ସପ୍ତମରେ ଫେଲ୍ ହୋଇଥିଲେ, ଏବେ ୧୦୦ କୋଟି ଟଙ୍କା କମ୍ପାନୀର ମାଲିକ

ବେଳେବେଳେ ଜୀବନରେ ପାଠ ଯେତିକି କାମ ଦିଏନି, ବେଶି କାମ ଦିଏ ଶାଠ। ଜୀବନରେ ପାଠ ପଢ଼ିବା ବହୁତ ଜରୁରି। କିନ୍ତୁ ପାଠ ପଢ଼ି ନଥିବା ଲୋକ ପଶ୍ଚାତାପ ନ କରି ନିଜ ବୁଦ୍ଧି ବିବେକ ଲଗେଇଲେ ସେ ବି ବଡ଼ ହୋଇପାରିବେ। ଆମେ ଭାବିଥାଉ ଯେଉଁ ପିଲା ସ୍କୁଲ ଯାଉ ନାହାଁନ୍ତି ବା ଅଧାରୁ ପାଠପଢ଼ା ଛାଡି ଦେଉଛନ୍ତି, ସେମାନେ ଜୀବନରେ କିଛି କରିପାରିବେ ନାହିଁ କିମ୍ବା ଆଗକୁ ବଢ଼ି ପାରିବେ ନାହିଁ। କିନ୍ତୁ ସଫଳତାର […]

nn

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 03:22 PM IST

ବେଳେବେଳେ ଜୀବନରେ ପାଠ ଯେତିକି କାମ ଦିଏନି, ବେଶି କାମ ଦିଏ ଶାଠ। ଜୀବନରେ ପାଠ ପଢ଼ିବା ବହୁତ ଜରୁରି। କିନ୍ତୁ ପାଠ ପଢ଼ି ନଥିବା ଲୋକ ପଶ୍ଚାତାପ ନ କରି ନିଜ ବୁଦ୍ଧି ବିବେକ ଲଗେଇଲେ ସେ ବି ବଡ଼ ହୋଇପାରିବେ। ଆମେ ଭାବିଥାଉ ଯେଉଁ ପିଲା ସ୍କୁଲ ଯାଉ ନାହାଁନ୍ତି ବା ଅଧାରୁ ପାଠପଢ଼ା ଛାଡି ଦେଉଛନ୍ତି, ସେମାନେ ଜୀବନରେ କିଛି କରିପାରିବେ ନାହିଁ କିମ୍ବା ଆଗକୁ ବଢ଼ି ପାରିବେ ନାହିଁ। କିନ୍ତୁ ସଫଳତାର ମନ୍ତ୍ର ପାଠରେ ଯେତିକି ଥାଏ, ବୁଦ୍ଧିରେ ବି ସେତିକି ଥାଏ। ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ସପ୍ତମ ଶ୍ରେଣୀରୁ ପାଠ ଛାଡିଥିବା ବିମଲ ପଟେଲ। ଘର ତାଙ୍କର ଗୁଜୁରାଟର ଆନନ୍ଦ ଜିଲ୍ଲାରେ। କଠିନ ପରିଶ୍ରମ ଦ୍ୱାରା ସେ ୧୦୦ କୋଟି ଟଙ୍କାର କମ୍ପାନୀର ମାଲିକ ହୋଇପାରିଛନ୍ତି।

ମଧ୍ୟବିତ୍ତ ପରିବାରରୁ ଆସିଥିବା ବିମଲ, ଛୋଟ ବେଳେ ଭଲ ପାଠ ପଢ଼ୁ ନଥିଲେ। ସେଥିପାଇଁ ସେ ସପ୍ତମ ଶ୍ରେଣୀରେ ହିଁ ଫେଲ୍‌ ହୋଇଯାଇଥିଲେ। ଜୀବନରେ ସେ କିଛି କରିପାରିବେ ନାହିଁ ସବୁବେଳେ ତାଙ୍କୁ ଶୁଣିବାକୁ ପଡ଼ୁଥିଲା। ବାପାମାଆ ମଧ୍ୟ ରାଗି ଯାଇ ଘରୁ ବାହାରି ଯିବାକୁ କହୁଥିଲେ। ନିଜେ ରୋଜଗାର କରି ନିଜେ ଚଳ ବୋଲି ପରାମର୍ଶ ଦେଉଥିଲେ। କିନ୍ତୁ ବିମଲ ଏଥିରେ ବିଚଳିତ ହେଉନଥିଲେ। ସ୍କୁଲରେ ପଢ଼ିବା ବେଳେ ହିଁ ସେ ବାପାଙ୍କ ପାଖରୁ ହୀରା ପଲିସ୍‌ କରିବାର କୌଶଳ ଶିଖିଥିଲେ। ତାଙ୍କ ବାପା ହୀରା ପଲିସ୍‌ କରି ହିଁ ଗୁଜୁରାଣ ମେଣ୍ଟାଉଥିଲେ।

୧୯୯୬ ମସିହାରେ ବିମଲ ପ୍ରଥମଥର ପାଇଁ କାମ କରିବା ପାଇଁ ମୁମ୍ବାଇ ଆସିଲେ। ପ୍ରଥମେ ସେଠି ସେ ମଜୁରିଆ ଭାବରେ କାମ ଆରମ୍ଭ କରିଥିଲେ। ସେଥିରେ ତାଙ୍କୁ ମାସକୁ ୪୦୦୦ ଟଙ୍କା ମିଳୁଥିଲା। ମୁମ୍ବାଇ ଭଳି ବଡ଼ ସହରରେ ୪୦୦୦ ଟଙ୍କାରେ ଚଳିବା କଷ୍ଟକର ଥିଲା। ପରେ ସେ ମଜୁରୀ କାମ ଛାଡ଼ି ମୁମ୍ବାଇର ଚିତା ମାର୍କେଟରେ  ହୀରା ପଲିସ୍‌ କାମ ଆରମ୍ଭ କରିଥିଲେ। କାରଣ ସେ ପୂର୍ବରୁ ବାପାଙ୍କଠାରୁ ଏ କାମ ଶିଖିଥିଲେ। ବର୍ଷେ ହୀରା ପଲିସ କାମ କରିବା ପରେ ସେ  ବ୍ରୋକର ଭାବେ କାମ ଆରମ୍ଭ କରିଥିଲେ। ଏଥିରୁ ଦିନକୁ ସେ ୧୦୦୦ରୁ ୨୦୦୦ ଟଙ୍କା ରୋଜଗାର କଲେ। ଉର୍ପାଜିତ ଟଙ୍କାକୁ ସଞ୍ଚୟ କରି ସେ ଏକ କମ୍ପାନୀ ଆରମ୍ଭ କରିଥିଲେ। ତା’ର ନାମ ଥିଲା ‘ବିମଲ ଜେମ୍‌ସ’। ପ୍ରଥମେ ବିମଲଙ୍କ କମ୍ପାନୀରେ ୮ ଜଣ କର୍ମଚାରୀ କାମ କରୁଥିଲେ। ଧୀରେ ଧୀରେ କମ୍ପାନୀର ଲାଭ ହେବାରେ ଲାଗିଲା। ୨୦୦୦ ମସିହାରେ ତାଙ୍କ କମ୍ପାନୀର ଟର୍ଣ୍ଣଓଭର ୧୫ ଲକ୍ଷ ଟଙ୍କାରେ ପହଞ୍ଚିଲାଥିଲା।

ମଣିଷ ଜୀବନରେ ଉତ୍ଥାନ ପତନ ଲାଗିରହେ। ବିମଲଙ୍କ ଜୀବନରେ ବି ତାହା ଆସିଥିଲା। ୨୦୦୧ ମସିହାରେ ତାଙ୍କ କମ୍ପାନୀରୁ ଜଣେ କର୍ମଚାରୀ ୨୯ ଲକ୍ଷ ଟଙ୍କାର ହୀରା ଚୋରି କରି ନେଇଥିଲା। କିନ୍ତୁ ବିମଲ ଏଥିରେ ଭାଙ୍ଗି ନପଡ଼ି ୨୦୦୯ରେ ଜଲଗାଓଁରେ ନିଜର ଏକ ରତ୍ନ ଓ ଆଭୂଷଣ ଅଉଟ୍ ଲେଟ୍‌ ଖୋଲିଥିଲେ। ଏହା ଲୋକଙ୍କୁ ପସନ୍ଦ ଆସିଥିଲା। ଏହାପରେ ବିମଲ କେବେ ପଛକୁ ବୁଲି ଚାହିଁ ନାହାଁନ୍ତି। ଏବେ ମୁମ୍ବାଇରେ ବିମଲଙ୍କ ୫୨ଟି ଆଉଟଲେଟ୍ ରହିଛି। ତାଙ୍କ କମ୍ପାନୀରେ ୫୫୦ ଜଣ କର୍ମଚାରୀ କାମ କରୁଛନ୍ତି।

Related story