ମହିଳାଙ୍କ ପେଟରୁ ବାହାରିଲା ୩୨ କେଜିର ଟ୍ୟୁମର

ଶରୀରରେ ଟ୍ୟୁମର ହେଲେ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଟ୍ୟୁମର ଯେତେ ଛୋଟ ହେଲେ ବି ଏହାର ଯନ୍ତ୍ରଣା ଅସହ୍ୟ। ହେଲେ କେବେ ଭାବିଛନ୍ତି କୌଣସି ଲୋକ ପେଟରୁ ୩୨ କେଜିର ଟ୍ୟୁମର ବାହାରିବା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ସତ। ଏପରି ଘଟଣା ଘଟିଛି ଆମେରିକାର ଗ୍ୱାଟେମାଲା ସହରରେ। ମହିଳାଙ୍କୁ ଯେତେବେଳେ ମେଡିକାଲରେ ଭର୍ତ୍ତି କରାଗଲା। ନର୍ସଙ୍କଠାରୁ ଡାକ୍ତର ସମସ୍ତେ ତାଙ୍କ ପେଟର ଆକାରକୁ ଦେଖି ଚକିତ ହୋଇଯାଇଥିଲେ। ସମସ୍ତଙ୍କ ଧାରଣା ଜନ୍ମିଥିଲା […]

CYST

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 04:50 PM IST

ଶରୀରରେ ଟ୍ୟୁମର ହେଲେ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଟ୍ୟୁମର ଯେତେ ଛୋଟ ହେଲେ ବି ଏହାର ଯନ୍ତ୍ରଣା ଅସହ୍ୟ। ହେଲେ କେବେ ଭାବିଛନ୍ତି କୌଣସି ଲୋକ ପେଟରୁ ୩୨ କେଜିର ଟ୍ୟୁମର ବାହାରିବା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ସତ। ଏପରି ଘଟଣା ଘଟିଛି ଆମେରିକାର ଗ୍ୱାଟେମାଲା ସହରରେ।

ମହିଳାଙ୍କୁ ଯେତେବେଳେ ମେଡିକାଲରେ ଭର୍ତ୍ତି କରାଗଲା। ନର୍ସଙ୍କଠାରୁ ଡାକ୍ତର ସମସ୍ତେ ତାଙ୍କ ପେଟର ଆକାରକୁ ଦେଖି ଚକିତ ହୋଇଯାଇଥିଲେ। ସମସ୍ତଙ୍କ ଧାରଣା ଜନ୍ମିଥିଲା କି ମହିଳାଙ୍କ ଗର୍ଭରେ ଅତି କମରେ ୧୦ଟି ଶିଶୁ ଅଛନ୍ତି। ହେଲେ ସ୍କାନ କରାଯିବା ପରେ ସମସ୍ତେ ହତବାକ୍‌ ହୋଇଯାଇଥିଲେ। ପରେ ଡାକ୍ତରଙ୍କ ଏକ ଟିମ୍‌ ମହିଳାଙ୍କୁ ଅପରେସନ୍‌ କରି ଏହି ଟ୍ୟୁମରକୁ ବାହାର କରିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପେଟରେ ଟ୍ୟୁମର ବଢୁଥିବା ମହିଳା ଜଣଙ୍କ ୭ ବର୍ଷ ପୂର୍ବରୁ ଜାଣି ସାରିଥିଲେ। ହେଲେ ସଂସ୍କୃତି ଓ ପରମ୍ପରାର ଦ୍ୱାହି ଦେଇ ସେ ଅପରେସନ କରାଇବାକୁ ରାଜି ହେଉ ନଥିଲେ।

ଗତ ୨୦୧୪ରେ ଚେନ୍ନାଇରେ ଏପରି ଏକ ଅପରେସନ କରି ଡାକ୍ତର ଜଣେ ୫୨ ବର୍ଷିୟା ମହିଳାଙ୍କ ପେଟରୁ ତରଭୁଜ ଆକାରର ଏକ ଟ୍ୟୁମର ବାହାର କରିଥିଲେ। ଦୀର୍ଘ ୨୦ ବର୍ଷ ମହିଳାଙ୍କ ପେଟରେ ଏପରି ଟ୍ୟୁମର ବଢୁଥିଲେ ମଧ୍ୟ ମହିଳା ଜଣଙ୍କ ଜାଣିପାରି ନଥିଲେ।

Related story