂଘାଇ ୱାର୍ଲ୍ଡ ଫାଇନାନ୍‌ସିଆଲ ସେଣ୍ଟର, ଚୀନ: ଷଷ୍ଠ ସ୍ଥାନରେ ରହିଛି ଏହି ବିଲ୍ଡିଂ। ୨୦୦୮ରେ ଖୋଲଇତିବା ଏହି ବିଲ୍ଡିଂର ଉଚ୍ଚତା ୪୯୨ ମିଟର। ଏଥିରେ ୧୦୧ଟି ଫ୍ଲୋର ରହିଛି।

[caption id="attachment_164289" align="aligncenter" width="500"] ଇଣ୍ଟରନ୍ୟାସନାଲ କମର୍ସ ସେଣ୍ଟର, ହଙ୍ଗକଙ୍ଗ[/caption]

୭. ଇଣ୍ଟରନ୍ୟାସନାଲ କମର୍ସ ସେଣ୍ଟର, ହଙ୍ଗକଙ୍ଗ: ସପ୍ତମ ସ୍ଥାନରେ ରହିଛି ଏହି ବିଲ୍ଡିଂ। ୨୦୧୦ରେ ଆରମ୍ଭ ହୋଇଥିବା ଏହି ବିଲ୍ଡିଂର ଉଚ୍ଚତା ୪୮୪ ମିଟର। ଏଥିରେ ୧୧୮ଟି ଫ୍ଲୋର ରହିଛି।

[caption id="attachment_164290" align="aligncenter" width="500"] ପେଟ୍ରୋନାସ ଟାୱାର, ମାଲେସିଆ[/caption]

୮. ପେଟ୍ରୋନାସ ଟାୱାର, ମାଲେସିଆ: ଏହା ଦ୍ୱିତ୍ତ ବିଲ୍ଡିଂ। ଅର୍ଥାତ ଏଥିରେ ଦୁଇଟି ଟାୱାର ରହିଛଇ। ୪୫୨ ମିଟରର ଏହି ଟାୱାରରେ ୮୮ଟି ଫ୍ଲୋର ରହିଛଇ। କୁଆଲାଲମ୍ପୁରରେ ଥିବା ଏହି ବିଲ୍ଡି ୧୯୯୮ରେ ଆରମ୍ଭ ହୋଇଥିଲା। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହା ବିଶ୍ୱର ଉଚ୍ଚା ବିଲ୍ଡିଂ ଥିଲା। ୨୦୦୪ରେ ତାଇପେଇ ୧୦୧ ନିର୍ମାଣ ଏହାର ରେକର୍ଡ ଭାଙ୍ଗିଥିଲା।

[caption id="attachment_164291" align="aligncenter" width="500"] ଜିଫେଙ୍ଗ ଟାୱାର, ଚୀନ[/caption]

୯. ଜିଫେଙ୍ଗ ଟାୱାର, ଚୀନ: ୯ମ ସ୍ଥାନରେ ଥିବା ଏହି ଟାୱାରର ଉଚ୍ଚତା ୪୫୦ ମିଟର। ଏଥିରେ ୮୯ଟି ଫ୍ଲୋର ରହିଛି। ୨୦୧୦ରେ ଏହା ତିଆରି ହୋଇଥଇଲା।

[caption id="attachment_164292" align="aligncenter" width="500"] ୱାର୍ଲ୍ଡ ଟାୱାର, ଚିକାଗୋ[/caption]

୧୦. ୱାର୍ଲ୍ଡ ଟାୱାର, ଚିକାଗୋ: ୪୪୨ ମିଟରର ଏହି ଟାୱାର ବିଶ୍ୱର ୧୦ମ ସ୍ଥାନ ହାସଲ କରିଛି। ଏଥିରେ ୧୦୮ଟି ଫ୍ଲୋର ରହିଛି। ୧୯୭୩ରେ ଏହା ନିର୍ମାଣ ହୋଇଥିଲା। ୱାର୍ଲ୍ଡ ଟ୍ରେଡ ସେଣ୍ଟର ନିର୍ମାଣ ହେବା ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ଏହା ବିଶ୍ୱର ଏକ ନମ୍ବର ବିଲ୍ଡିଂର ମାନ୍ୟତା ପାଇଥିଲା।

Related story