ବ୍ଲୁ ହୁଏଲ ହେଉଛି ଏକ ଅନଲାଇନ ଜୀବନଘାତକ ଗେମ୍। ଏହା ଭାରତରେ ନିଜର ଉପସ୍ଥିତି ଜାହିର କରିସାରିଛି। ଏହି ଗେମ୍ ଯୋଗୁଁ ପୂରା ବିଶ୍ୱରେ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବ୍ଲୁ ହୁଏଲ ଗେମ୍କୁ ଫିଲିପ ବୁଡେଇକିନ ନାମକ ଜଣେ ଯୁବକ ୨୦୧୩ରେ ପ୍ରସ୍ତୁତ କରିଥିଲେ। ଏହି ଗେମ୍ ଖେଳି ୨୦୧୫ରେ ଋଷରେ ଜଣେ ବ୍ୟକ୍ତି ପ୍ରଥମ ସୁଇସାଇଡ୍ କରିଥିଲେ। ତେବେ ଏହା ଦୁନିଆର ପ୍ରଥମ ସୁଇସାଇଡ୍ ଗେମ୍ ନୁହେଁ। ଆହୁରି ୫ଟି ଗେମ୍ ଅଛି ଯେଉଁଗୁଡ଼ିକ ମଣିଷ ଜୀବନ ନେଇ ସାରିଛନ୍ତି।
ପୋକେମୋନ ଗୋ- ଏହି ଗେମ୍ ଖେଳୁଥିବା ଲୋକେ ଦୁନିଆ ବିଷୟରେ କିଛି ଖବର ରଖନ୍ତି ନାହିଁ। ସେମାନେ କେବଳ ମୋବାଇଲ୍ ଫୋନ୍ରେ ପୋକେମୋନକୁ ଖୋଜିବାରେ ବ୍ୟସ୍ତ ରହନ୍ତି। ଏହି ଗେମ୍ ଖେଳୁଥିବା ଲୋକଙ୍କର ନିଶା ଏମିତି ବଢ଼ିଯାଏ ଯେ ଅନେକ ସମୟରେ ନଦୀ, ପୋଖରୀରେ ଡେଇଁ ପଡ଼ନ୍ତି। ବେଳବେଳେ ଉଚ୍ଚକୋଠାରୁ ବି ଡେଇଁ ପଡ଼ନ୍ତି। ଅନେକ ସମୟରେ ଏହି ଗେମ୍ ଖେଳୁଥିବା ଲୋକେ ପୋକେମୋନକୁ ଖୋଜି ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୁଅନ୍ତି। ସାରା ବିଶ୍ୱରେ ଅନେକ ଲୋକ ଏହି ଗେମ୍ ଯୋଗୁ ଜୀବନ ହରାଇଛନ୍ତି।
ଦି କାର ସର୍ଫିଙ୍ଗ ଚ୍ୟାଲେଞ୍ଜ- ଏହି ଗେମରେ ଖେଳାଳି ନିଜର ଚଳନ୍ତା କାରର ଛାତ ଉପରେ କିମ୍ବା ବମ୍ପର ଉପରେ ଠିଆ ହେବାକୁ କୁହାଯାଇଥାଏ। ଫଳରେ ଅନେକ ସମୟରେ ଖେଳାଳିମାନେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥାନ୍ତି ।
ଦି ଚୋକିଙ୍ଗ ଗେମ୍- ଏଥିରେ ଜଣେ ଖେଳାଳି ଅନ୍ୟ ଖେଳାଳିର ତଣ୍ଟି ଚିପେ। ଫଳରେ ସେ ଅଣନିଶ୍ୱାସୀ ଅନୁଭବ କରନ୍ତି। ଖେଳାଳି ଜଣଙ୍କ କେତେ ସମୟ ଯନ୍ତ୍ରଣାକୁ ସହି ପାରନ୍ତି ତାହା ଏହି ଖେଳରେ ଦେଖାଯାଏ। ଛୁଆମାନେ ଗେମ୍ ଜିତିବା ନିଶାରେ ଯେତେ ଯନ୍ତ୍ରଣା ହେଲେ ବି ତାହାକୁ ସହ୍ୟ କରିବାକୁ ଉଦ୍ୟମ କରନ୍ତି ଓ ଜୀବନ ହରାନ୍ତି। ଅନେକ ସମୟରେ ଖେଳାଳି ଅଚେତ ହୋଇଯାଆନ୍ତି ଓ ମସ୍ତିଷ୍କକୁ ଅକ୍ସିଜେନ୍ ବି ଯିବା କମି ଯାଏ।