ଧୋକା ଦେଲା ଦୁନିଆ: ୨୨ ବର୍ଷ ଧରି ସୁଡ଼ଙ୍ଗ ଭିତରେ ରହୁଛନ୍ତି ସ୍ୱାମୀ ସ୍ତ୍ରୀ

ଦୁନିଆରେ ଦୁଇଟି ପ୍ରକୃତିର ଲୋକ ଅଛନ୍ତି। ପ୍ରଥମ ପ୍ରକୃତିର ଲୋକ ଜୀବନରେ ଯେତେ ସୁଖ ମିଳିଲେ ବି ଅଧିକ ପାଇବାର ଲାଳସା ନେଇ ଦୌଡିଥାନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଜୀବନରେ ଯାହା ଯେତିକି ମିଳିଛି ସେତିକିରେ ସନ୍ତୁଷ୍ଟ ହୋଇ ଖୁସିରେ ବଞ୍ଚିବାକୁ ପସନ୍ଦ କରନ୍ତି। ଏମିତି ଏକ ଦମ୍ପତ୍ତି ହେଲେ କଲମ୍ବିଆର ମାରିଆ ଗର୍ସିଆ ଓ ତାଙ୍କ ସ୍ୱାମୀ ମିଗୁଇଲ୍ ରେଷ୍ଟ୍ରେପୋ। ବିଳାସପୂର୍ଣ୍ଣ ଦୁନିଆଠାରୁ ଦୂରରେ ରହନ୍ତି ଦୁହେଁ। କେହି କାହାକୁ ଛାଡ଼ନ୍ତି ନାହିଁ। […]

22 years

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 03:50 PM IST

ଦୁନିଆରେ ଦୁଇଟି ପ୍ରକୃତିର ଲୋକ ଅଛନ୍ତି। ପ୍ରଥମ ପ୍ରକୃତିର ଲୋକ ଜୀବନରେ ଯେତେ ସୁଖ ମିଳିଲେ ବି ଅଧିକ ପାଇବାର ଲାଳସା ନେଇ ଦୌଡିଥାନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଜୀବନରେ ଯାହା ଯେତିକି ମିଳିଛି ସେତିକିରେ ସନ୍ତୁଷ୍ଟ ହୋଇ ଖୁସିରେ ବଞ୍ଚିବାକୁ ପସନ୍ଦ କରନ୍ତି। ଏମିତି ଏକ ଦମ୍ପତ୍ତି ହେଲେ କଲମ୍ବିଆର ମାରିଆ ଗର୍ସିଆ ଓ ତାଙ୍କ ସ୍ୱାମୀ ମିଗୁଇଲ୍ ରେଷ୍ଟ୍ରେପୋ। ବିଳାସପୂର୍ଣ୍ଣ ଦୁନିଆଠାରୁ ଦୂରରେ ରହନ୍ତି ଦୁହେଁ। କେହି କାହାକୁ ଛାଡ଼ନ୍ତି ନାହିଁ। ସବୁଥିଲେ ପରସ୍ପରକୁ ସହଯୋଗ କରନ୍ତି। ହେଲେ ଦୁନିଆଠାରୁ ଦୂରରେ, ମାଟି ତଳେ ଏକ ସୁଡଙ୍ଗରେ। ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମାନେ ଦୀର୍ଘ ୨୨ ବର୍ଷ ଧରି ରହି ଆସୁଛନ୍ତି ଏକ ସୁଡ଼ଙ୍ଗ ଭିତରେ। ତେବେ ଏହା ଜାଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏଡ଼େ ସୁନ୍ଦର ଚାକଚକ୍ୟ ଭରା ଦୁନିଆ ଛାଡି ଏ ଦମ୍ପତ୍ତି ସୁଡଙ୍ଗ ଭିତରେ କାହିଁକି ରହୁଛନ୍ତି।

ୟା ପଛରେ ରହିଛି ଏକ ମାରାତ୍ମକ କାହାଣୀ। ମାରିଆ ଓ ମିଗୁଏଲ ଦୁହେଁ ଦୁହିଁଙ୍କୁ ଭେଟିଥିଲେ ମେଡେଲିନରେ। ସେ ସମୟରେ ଦୁହେଁ ନିଶା ଔଷଧ ସେବନରେ ଅଭ୍ୟସ୍ତ ଥିଲେ। ଆପଣ ଜାଣିଥିବେ, କଲମ୍ବିଆ ସାରା ବିଶ୍ୱରେ ନିଶାଦ୍ରବ୍ୟ ଚାଲାଣ ଓ ବିକ୍ରି ପାଇଁ କୁଖ୍ୟାତ। ଅନେକ ସମୟରେ ନିଶା ବ୍ୟବସାୟକୁ ନେଇ ସେଠାରେ ହିସାଂକାଣ୍ଡ ବି ଦେଖିବାକୁ ମିଳିଥାଏ। ପୂର୍ବରୁ ଏହା ଅଧିକ ମାତ୍ରାରେ ଦେଖାଯାଉଥିଲା। ସେ ସମୟରେ ଏହି ଦମ୍ପତ୍ତି ରାସ୍ତା କଡରେ ହିଁ ରହୁଥିଲେ ଓ ନିଶା ଔଷଧ ସେବନ ନିୟମିତ ଭାବେ କରୁଥିଲେ। ଫଳରେ ଧୀରେ ଧୀରେ ଏମାନେ ଏକ ନର୍କ ଜୀବନ ଆଡ଼କୁ ଚାଲିଯାଉଥିଲେ।

ଏପରି ସମୟରେ ଦିନେ ଏମାନଙ୍କର ଚୈତନ୍ୟ ଉଦୟ ହେଲା ଓ ଦୁହେଁ ନିଷ୍ପତ୍ତି ନେଲେ ଯେ, ଆଉ ନିଶା ସେବନ କରିବେ ନାହିଁ, ସଂପୂର୍ଣ୍ଣ ଛାଡିଦେବେ। କିନ୍ତୁ ସେମାନେ ଜାଣିଥିଲେ ଯେ, ନିଷ୍ଠୁର ସମାଜ ତାଙ୍କୁ ଏତକ କରେଇ ଦେବନାହିଁ, ବରଂ ସମାଲୋଚା କରିବ ଏବଂ ନିଶାଖୋର୍ ସାଙ୍ଗ ତାଙ୍କୁ ନିଶାସେବନ ପାଇଁ ପୁଣି ବାଧ୍ୟ କରିବେ। କିନ୍ତୁ ସେମାନେ ନିଜ ନିଷ୍ପତ୍ତି ପାଳନ ପାଇଁ ସ୍ଥିର ନିଶ୍ଚିତ ହୋଇସାରିଥିଲେ। ତେଣୁ ସେମାନେ କିଛି ସମ୍ପର୍କୀୟଙ୍କ ସାହାଯ୍ୟରେ ଏକ ସୁଡ଼ଙ୍ଗ ତିଆରି କଲେ ଓ ତାଆରି ଭିତରେ ରହିବାକୁ ନିଷ୍ପତ୍ତି ନେଲେ। ସେଇଆ ହିଁ ହେଲା, ସୁଡ଼ଙ୍ଗ ଭିତରେ ଶୋଇବା ଘର, ଡାଏନିଂ ଏବଂ ଅନ୍ୟ ଘର ସବୁ ତିଆରି କଲେ। ପ୍ରଥମେ ପ୍ରଥମେ ସେମାନେ ନିଶାଠାରୁ ଦୂରେଇ ରହିବାରେ ସମସ୍ୟା ଭୋଗୁଥିଲେ। କିନ୍ତୁ ଧୀରେ ଧୀରେ ସେମାନେ ଏଥିରେ ସଫଳ ହେଲେ ଓ ଦୀର୍ଘ ୨୨ ବର୍ଷ ଦୁନିଆଠାରୁ ଦୂରରେ ଏକ ଶାନ୍ତ ପରିବେଶରେ ରହିଆସୁଛନ୍ତି।

Related story