ମେଡିକାଲ ସାଇନ୍ସର ଚମତ୍କାର: ଗର୍ଭସ୍ଥ ଶିଶୁର ହେଲା ହାର୍ଟ ସର୍ଜରୀ

ସାଇନ୍ସରେ ଆଉ ଏକ ଚମତ୍କାର ଯୋଡ଼ି ହୋଇଛି। ୨୩ ସପ୍ତାହର ଗର୍ଭସ୍ଥ ଶିଶୁର ହାର୍ଟ ସର୍ଜରୀ କରି ସାରା ଦୁନିଆକୁ ଚକିତ କରି ଦେଇଛନ୍ତି କାନାଡ଼ାର ଏକ ଡାକ୍ତରୀ ଟିମ୍‌। ଘଟଣାଟି ଥିଲା ଏପରି। କାନାଡ଼ର ଜଣେ ୨୩ ସପ୍ତାହାର ଗର୍ଭବତୀ ମହିଳା ରୁଟିନ୍‌ ଚେକଅପ୍‌ କରାଇବା ବେଳେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦୟକୁ ରକ୍ତ ସଂଚାଳନ ଠିରେ ହେଉ ନ ଥିବା ଜଣାପଡିଥିଲା। ଏହି ସମସ୍ୟା ରହିଲେ ପିଲାଟି ଜନ୍ମ ନେବା ବେଳେ ସ୍ଥିତି ବିଗିଡିବାର […]

child

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 04:47 PM IST

ସାଇନ୍ସରେ ଆଉ ଏକ ଚମତ୍କାର ଯୋଡ଼ି ହୋଇଛି। ୨୩ ସପ୍ତାହର ଗର୍ଭସ୍ଥ ଶିଶୁର ହାର୍ଟ ସର୍ଜରୀ କରି ସାରା ଦୁନିଆକୁ ଚକିତ କରି ଦେଇଛନ୍ତି କାନାଡ଼ାର ଏକ ଡାକ୍ତରୀ ଟିମ୍‌। ଘଟଣାଟି ଥିଲା ଏପରି।

କାନାଡ଼ର ଜଣେ ୨୩ ସପ୍ତାହାର ଗର୍ଭବତୀ ମହିଳା ରୁଟିନ୍‌ ଚେକଅପ୍‌ କରାଇବା ବେଳେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦୟକୁ ରକ୍ତ ସଂଚାଳନ ଠିରେ ହେଉ ନ ଥିବା ଜଣାପଡିଥିଲା। ଏହି ସମସ୍ୟା ରହିଲେ ପିଲାଟି ଜନ୍ମ ନେବା ବେଳେ ସ୍ଥିତି ବିଗିଡିବାର ଆଶଙ୍କା ପ୍ରକାଶ କରିଥିଲେ ଡାକ୍ତର। ଏହାପରେ ଗର୍ଭାବସ୍ଥାରେ ହିଁ ଶିଶୁଟିର ଚିକିତ୍ସା କରାଯିବାକୁ ଡାକ୍ତର ସ୍ଥିର କରିଥିଲେ। ଏଥିପାଇଁ ଏକ ଟିମ୍‌ ଗଠନ ହୋଇଥିଲା। ଗର୍ଭାବସ୍ଥାରେ ହିଁ ଶିଶୁର ହାର୍ଟ ସର୍ଜରୀ କରାଯିବାକୁ ସ୍ଥିର କରାଯାଇଥିଲା।

ସିବିସି ନ୍ୟୁଜ୍‌ ରିପୋର୍ଟ ଅନୁଯାୟୀ ମା’ର ୟୁଟ୍ରସ୍‌ ଦେଇ ଶିଶୁର ଦୃଦୟରେ ବେଲୁନ୍‌ ଲଗାଇଥିଲେ। ଅପରେସନ ମାଧ୍ୟମରେ ଶିଶୁର ଦୃଦୟର ଉପର ଓ ତଳ ଅଂଶରେ ଜାଗା ସୃଷ୍ଟି କରାଯାଇଥିଲା, ଯାହା ଦ୍ୱାରା ରକ୍ତ ସଂଚାଳନ ଠିକ୍‌ରେ ହୋଇପାରିବ।

ଏହି ସର୍ଜରୀ କାନାଡାର ଟରୋଣ୍ଟୋରେ ଥିବା ମାଉଣ୍ଟ ସିନାଇ ହସ୍ପିଟାଲରେ କରାଯାଇଥିଲା। ଆଶ୍ଚର୍ଯ୍ୟକର କଥା ହେଲା, ଅପରେସନ୍ ବେଳେ ପିଲାଟିର ହୃଦୟର ଆକାର ଚିନାବାଦାମ ପରି ଛୋଟ ଥିଲା। ଏତେ ଛୋଟ ଆକାରର ହୃଦୟ ହୋଇ ମଧ୍ୟ ଅପରେସନ ସଫଳ ହେବା କୌଣସି ଚମତ୍କାରଠାରୁ କମ ନ ଥିଲା।

ଏବେ ଶିଶୁଟି ୨ ମାସର ହୋଇଗଲାଣି। ଆଗକୁ ଯେପରି କିଛି ଅସୁବିଧା ନ ହୁଏ, ସେଥିପାଇଁ ଏକ ଓପନ ହାର୍ଟ ସର୍ଜରୀ କରାଯିବା ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି।

Related story