ଦୀର୍ଘାୟୁ ହେବାର ଗୁମର ଖୋଲିଲେ ୨୫୬ ବର୍ଷୀୟ ବୃଦ୍ଧ, କହିଲେ..

ଜଣେ ମଣିଷ ୧୦୦ କିମ୍ବା ୧୫୦ ବର୍ଷ ବଞ୍ଚିଥିବାର ଆପଣ ଶୁଣିଥିବେ କେହି ଲୋକ ୨୫୬ ବର୍ଷ ବଞ୍ଚିବାର ଆପଣ କେବେ ଶୁଣିଛନ୍ତିକି? କିନ୍ତୁ ଏମିତି ବୃଦ୍ଧ ଅଛନ୍ତି ଯିଏ ବଞ୍ଚିଛନ୍ତି ୨୫୬ ବର୍ଷ। ବୃଦ୍ଧ ଜଣଙ୍କ ହେଲେ ଚୀନର ବାସିନ୍ଦା, ତାଙ୍କ ନାଁ ଲି ଚିଙ୍ଗ ୟୁନ। ୧୯୯୩ରେ ତାଙ୍କ ମୃତ୍ୟୁ ଘଟିଛି, ତେବେ ମୃତ୍ୟୁ ପୂର୍ବରୁ ଏକ ସାକ୍ଷାତକାରରେ ସେ ତାଙ୍କ ଦୀର୍ଘାୟୁ ହେବାର ରହସ୍ୟ ସଂପର୍କରେ କହିଯାଇଛନ୍ତି, ପଢନ୍ତୁ କଣ ସେ କହିଥିଲେ, […]

bandita

Rakesh Mallick
  • Published: Friday, 23 June 2017
  • , Updated: 24 June 2017, 10:53 AM IST

ଜଣେ ମଣିଷ ୧୦୦ କିମ୍ବା ୧୫୦ ବର୍ଷ ବଞ୍ଚିଥିବାର ଆପଣ ଶୁଣିଥିବେ କେହି ଲୋକ ୨୫୬ ବର୍ଷ ବଞ୍ଚିବାର ଆପଣ କେବେ ଶୁଣିଛନ୍ତିକି? କିନ୍ତୁ ଏମିତି ବୃଦ୍ଧ ଅଛନ୍ତି ଯିଏ ବଞ୍ଚିଛନ୍ତି ୨୫୬ ବର୍ଷ। ବୃଦ୍ଧ ଜଣଙ୍କ ହେଲେ ଚୀନର ବାସିନ୍ଦା, ତାଙ୍କ ନାଁ ଲି ଚିଙ୍ଗ ୟୁନ। ୧୯୯୩ରେ ତାଙ୍କ ମୃତ୍ୟୁ ଘଟିଛି, ତେବେ ମୃତ୍ୟୁ ପୂର୍ବରୁ ଏକ ସାକ୍ଷାତକାରରେ ସେ ତାଙ୍କ ଦୀର୍ଘାୟୁ ହେବାର ରହସ୍ୟ ସଂପର୍କରେ କହିଯାଇଛନ୍ତି, ପଢନ୍ତୁ କଣ ସେ କହିଥିଲେ,

ଲି ଚିଙ୍ଗ ୟୁନଙ୍କ ଜନ୍ମ ଚୀନର ସେଜିଆ ସହରରେ ୧୭୩୬ ମସିହାରେ ହୋଇଥିଲା, ସେ ୧୦ ବର୍ଷ ବୟସରେ ଭେଷଜ ବିଜ୍ଞାନରେ ବ୍ୟବସାୟ ଆରମ୍ଭ କରିଥିଲେ। ଯେଉଁଥିରେ ସେ ବିଭିନ୍ନ ପ୍ରକାର ଜଡିବୁଟି ବା ଆୟୁର୍ବେଦି ଜିନିଷ ସଂଗ୍ରହ କରି ସେଥିରୁ ସେ ଔଷଧ ପ୍ରସ୍ତୁତ କରୁଥିଲେ। ସେହି ଔଷଧ ତିଆରି କଲାବେଳେ କିଛି ଓୈାଷଧରେ ଦିର୍ଘାୟୁ ହେବାର ସୂତ୍ର ଥିବାର ସେ ଜାଣିପାରିଥିଲେ। ଦୀର୍ଘ ୪୦ ବର୍ଷ ସେ  ଲିଙ୍ଗଜି, ଗୋଜି ବେରି, ଜଙ୍ଗଲି ଜିସେଙ୍ଗ,  ବୁ ଓ ଗେଡୁକୋଲା ଏବଂ ଚାଉଳରେ ପ୍ରସ୍ତୁତ ମଦକୁ ପ୍ରତିଦିନ ଖାଇବା ଆରମ୍ଭ କରିଥିଲେ। ଏହି ଜଡିବୁଟିକୁ ପାଇବା ପାଇଁ ବିଭିନ୍ନ ଦେଶରେ ପହଞ୍ଚିଛନ୍ତି। ୧୦୦ ବର୍ଷ ପୂରଣ ପରେ ଲି ଚିଙ୍ଗ ଅନ୍ୟମାନଙ୍କ ଦ୍ୱାରା ସଂଗୃହିତ ଜଡିବୁଟିରୁ ଔଷଧ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ୭୧ବର୍ଷ ବୟସରେ ତାଙ୍କୁ ମର୍ସାଲ ଆର୍ଟର ଗୁରୁ ଭାବରେ ଚୀନ ସେନାରେ ସାମିଲ କରାଯାଇଥିଲା। ଜଡିବୁଟି ସହ ଦୀର୍ଘାୟୁ ହେବାର ଆଉ କଛି ଟିପ୍ସ ମାଗିବାରୁ ଲି ଚିଙ୍ଗ କହିଥିଲେ “ଶାନ୍ତ ରୁହ, କଇଁଛ ପରି ବସ, ପାରା ପରି ଚାଲ ଓ କୁକୁର ପରି ଶୁଅ”।

Related story