Advertisment

୧୨ ବର୍ଷର ପିଲା ତିଆରି କଲା ଛଣା ମେସିନ୍‌, ବିନା ପରିଶ୍ରମରେ ସଫା ହେବ ଗହମ

ନୂଆଦିଲ୍ଲୀ: ପିଲାମାନେ ସାଧାରଣତଃ ଖେଳିବାକୁ ପସନ୍ଦ କରନ୍ତି। ନିଜର ଛୋଟିଆ ଦୁନିଆରେ ହଜିଯିବାକୁ ପସନ୍ଦ କରନ୍ତି। ବାପା ମାଆଙ୍କ କଥା ନମାନିବା, ଦୁଷ୍ଟାମି ଏବଂ ଜିଦ୍‌ କରିବା ପିଲାମାନଙ୍କ ପାଇଁ ଏକ ସାଧାରଣ କଥା। ଏମିତି ଖୁବ୍‌ କମ୍‌ ପିଲା ମିଳିବେ ଯେଉଁମାନେ ବାପା ମାଆ କଥାକୁ ଅନୁସରଣ କରୁଥିବେ। ସେଥିରୁ ମହାରାଷ୍ଟ୍ରର ୧୨ ବର୍ଷର ବାଳକ ବୋଧିସତ୍ତ୍ୱ ଗଣେଶ ଖଣ୍ଡେରାଓ ଅନ୍ୟତମ। ମାଆଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ୫୦୦ ଟଙ୍କାରୁ କମ୍‌ ଖର୍ଚ୍ଚରେ ଏକ […]

ଅଦ୍ୟତନ ହୋଇଛି
୧୨ ବର୍ଷର ପିଲା ତିଆରି କଲା ଛଣା ମେସିନ୍‌, ବିନା ପରିଶ୍ରମରେ ସଫା ହେବ ଗହମ

picture

Advertisment

ନୂଆଦିଲ୍ଲୀ: ପିଲାମାନେ ସାଧାରଣତଃ ଖେଳିବାକୁ ପସନ୍ଦ କରନ୍ତି। ନିଜର ଛୋଟିଆ ଦୁନିଆରେ ହଜିଯିବାକୁ ପସନ୍ଦ କରନ୍ତି। ବାପା ମାଆଙ୍କ କଥା ନମାନିବା, ଦୁଷ୍ଟାମି ଏବଂ ଜିଦ୍‌ କରିବା ପିଲାମାନଙ୍କ ପାଇଁ ଏକ ସାଧାରଣ କଥା। ଏମିତି ଖୁବ୍‌ କମ୍‌ ପିଲା ମିଳିବେ ଯେଉଁମାନେ ବାପା ମାଆ କଥାକୁ ଅନୁସରଣ କରୁଥିବେ। ସେଥିରୁ ମହାରାଷ୍ଟ୍ରର ୧୨ ବର୍ଷର ବାଳକ ବୋଧିସତ୍ତ୍ୱ ଗଣେଶ ଖଣ୍ଡେରାଓ ଅନ୍ୟତମ। ମାଆଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ୫୦୦ ଟଙ୍କାରୁ କମ୍‌ ଖର୍ଚ୍ଚରେ ଏକ ମେସିନ୍‌ ପ୍ରସ୍ତୁତ କରିଛନ୍ତି। ଯାହାର କାମ ହେଉଛି କାହାର ବିନା ସାହାଯ୍ୟରେ ଗହମ ସଫା କରିବା।

Advertisment

ମହାରାଷ୍ଟ୍ରର ୟବତମାନ ଜିଲ୍ଲା ସ୍ଥିତ ଭୋଷ ଗାଁରେ ରୁହନ୍ତି ଅମୃତା ଖଣ୍ଡେରାୱ। ତାଙ୍କ ପୁଅ ବୋଧିସତ୍ତ୍ୱ ଗଣେଶ ଖଣ୍ଡେରାଓ। ଗାଁର ପରିବେଶ ସହ ଭଲ ଭାବେ ଜଡିତ ଅମୃତା। ଗାଁର ସମସ୍ୟା କେମିତି ଠିକ୍‌ ହେବ, କେମିତି ଗାଁର ଉନ୍ନତି ହେବ ସେଥିପାଇଁ ସେ ସବୁବେଳେ ଚିନ୍ତିତ ରହୁଥିଲେ। ସେ କୌଣସି ବଡ଼ ପରିବର୍ତ୍ତନର ଅପେକ୍ଷାରେ ନଥିଲେ, ଧୀରେ ଧୀରେ ସେ ଗ୍ରାମୀଣ ସମସ୍ୟାରେ ସୁଧାର ଆଣିବା ପାଇଁ ଚେଷ୍ଟା କରୁଥିଲେ। ସେ ଘରେ ସବୁବେଳେ ଗାଁ ମହିଳାଙ୍କ ସୁବିଧା ଏବଂ ଗାଁରେ ଥିବା ସମସ୍ୟାକୁ ନେଇ ଆଲୋଚନା କରୁଥିଲେ। ପରିବାର ସହ ଯେତେବେଳେ ଏ ସମ୍ପର୍କରେ ଅମୃତା ଆଲୋଚନା କରୁଥିଲେ ପୁଅ ବୋଧିସତ୍ତ୍ୱ ଖଣ୍ଡେରାଓ ସେ ସବୁ ଶୁଣୁଥିଲା।

publive-imageବୋଧି ସପ୍ତମ ଶ୍ରେଣାର ଜଣେ ମେଧାବୀ  ଛାତ୍ର ଥିଲେ। ପାଠପଢ଼ା ସହ ସେ ତାଙ୍କ ପାରିପାର୍ଶ୍ୱିକ ପରିସ୍ଥିତକୁ ନେଇ ମଧ୍ୟ ଚିନ୍ତିତ ରହୁଥିଲେ।
୨୦୧୭ରେ ସେ ଏକ ଅଟୋମେଟିକ୍‌ ଛଣା ପ୍ରସ୍ତୁତ କଲେ। ଯାହାଦ୍ୱାରା କମ୍‌ ସମୟ ମଧ୍ୟରେ ବିନା ପରିଶ୍ରମରେ ଜଣେ ଗହମ ଛାଣିପାରିବ। ଏସବୁ କରିବା ପଛରେ ବୋଧି କହିଲେ ଯେ ସେ ସବୁବେଳେ ତାଙ୍କ ମାଆଙ୍କ ସହ ଗାଁର ଏମିତି ଅନେକ ମହିଳାଙ୍କୁ ଦେଖୁଥିଲେ ଯେଉଁମାନେ ଗହମକୁ ସଫା କରିବା ପାଇଁ ଅନେକ ସମୟ ନେଉଥିଲେ ଏବଂ ଗହମ ସଫା କରିବା ପରେ କ୍ଲାନ୍ତ ହୋଇଯାଉଥିଲେ। ବୋଧି ଚିନ୍ତା କଲେ ସେ ଏମିତି କିଛି କରିବେ ଯାହାଦ୍ୱାରା ମହିଳାମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ। ତେଣୁ ସେ ଟିଣ ଏବଂ କାଠର ଗୋଟେ ମେସିନ୍‌ କଲେ। କାଠରେ ପ୍ରସ୍ତୁତ ମେସିନ୍‌ ଇଲେକ୍ଟ୍ରି ଦ୍ୱାରା ଚାଲୁଥିଲା। ଟିଣରେ ପ୍ରସ୍ତୁତ ମେସିନ୍‌କୁ ଜଣେ ବସିକି ହାତରେ ଚଲାଇ ପାରିବ।

Advertisment

mechineଦୁଇଟି ମେସିନ୍‌ ଦେଖିବାକୁ ଲମ୍ବା ଚାରିକଣିକିଆ। ମେସିନ୍‌ ଉପରେ ଏକ ଟ୍ରେ ରହିଛି। ଯେଉଁଥିରେ ପାଖାପାଖି ୩ କିଲୋ ଗହମ ଜାଗା ହୋଇଯିବ। ଏହି ଟ୍ରେ’ର ତଳ ଭାଗରେ ଜାଲ ରହିଛି। ଟ୍ରେ ଟି ଗୋଟେ ଷ୍ଟାଣ୍ଡ ଉପରେ ରଖାଯାଇଛି। ଯାହା ଉପରେ ଆପଣ ଗହମ ରଖି ଏପଟ ସେପଟ କଲେ ଆପେ ଆପେ ମଇଲା ଏବଂ ଖରାପ ଗହମ ତଳେ ପଡ଼ିଯିବ।ଏହି ମେସିନ୍‌ ୫୦୦ ଟଙ୍କାରୁ କମ୍‌ ଦାମରେ ମିଳିଯାଉଛି।
ମହାରାଷ୍ଟ୍ରର ବିଭିନ୍ନ ଗାଁରେ ମହିଳାମାନେ ଗହମ ସଫା କରି ଟଙ୍କା ରୋଜଗାର କରନ୍ତି। ବୋଧିଙ୍କର ଏହି ମେସିନ୍‌ ସେମାନଙ୍କୁ କାମରେ ସାହାଯ୍ୟ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe