ଅବକ୍ଷୟମୁଖୀ ଭାରତୀୟ ସଂସ୍କୃତି: ସର୍ଭେ କହୁଛି ଦୁର୍ବ୍ୟବହାରର ଶିକାର ହେଉଛନ୍ତି ବୟସ୍କ, ବାଦ୍‌ ପଡ଼ିନି ଭୁବନେଶ୍ୱର

ନୂଆଦିଲ୍ଲୀ:ଗୁରୁଜନ ତଥା ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରିବା ଭାରତୀୟ ପରମ୍ପରା। ହେଲେ ଏବେକାର ଆଧୁନିକ ଯୁଗରେ ସେ ସଂସ୍କାର ହଜିଗଲାଣି। କାହା ପାଖରୁ ଉତ୍ତମ ବ୍ୟବହାର ମିଳିବା ମଧ୍ୟ ମହଙ୍ଗା ହୋଇଗଲାଣି। ଏକ ସର୍ଭେ କହୁଛି ୪୪  ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କୁ  ସର୍ବସାଧାରଣରେ ଅସମ୍ମାନ କରାଯାଉଛି। ସେମାନଙ୍କୁ ଉଚିତ୍‌ ବ୍ୟବହାର କରାଯାଉନି। ୫୩ ପ୍ରତିଶତଙ୍କ କହିବା ଅନୁଯାୟୀ ଭାରତରେ ଗୁରୁଜନଙ୍କୁ ଭକ୍ତି କରିବାର ସଂସ୍କୃତିରେ ଅଧଃପତନ ହୋଇଛି। ବିଶ୍ୱ ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ (ୱାର୍ଲ୍ଡ ଏଲଡର୍‌ […]

oldage-1

Rakesh Mallick
  • Published: Thursday, 15 June 2017
  • , Updated: 15 June 2017, 09:39 AM IST

ନୂଆଦିଲ୍ଲୀ:ଗୁରୁଜନ ତଥା ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରିବା ଭାରତୀୟ ପରମ୍ପରା। ହେଲେ ଏବେକାର ଆଧୁନିକ ଯୁଗରେ ସେ ସଂସ୍କାର ହଜିଗଲାଣି। କାହା ପାଖରୁ ଉତ୍ତମ ବ୍ୟବହାର ମିଳିବା ମଧ୍ୟ ମହଙ୍ଗା ହୋଇଗଲାଣି। ଏକ ସର୍ଭେ କହୁଛି ୪୪  ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କୁ  ସର୍ବସାଧାରଣରେ ଅସମ୍ମାନ କରାଯାଉଛି। ସେମାନଙ୍କୁ ଉଚିତ୍‌ ବ୍ୟବହାର କରାଯାଉନି। ୫୩ ପ୍ରତିଶତଙ୍କ କହିବା ଅନୁଯାୟୀ ଭାରତରେ ଗୁରୁଜନଙ୍କୁ ଭକ୍ତି କରିବାର ସଂସ୍କୃତିରେ ଅଧଃପତନ ହୋଇଛି। ବିଶ୍ୱ ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ (ୱାର୍ଲ୍ଡ ଏଲଡର୍‌ ଆବ୍ୟୁଜ୍‌ ଆୱାରନେସ ଡେ’) ପରିପ୍ରକ୍ଷୀରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡ଼ିଛି।

ହେଲ୍ପ ଏଜ୍‌ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ୬୦ ପ୍ରତିଶତ ଲୋକ ପାର୍କରେ ବୁଲାବୁଲି ପାଇଁ ନିରାପଦ ମଣୁନାହାନ୍ତି। ବେଙ୍ଗଲୁରୁର ୭୦ ପ୍ରତିଶତ  ବୟସ୍କ ବ୍ୟକ୍ତିଙ୍କ କହିବା ଅନୁଯାୟୀ ସେମାନଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରାଯାଉଛି।

ହେଲ୍ପ ଏଜ୍‌ ଇଣ୍ଡିଆର ସିଇଓ ମେଥ୍ୟୁ ଚେରିଆନଙ୍କ କହିବା ଅନୁଯାୟୀ ଗତ କିଛି ବର୍ଷ ହେଲା ଦେଶରେ ଘରକୁ ଘର ବୁଲି ସେମାନ ସର୍ଭେ କରି ଆସୁଛନ୍ତି।  ଭାରତ ଭଳି ସଂସ୍କୃତି ଏବଂ ପରମ୍ପରା ସମ୍ପୃଦ୍ଧ ଦେଶରେ ବୃଦ୍ଧବୃଦ୍ଧାଙ୍କ ପ୍ରତି ଦୁର୍ବ୍ୟବହାର, ନିର୍ଯାତନା ବୃଦ୍ଧି ପାଉଥିବା ସେ କହିଛନ୍ତି। ବିଶେଷ କରି ବାଙ୍ଗାଲୋର୍‌, ହାଇଦ୍ରାବାଦ, ଭୁବନେଶ୍ୱର ଏବଂ  ଚେନ୍ନାଇ ଭଳି ସହରର ବୃଦ୍ଧବୃଦ୍ଧାମାନେ ଅଧିକ ଦୁର୍ବ୍ୟବହାରର ଶିକାର ହେଉଥିବା ସେ କହିଛନ୍ତି।

Related story