‘ଆପ୍ ସବକା’ ବିନାଶ ଦ୍ୱିତୀୟ ଭାଗ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫୋନି ଓଡ଼ିଶାର ଅନେକ ସ୍ଥାନରେ କ୍ଷତି ପହଞ୍ଚାଇଛି। ଅନେକ ଘର, ଧନ ଜୀବନ ନଷ୍ଟ ହୋଇଯାଇଛି। ହେଲେ ମେ’ ୨୩ରେ ଚଳିତ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଉ ଏକ ବିନାଶ ହୋଇଛି। ସ୍ଥୁଳ ଦୃଷ୍ଟିରେ ଏହି ବିନାଶ ଆପଣଙ୍କ ଦୃଷ୍ଟିଗୋଚର ହେଉ ନ ଥିଲେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏହି ବିନାଶକୁ ଆପଣ ଉପଲବ୍ଧି କରିପାରୁଥିବେ। ଯଦିଓ ଏହି ବିନାଶ ସାଧାରଣ ଲୋକଙ୍କର କିଛି କ୍ଷତି କରିନି, ତଥାପି […]

aap-sabka-binash

aap-sabka-binash

Subhransu Sekhar
  • Published: Friday, 24 May 2019
  • Updated: 25 May 2019, 12:07 PM IST

Sports

Latest News

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫୋନି ଓଡ଼ିଶାର ଅନେକ ସ୍ଥାନରେ କ୍ଷତି ପହଞ୍ଚାଇଛି। ଅନେକ ଘର, ଧନ ଜୀବନ ନଷ୍ଟ ହୋଇଯାଇଛି। ହେଲେ ମେ’ ୨୩ରେ ଚଳିତ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଉ ଏକ ବିନାଶ ହୋଇଛି। ସ୍ଥୁଳ ଦୃଷ୍ଟିରେ ଏହି ବିନାଶ ଆପଣଙ୍କ ଦୃଷ୍ଟିଗୋଚର ହେଉ ନ ଥିଲେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏହି ବିନାଶକୁ ଆପଣ ଉପଲବ୍ଧି କରିପାରୁଥିବେ। ଯଦିଓ ଏହି ବିନାଶ ସାଧାରଣ ଲୋକଙ୍କର କିଛି କ୍ଷତି କରିନି, ତଥାପି ଅନେକ ନେତା ଓ ଦଳର ବିନାଶ ପାଇଁ ସକ୍ଷମ ହୋଇଛି।

୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶରେ ପ୍ରଚାର କରୁଥିଲେ ମୋଦି। ଏହି ସମୟରେ ସେ ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟିକୁ ଲକ୍ଷ୍ୟ କରି କହିଥିଲେ ‘ସବକା’ ବିନାଶ ହେବ। ଏହି ‘ସବକା’ ହେଲା ସ(ସମାଜବାଦୀ ପାର୍ଟି), ବ(ବହୁଜନ ସମାଜ ପାର୍ଟି), କା(କଂଗ୍ରେସ)। ୨୦୧୪ରେ ମୋଦି ହାୱାରେ ଏହି ତିନି ଦଳ ସହ ଆମ୍ ଆଦମୀ(ଆପ୍‌) ପାର୍ଟି ନିଜର ଅସ୍ଥିତ୍ୱ ହରାଇଥିଲେ। ଅର୍ଥାତ୍ ମୋଦିଙ୍କ ଭାଷାରେ ‘ଆପ୍ ସବକା ବିନାଶ’ ଚରିତାର୍ଥ ହେଲା। ଏବେ ପୁଣି ୨୦୧୯ରେ ମୋଦି ଲହରରେ ଏହି ୪ଟି ଦଳ ନିଜର ସ୍ଥିତି ହରାଇଛନ୍ତି।

୨୦୧୪ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେପି ଚଳିତଥର ଆହୁରି ଅଧିକ ଆସନ ଜିତିଛି। ୨୦୧୯ ନିର୍ବାଚନରେ ୫୪୨ ଲୋକସଭା ଆସନରୁ ୩୦୧ଟି ଆସନରେ ଏକାକୀ ବିଜେପି ଜିତିଥିବା ବେଳେ ଏନଡିଏ ୩୫୧ ଆସନରେ ଜିତିଛି। କଂଗ୍ରେସ ୫୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୟୁପିଏ ୯୧ଟି ଏବଂ ଅନ୍ୟାନ୍ୟ ଦଳ ୯୯ଟି ଆସନରେ ବିଜୟୀ ହୋଇଛନ୍ତି।

ଉତ୍ତର ପ୍ରଦେଶ ସବୁଠାରୁ ବଡ଼ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟ ଦେଶର ପ୍ରଧାନମନ୍ତ୍ରୀ ସ୍ଥିର କରିଥାଏ। ୟୁପିରେ ବିଜେପି ୬୧ଟି ଆସନରେ ଚଳିତ ଥର ଜିତିଥିବା ବେଳେ ସହଯୋଗୀ ଦଳ ଆପନା ଦଳ ୨ଟି ଏବଂ କଂଗ୍ରେସ ଗୋଟିଏ ଓ ମହାମେଣ୍ଟ ୧୫ଟି ଆସନରେ ବିଜୟୀ ହୋଇଛି। ମହାମେଣ୍ଟର ସମାଜବାଦୀ ପାର୍ଟି ୫ଟି ଏବଂ ବହୁଜନ ସମାଜ ପାର୍ଟି ୧୦ଟି ଆସନରେ ବିଜୟୀ ହୋଇଛି।

୨୦୧୪ ନିର୍ବାଚନରେ ମୋଟ ୫୪୩ ଲୋକସଭା ଆସନରୁ ବିଜେପି ୨୮୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଏନଡିଏକୁ ୩୩୬ଟି ଆସନ ମିଳିଥିଲା। ସାରା ଦେଶରେ କଂଗ୍ରେସ ୪୪ଟି ଆସନ ଜିତିଥିବା ବେଳେ ୟୁପିଏ ୫୯ଟି ଆସନରେ ବିଜୟୀ ହୋଇଥିଲା।

ସେହିବର୍ଷ ୟୁପିର ୮୦ ଲୋକସଭା ଆସନରୁ ବିଜେପି ୭୧ଟି ଆସନ, ସହଯୋଗୀ ଆପନା ଦଳ ୨ଟି ଜିତିଥିବା ବେଳେ ସମାଜବାଦୀ ପାର୍ଟି ୫ଟି ଏବଂ ବହୁଜନ ସମାଜ ପାର୍ଟି କୌଣସି ଆସନରେ ବିଜୟୀ ହୋଇ  ନ ଥିଲା।

ସେହିପରି ୨୦୧୪ରେ ଆମ ଆଦମୀ ପାର୍ଟି ପଞ୍ଜାବରୁ ୪ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏଥର ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇ ଦଳ ସଂସଦରେ ନିଜର ଉପସ୍ଥିତି ବଞ୍ଚାଇ ପାରିଛି। ହେଲେ ଦିଲ୍ଲୀରେ ଆପ୍ ସରକାର ଚାଲିଥିବା ବେଳେ ଏଠାକାର ୭ଟି ଯାକ ଲୋକସଭା ଆସନରେ ଦଳ ପରାଜିତ ହୋଇଛି। ଉତ୍ତର ପ୍ରଦେଶରେ ବିଜେପି ୨୦୧୪ ତୁଳନାରେ ୧୦ଟି ଆସନ ହରାଇଛି। ହେଲେ ପଶ୍ଚିମବଙ୍ଗରେ ଚଳିତଥର ୧୮ଟି ଆସନ ଏବଂ ଓଡ଼ିଶାରେ ୮ଟି ଆସନରେ ବିଜେପି ଜିତିଛି। ୨୦୧୪ରେ ଓଡ଼ିଶାରେ ବିଜେପି ଗୋଟିଏ ଏବଂ ପଶ୍ଚିମବଙ୍ଗରେ ୨ଟି ଆସନ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story