୧୧ ବର୍ଷର ଝିଅ ଶିକ୍ଷକଙ୍କ ଦଣ୍ଡକୁ କହିଲା ‘ଯୁଦ୍ଧ ଅପରାଧ’; ଭାଇରାଲ୍ ହେଲେ ଫିଡ୍‌ବ୍ୟାକ୍‌

ସ୍କୁଲ୍‌ରେ ଦଣ୍ଡ ମିଳିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ବଡ଼ କଥା ନୁହେଁ। କିନ୍ତୁ ବ୍ରିଟେନ୍‌ରେ ଜଣେ ୧୧ ବର୍ଷର ଝିଅ ଏପ୍ରସଙ୍ଗରେ ନିଜ ଶିକ୍ଷକମାନଙ୍କୁ ଦେଇଛି ଉପଦେଶ। ଏହି ଝିଅ ଲେଖିଛି ଶିକ୍ଷକମାନଙ୍କ ଦ୍ୱାରା ଦିଆଯାଉଥିବା ସାମୂହିକ ସଜ୍ଜା ଯୁଦ୍ଧ ଅପରାଧ। ଝିଅଟିର ଏହି ଉପଦେଶକୁ ତା’ ବାପା ଟ୍ୱିଟ୍ କରିଛନ୍ତି। ଏହା ପରେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଯାଇଛି। ପୂରା କଥାଟା ହେଉଛି ଏମିତି। ସ୍କୁଲ୍‌ରେ ପିଲାମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ବା ମତାମତ ନେବା ବେଳେ […]

eba

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 08:46 AM IST

ସ୍କୁଲ୍‌ରେ ଦଣ୍ଡ ମିଳିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ବଡ଼ କଥା ନୁହେଁ। କିନ୍ତୁ ବ୍ରିଟେନ୍‌ରେ ଜଣେ ୧୧ ବର୍ଷର ଝିଅ ଏପ୍ରସଙ୍ଗରେ ନିଜ ଶିକ୍ଷକମାନଙ୍କୁ ଦେଇଛି ଉପଦେଶ। ଏହି ଝିଅ ଲେଖିଛି ଶିକ୍ଷକମାନଙ୍କ ଦ୍ୱାରା ଦିଆଯାଉଥିବା ସାମୂହିକ ସଜ୍ଜା ଯୁଦ୍ଧ ଅପରାଧ। ଝିଅଟିର ଏହି ଉପଦେଶକୁ ତା’ ବାପା ଟ୍ୱିଟ୍ କରିଛନ୍ତି। ଏହା ପରେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଯାଇଛି।

ପୂରା କଥାଟା ହେଉଛି ଏମିତି। ସ୍କୁଲ୍‌ରେ ପିଲାମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ବା ମତାମତ ନେବା ବେଳେ ପଚରା ଯାଇଥିଲେ ଯେ ସେମାନଙ୍କ ଶିକ୍ଷକମାନେ ଆଉ କ’ଣ ଭଲ କରିପାରିବେ? ଏହାର ଉତ୍ତରରେ ଏହି ଝିଅଟି ଲେଖିଥିଲା,“ଛାତ୍ରଛାତ୍ରୀମାନଙ୍କୁ ସାମୂହିକ ସଜ୍ଜା ଦେବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ଯେଉଁମାନେ ଭୁଲ୍ କରି ନ ଥାନ୍ତି ସେମାନଙ୍କ ସହିତ ଅନ୍ୟାୟ ହୋଇଥାଏ ଓ ୧୯୪୯ ଜେନେଭା ଚୁକ୍ତି ଅନୁସାରେ ଏହା ଯୁଦ୍ଧ ଅପରାଧ।” ସୂଚନାଯୋଗ୍ୟ, ଜେନେଭା ଚୁକ୍ତି ହେଉଛି ଅନ୍ତର୍ଜାତୀୟ ସଂଘର୍ଷ ଦ୍ୱାରା ଯୁଦ୍ଧ ଅପରାଧୀ ଓ ଯୁଦ୍ଧ ବନ୍ଦୀଙ୍କ ସହିତ ହେଉଥିବା ବ୍ୟବହାର ସଂପର୍କିତ।

https://twitter.com/MasonCrossBooks/status/867687194718351360

ଶିକ୍ଷକମାନଙ୍କୁ ଏଭଳି ଉପଦେଶ ଦେଇଥିବା ଏହି ଝିଅଟିର ନାଁ ଏବା। ତା’ବାପା ତା’ର ମତାମତକୁ ଟ୍ୱିଟ୍ କରିବା ପରେ ଏହାକୁ ପ୍ରାୟ ଏକ ଲକ୍ଷ ଲୋକ ରିଟ୍ୱିଟ୍ କରିଛନ୍ତି। ସେ ଆହୁରି ଲେଖିଛନ୍ତି,“ମୋ ଝିଅ ସ୍କୁଲ୍‌ରେ ମତାମତ ଦେବା ବେଳେ ଏକଥା କହିଛି। ମୁଁ ବୁଝି ପାରୁନି ଏଥିପାଇଁ ତାକୁ ଦଣ୍ଡ ଦେବି କି ଆଇସ୍କ୍ରିମ୍ କିଣି ଦେବି।”

ଏବାକୁ ଆଇସ୍କ୍ରିମ୍ ଦେବାକୁ ଲୋକେ ଟ୍ୱିଟ୍ କରି ତା’ ବାପାଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସେ ଏବାକୁ ଏକ ଆଇସ୍କ୍ରିମ୍ କିଣି ଦେଲେ। ଝିଅ ଦୁଇ ହାତରେ ଆଇସ୍କ୍ରିମ୍ ଧରିଥିବାର ଫଟୋକୁ ସେ ଟ୍ୱିଟ୍ କରିଥିଲେ।

Related story