୧୦ ହଜାର ଅଣ୍ଡାରେ ତିଆରି ହେଲା ଅମଲେଟ୍, ଖାଇଲେ ସହର ସାରା ଲୋକ

ଜାଗା ଗୋଟିଏକୁ ପରମ୍ପରା ଗୋଟିଏ । ଛୋଟ ଛୋଟ ଜାଗାରେ ବି ବଞ୍ଚି ରହିଛି ବର୍ଷ ବର୍ଷର ପରମ୍ପରା । ଯେମିତି କିଛି କିଛି ସହର ଭିନ୍ନଭିନ୍ନ ପ୍ରକାରର ପରମ୍ପରା ପାଇଁ ପରିଚିତି ସୃଷ୍ଟି କରିଥାଏ। ସେ ପରମ୍ପରାରୁ କେତେକ ଅଜବ ଓ  ଆଶ୍ଚର୍ଯ୍ୟଜନକ ମଧ୍ୟ। ସେହିଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ବେଲଜିୟମର ମାଲମେଡି ଅଞ୍ଚଳରେ, ସବୁବର୍ଷ ଏଠାରେ କିଛି ରୋଷେୟା ମିଶି ଏକ ଅଦ୍ଭୁତ ଧରଣର ଅମଲେଟ୍ ବନେଇଥାନ୍ତି। ଯାହାର ସ୍ୱାଦ କେବଳ […]

egg

Rakesh Mallick
  • Published: Friday, 18 August 2017
  • , Updated: 18 August 2017, 04:02 PM IST

ଜାଗା ଗୋଟିଏକୁ ପରମ୍ପରା ଗୋଟିଏ । ଛୋଟ ଛୋଟ ଜାଗାରେ ବି ବଞ୍ଚି ରହିଛି ବର୍ଷ ବର୍ଷର ପରମ୍ପରା । ଯେମିତି କିଛି କିଛି ସହର ଭିନ୍ନଭିନ୍ନ ପ୍ରକାରର ପରମ୍ପରା ପାଇଁ ପରିଚିତି ସୃଷ୍ଟି କରିଥାଏ। ସେ ପରମ୍ପରାରୁ କେତେକ ଅଜବ ଓ  ଆଶ୍ଚର୍ଯ୍ୟଜନକ ମଧ୍ୟ। ସେହିଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ବେଲଜିୟମର ମାଲମେଡି ଅଞ୍ଚଳରେ, ସବୁବର୍ଷ ଏଠାରେ କିଛି ରୋଷେୟା ମିଶି ଏକ ଅଦ୍ଭୁତ ଧରଣର ଅମଲେଟ୍ ବନେଇଥାନ୍ତି। ଯାହାର ସ୍ୱାଦ କେବଳ ସେହି ସହରର ଲୋକେ ଚାଖିଥିଲେ। କିନ୍ତୁ ଚର୍ଚ୍ଚା ସାରା ଦୁନିଆରେ ହୋଇଥିଲା।

ଆପଣ ଭାବୁଥିବେ ଏକ ଅମଲେଟକୁ ନେଇ ଏତେ ଚର୍ଚ୍ଚା କାହିଁକି? କିନ୍ତୁ ଚର୍ଚ୍ଚାର ଯଥେଷ୍ଟ କାରଣ ଅଛି। ଏଠାରେ ପ୍ରସ୍ତୁତ ହେଉଥିବା ଅମଲେଟ୍ ଗୋଟିଏ କିମ୍ବା ଦୁଇଟି ଅଣ୍ଡାରେ ତିଆରି ହୁଏନି। ପୁରା ୧୦ ହଜାର ଅଣ୍ଡାରେ ପ୍ରସ୍ତୁତ କରାଯାଇଥିଲା। ଏହି ଅମଲେଟଟି କାଠରେ ତିଆରି ହୋଇଥିବା ଏକ ବାସନରେ ବଡ ଆକାରରେ ତିଆରି କରାଯାଇଥାଏ। ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ପିଆଜ ଓ ଘୁଷୁରି ମାଂସରେ ଲୁଣ ଗୋଳେଇ ପକା ଯାଇଥାଏ। ଏହି ବୃହତ ଅମଲେଟ୍ ତିଆରି କରିବାର ପରମ୍ପରା ୧୯୭୩ ମସିହାରୁ ଆରମ୍ଭ ହୋଇଥିଲା।

ସବୁଠୁ କୌତୂହଳୀ କଥା ହେଉଛି, ୟୁରୋପରେ ଏହି ସମୟରେ ଅଣ୍ଡା ସଂକ୍ରମିତ ହେବାର ଖବର ଜୋର ଧରିଥିଲା। ତେଣୁ ଏହି ଅମଲେଟ୍ ତିଆରି ପାଇଁ ଆୟୋଜକଙ୍କୁ ଖୁବ ସହଜରେ ଅଣ୍ଡା ମିଳି ଯାଇଥିଲା। ଗୁଜବ ପାଇଁ ଯେଉଁସବୁ ଅଣ୍ଡା ବିକ୍ରି ନହୋଇ ରହିଥିଲା। ବ୍ୟବସାୟୀମାନେ ସେ ଅଣ୍ଡାକୁ ଏହି ବୃହତ ଅମଲେଟ୍ ତିଆରି କାମରେ ଲଗାଇ ଦେଇଥିଲେ। ଆୟୋଜକ କହିଛନ୍ତି, ଏବର୍ଷ କେମିକାଲ ଅଣ୍ଡା ଗୁଜବ ପାଇଁ ଅମଲେଟ୍ ସାଇଜ୍ ଟିକେ ବଡ଼ ଥିଲା। ସହଜରେ ଅଧିକ ଅଣ୍ଡା ମିଳିବାରୁ ଅମଲେଟ୍ ବି ବଡ଼ କରିବାକୁ ଆମେ ନିଷ୍ପତ୍ତି ନେଲୁ ପ୍ରତିବର୍ଷ ଏପରି ଏକ ବଡ଼ ଅମଲେଟ୍ ତିଆରି କରିବା ପଛରେ ଏକ ବୃହତ କାରଣ ବି ରହିଛି। ଶରୀର ପାଇଁ ଅଣ୍ଡା ହିତକାରୀ, ତେଣୁ ଅଣ୍ଡା ଖାଇବାକୁ ଲୋକଙ୍କୁ ଆକର୍ଷିତ କରିବାକୁ ପ୍ରତିବର୍ଷ ଏପରି ଆୟୋଜନ କରାଯାଉଛି।

Related story