ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ମଧ୍ୟ ହାର ମାନିଥାଏ। ବୟସ ୧୦୧ କିନ୍ତୁ ପାଦ ଟ୍ରାକ ଉପରେ। ଏହିଭଳି କିଛି କରି ଦେଖାଇଛନ୍ତି ପଞ୍ଜାବର ଶତାୟୁ ଆଥଲେଟ୍ ମନ୍ କୌର । ଯେଉଁ ବୟସରେ ବିଛଣାରେ ଆରାମ କରିବା କଥା ସେ ବୟସରେ ସେ କରି ଦେଖାଇଛନ୍ତି ଚତ୍ମକାରିତା। ନ୍ୟୁଜଲ୍ୟାଣ୍ଡର ଅକଲାଣ୍ଡରେ ଆୟୋଜିତ ୱାଲ୍ଡ ମାଷ୍ଟର୍ସ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି କୌର । ୨୫୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ କୌର ଜିତିଛନ୍ତି ଏହି ସମ୍ମାନଜନକ ମେଡାଲ୍।
୧୦୦ ମିଟର ରେସ୍କୁ ଜିତିବା ପାଇଁ ୧ ମିନିଟ୍ ୧୪ ସେକେଣ୍ଡ ନେଇଥିଲେ କୌର। ୯୩ ବର୍ଷ ବୟସରେ ପୁଅଙ୍କ କଥାରେ ଆଥଲେଟିକ୍ ଜୀବନ ଆରମ୍ଭ କରିଥିବା କୌର ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ମାଇକେଲ ଫେଲ୍ସଙ୍କ ରେକର୍ଡ ସହ ସମକକ୍ଷ ହେବା ଏହି ଶତାୟୁଙ୍କର ଲକ୍ଷ୍ୟ।