କୋଟିଏ ଟଙ୍କାର ଘର: ହେଲେ ଦେଖିଲେ ହସୁଛନ୍ତି ଲୋକେ, ପଢ଼ିଲେ ଆପଣ ବି ହସିବେ

ଘରର ମୂଲ୍ୟ ୧ କୋଟି ଟଙ୍କାର। ଏଥିରୁ ଜଣାପଡୁଥିବ ଘରଟି କେଉଁଠି ଥିବ ଓ ଏହାର ଡିଜାଇନ୍‌ କେମିତି ହୋଇଥିବ। ଯିଏ ବି ଏହି ଘରେ ରହୁଥିବେ ସେ କୋଟିପତି ହୋଇଥିବେ। ହେଲେ ଏହି ଘରେ ଏମିତି ଅଛି ଯାହା ଦେଖିଲେ ବାଟରେ ଯିବା ଲୋକଙ୍କ ମୁହଁରେ ହସ ଖେଳିଯାଇଥାଏ। ତେବେ ଏହି ହସ ଖୁସର ହସ ନୁହେଁ ବରଂ ଥଟ୍ଟାର ହସ। କାରଣ ବି ସେପରି ହୋଇଛି, ଯାହା ଶୁଣିଲେ ଆପଣ ବି ହସି ବନ୍ଦ […]

house

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 12:36 PM IST

ଘରର ମୂଲ୍ୟ ୧ କୋଟି ଟଙ୍କାର। ଏଥିରୁ ଜଣାପଡୁଥିବ ଘରଟି କେଉଁଠି ଥିବ ଓ ଏହାର ଡିଜାଇନ୍‌ କେମିତି ହୋଇଥିବ। ଯିଏ ବି ଏହି ଘରେ ରହୁଥିବେ ସେ କୋଟିପତି ହୋଇଥିବେ। ହେଲେ ଏହି ଘରେ ଏମିତି ଅଛି ଯାହା ଦେଖିଲେ ବାଟରେ ଯିବା ଲୋକଙ୍କ ମୁହଁରେ ହସ ଖେଳିଯାଇଥାଏ। ତେବେ ଏହି ହସ ଖୁସର ହସ ନୁହେଁ ବରଂ ଥଟ୍ଟାର ହସ। କାରଣ ବି ସେପରି ହୋଇଛି, ଯାହା ଶୁଣିଲେ ଆପଣ ବି ହସି ବନ୍ଦ କରିପାରିବେ ନାହିଁ। ଆସନ୍ତୁ ଜାଣିବା ଇଂଲଣ୍ଡରେ ଥିବା ଏହି ଘର ସମ୍ପର୍କରେ।

ଇଂଲଣ୍ଡର ଡର୍ବୋଶାୟରରେ ରହିଛି ଏହି ସୌଖୁନୀ ଘର। ଘରର ଡିଜାଇନ୍‌ ବି ଆଖି ଝଲସିବା ପରି ହୋଇଛି। ହେଲେ ଘରକୁ ଆପଣ ସିଧା ପ୍ରବେଶ କରି ପାରିବେ ନାହିଁ। ଘରକୁ ଯିବାକୁ ଆପଣଙ୍କୁ ଚୋରଙ୍କ ପରି ପାଚେରୀ ଡେଇଁବାକୁ ପଡିବ। ନିଶ୍ଚିତ ଭାବୁଥିବେ ଏପରି ଘରକୁ ମୁଖ୍ୟ ଫାଟକ ଦେଇ ନ ଯାଇ ଚୋରଙ୍କ ଭଳି କାହିଁକି ପାଚେରୀ ଡେଇଁ ଯିବେ। ଏହା ହିଁ ହେଉଛି ଏହି ଘରର ଏପରି ଏକ କଥା ଯାହା ସମସ୍ତଙ୍କ ମୁହଁରେ ଖେଳାଇ ଦେଇଥାଏ ହସ।

ପ୍ରକୃତ କଥା ହେଲା ଘରର ମୁଖ୍ୟ ଗେଟ୍‌ ଆଗରେ ରହିଛି ଏକ ବସ୍‌ଷ୍ଟପ। ଏପରି ସ୍ଥିତିରେ କେହି ଘରକୁ ମୁଖ୍ୟ ଫାଟକ ଦେଇ ଯାଇପାରି ନଥାନ୍ତି।

ମଜାଦାର କଥା ହେଲା ଘର ନିର୍ମାଣ ପରେ ଏହି ବସ୍‌ଷ୍ଟପ୍‌ ହୋଇନାହିଁ। ବରଂ ବସ୍‌ଷ୍ଟପ୍ ପଛକୁ ଘର ନିର୍ମାଣ କରାଯାଇଛି। ଏବେ ପ୍ରଶ୍ନ ଉଠୁଥିବ ଏତେ ସୌଖୁନୀ ଘରର ଡିଜାଇନ୍‌ କରିବା ବେଳେ କ’ଣ ବସ୍‌ଷ୍ଟପକୁ ଗୁରୁତ୍ୱ ଦିଆଯାଇ ନ ଥିଲା ନା ବସ୍‌ଷ୍ଟପ୍‌କୁ ଉଠାବାକୁ ଯୋଜନା କରାଯାଇଥିଲା। ତେବେ ସେଠାରୁ ବସ୍‌ଷ୍ଟପ୍‌ଟି ଉଠିବାର କୌଣସି ଯୋଜନା ନ ଥିଲା କି ଏବେ ନାହିଁ। ଘରର ଡିଜାଇନ୍‌ ପ୍ରସ୍ତୁତ କରିବା ବେଳେ ବସ୍‌ଷ୍ଟପ୍‌ କଥା ଡିଜାଇନର ଭୁଲି ଯାଇଥିଲେ। ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଛି।

ଏବେ ଏହି ଘରର ଡିଜାଇନ୍‌ ଅଞ୍ଚଳବାସୀଙ୍କ ପାଇଁ ମନୋରଞ୍ଜନର ଖୋରାଗ ପାଲଟିଛି।

Related story