ମଲା ପୁଅକୁ 12 ଘଣ୍ଟା ଧରି ବାଲିରେ ପୋତି ରଖିଲେ ବାପା ମାଆ: ପୁଅ କ’ଣ ବଞ୍ଚିଲା?

ବାଲିରେ ବେକ ଯାଏ ପୋତା ହୋଇଥିଲା 17 ବର୍ଷର ମଲା ପୁଅ। ମୁଣ୍ଡ ପାଖରେ ଜଗି ବସିଥିଲେ ବାପା ମାଆ। ବୁଝୁ ନଥିଲା ମାଆର ମନ। ପୁଅ ପୁଣି ଥରେ ବଞ୍ଚି ଉଠିବ , ଆଉ କଥା କହିବ। ଏହି ଆଶା ନେଇ ଯିଏ ଯାହା କହୁଥିଲେ ବିକଳରେ ସବୁ ମାନି ଯ଼ାଉଥିଲେ ବାପା ମାଆ । ଚଣ୍ଡିଗଡ଼ର ମନିମାଜରାଠାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଗୋଲୁ ନାମକ ଏକ 17 ବର୍ଷର ପିଲାର କରେଣ୍ଟ […]

GOLU DATH

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 07:33 PM IST

ବାଲିରେ ବେକ ଯାଏ ପୋତା ହୋଇଥିଲା 17 ବର୍ଷର ମଲା ପୁଅ। ମୁଣ୍ଡ ପାଖରେ ଜଗି ବସିଥିଲେ ବାପା ମାଆ। ବୁଝୁ ନଥିଲା ମାଆର ମନ। ପୁଅ ପୁଣି ଥରେ ବଞ୍ଚି ଉଠିବ , ଆଉ କଥା କହିବ। ଏହି ଆଶା ନେଇ ଯିଏ ଯାହା କହୁଥିଲେ ବିକଳରେ ସବୁ ମାନି ଯ଼ାଉଥିଲେ ବାପା ମାଆ ।

ଚଣ୍ଡିଗଡ଼ର ମନିମାଜରାଠାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଗୋଲୁ ନାମକ ଏକ 17 ବର୍ଷର ପିଲାର କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିଲା। ଗୋଲୁକୁ ବଞ୍ଚାଇବା ଆଶାରେ 12 ଘଣ୍ଟା ଧରି ତାର ଶବକୁ ବାଲିରେ ପୋତି ରଖିଥିଲେ ଘରଲୋକେ। ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ବାପା ମାଆଙ୍କ ଅନିଚ୍ଛା ସତ୍ୱେ ମୃତଦେହର ପୋଷ୍ଟମର୍ଟମ କରିଥିଲା ପୋଲିସ । କିନ୍ତୁ ରିପୋର୍ଟ ନ ଆସିବାରୁ ଅସନ୍ତୋଷ ଦେଖାଦେଇଥିଲା।  ରିପୋର୍ଟ ନ ଆସିବା ଯାଏ ମୃତଦେହ ସଂସ୍କାର କରାଯିବ ନାହିଁ ବୋଲି ଜିଦ୍ ଧରିଥିଲେ ଘର ଲୋକେ ।

ତେବେ ଦୀର୍ଘ ସମୟ ଧରି ମୃତଦେହଟିକୁ ବାଲିରେ ପୋତି ରଖିବାର ଦୃଶ୍ୟ ସେ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା।  ବାଲିରେ ପୋତି ରଖିଲେ ପୁଅ ବଞ୍ଚିଯିବ ବୋଲି କିଛି ଲୋକ କହିବା ପରେ ବାପାମାଆ ସେହି ଉପାୟ ଅବଲମ୍ବନ କରିଥିଲେ। କୁହାଯାଏ, ପୂର୍ବରୁ ମଧ୍ୟ ସେ ଅଂଚଳରେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ତାଙ୍କ ପରିବାର ଲୋକେ ବାଲିରେ ପୋତି ରଖିବା ପରେ ପୁଣି ବଞ୍ଚି ଉଠିଥିଲେ। ହେଲେ ଏହା ଯେ ସଂପୂର୍ଣ୍ଣ ଅନ୍ଧବିଶ୍ୱାସ ତାହା ପରିବାର ଲୋକେ ଅନୁଭବ କରିପାରୁ ନଥିଲେ ।

ବିଦ୍ୟୁତ୍ ଖୁଣ୍ଟ ଗୁଡିକରେ ତାର ଝୁଲି ରହିଥିବାରୁ ଏହା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏ ବିଷୟରେ ଅଞ୍ଚଳବାସୀ ପ୍ରଶାନକୁ ବାରମ୍ବାର ଜଣାଇବା ସତ୍ୱେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏନେଇ ପୁରା ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗାଁ ଲୋକ ଅଡ଼ି ବସିଛନ୍ତି ।

 

Related story