ଦ୍ରୌପଦୀଙ୍କର ଏହି ୫ଟି ଭୁଲ୍‌ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ

ମହାଭାରତରେ ଦ୍ରୌପଦୀଙ୍କର ଏକ ମୁଖ୍ୟ ଭୂମିକା ଥିଲା। ଦ୍ରୌପଦୀ ଜଣେ ରହସ୍ୟମୟୀ ନାରୀ ଥିଲେ। ତାଙ୍କ ଜୀବନ ବୃତ୍ତାନ୍ତକୁ ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ସହଜ ନଥିଲା। କେବଳ ତାଙ୍କ ସଖା ଶ୍ରୀକୃଷ୍ଣ ହିଁ ତାଙ୍କୁ ଚିହ୍ନି ପାରିଥିଲେ। କୁହାଯାଏ, ଦ୍ରୌପଦୀଙ୍କର ପାଞ୍ଚଟି ଭୁଲ୍‌ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା। ଯଦି ଦ୍ରୌପଦୀ ଏହି ପାଞ୍ଚଟି ଭୁଲ୍‌ କରି ନ ଥାନ୍ତେ ତେବେ ଭାରତର ପରବର୍ତ୍ତି ଇତିହାସ କିଛି ଅଲଗା ହୋଇଥାନ୍ତା। ତେବେ କ’ଣ ଥିଲା ଦ୍ରୌପଦୀଙ୍କ […]

1499752182-2382

1499752182-2382

Rakesh Mallick
  • Published: Monday, 30 July 2018
  • Updated: 30 July 2018, 06:58 PM IST

Sports

Latest News

ମହାଭାରତରେ ଦ୍ରୌପଦୀଙ୍କର ଏକ ମୁଖ୍ୟ ଭୂମିକା ଥିଲା। ଦ୍ରୌପଦୀ ଜଣେ ରହସ୍ୟମୟୀ ନାରୀ ଥିଲେ। ତାଙ୍କ ଜୀବନ ବୃତ୍ତାନ୍ତକୁ ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ସହଜ ନଥିଲା। କେବଳ ତାଙ୍କ ସଖା ଶ୍ରୀକୃଷ୍ଣ ହିଁ ତାଙ୍କୁ ଚିହ୍ନି ପାରିଥିଲେ। କୁହାଯାଏ, ଦ୍ରୌପଦୀଙ୍କର ପାଞ୍ଚଟି ଭୁଲ୍‌ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା। ଯଦି ଦ୍ରୌପଦୀ ଏହି ପାଞ୍ଚଟି ଭୁଲ୍‌ କରି ନ ଥାନ୍ତେ ତେବେ ଭାରତର ପରବର୍ତ୍ତି ଇତିହାସ କିଛି ଅଲଗା ହୋଇଥାନ୍ତା। ତେବେ କ'ଣ ଥିଲା ଦ୍ରୌପଦୀଙ୍କ ଏହି ପାଞ୍ଚଟି ଭୁଲ୍, ଆସନ୍ତୁ ଜାଣିବା।

୧. ସ୍ୱୟମ୍ବରସଭାରେ କର୍ଣ୍ଣଙ୍କୁ ଅପମାନିତ କରିବା: ଦ୍ରୌପଦୀ ପ୍ରଥମେ କର୍ଣ୍ଣଙ୍କୁ ଭଲପାଉଥିଲେ। କିନ୍ତୁ ସେ ଯେତେବେଳେ ଜାଣିଲେ ଯେ, କର୍ଣ୍ଣ ହେଉଛନ୍ତି ଜଣେ ସୁତପୁତ୍ର, ସେତେବେଳେ ଦ୍ରୌପଦୀଙ୍କ ତାଙ୍କ ନିଷ୍ପତ୍ତି ବଦଳାଇ ଦେଲେ। କର୍ଣ୍ଣଙ୍କୁ ସ୍ୱୟମ୍ବର ସଭାରେ ଭାଗ ନେବାକୁ ନ ଦେଇ ତାଙ୍କୁ ଅପମାନିତ କରିଥିଲେ। ଯାହା କର୍ଣ୍ଣଙ୍କୁ ପ୍ରତିଶୋଧ ପରାୟଣ କରିଥିଲା। ସେଥିପାଇଁ ସେ କୁରୁସଭାରେ ଦ୍ରୌପଦୀଙ୍କୁ ରକ୍ଷା କରିବା ବଦଳରେ ତାଙ୍କୁ ବେଶ୍ୟା ବୋଲି ଧିକ୍‌କାର କରିଥିବା କୁହାଯାଏ।

୨. ପଞ୍ଚୁପାଣ୍ଡବଙ୍କ ପତ୍ନୀ ହେବାକୁ ରାଜି ହେବା: ଦ୍ରୌପଦୀଙ୍କ ସ୍ୱୟମ୍ବର ସଭାରେ ଅର୍ଜୁନ ସିନା ବିଜୟୀ ହେଲେ, କିନ୍ତୁ ମାତା କୁନ୍ତୀଙ୍କ ନିର୍ଦ୍ଦେଶରେ ଦ୍ରୌପଦୀ ପଞ୍ଚୁପାଣ୍ଡବଙ୍କୁ ବିବାହ କରିବାକୁ ରାଜି ହୋଇଗଲେ। ଯାହା ତାଙ୍କର ଏକ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି ଅନେକ ମତ ଦିଅନ୍ତି।

୩. ଦୁର୍ଯୋଧନଙ୍କୁ ଅପମାନ କରିବା: ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ସମୟରେ ଦ୍ରୌପଦୀ ଦୁର୍ଯ୍ୟୋଧନଙ୍କୁ ଅପମାନିତ କରିଥିଲେ। ଦୁର୍ଯ୍ୟୋଧନଙ୍କୁ କଟାକ୍ଷ କରି ଦ୍ରୌପଦୀ କହିଥିଲେ, 'ଅନ୍ଧର ପୁଅ ଅନ୍ଧ।' ଏଥିରେ ପ୍ରତିହିଂସା ପ୍ରରାୟଣ ହୋଇଯାଇଥିଲେ ଦୁର୍ଯ୍ୟୋଧନ। ଏଥିପାଇଁ ସେ ତାଙ୍କ ମାମୁ ଶକୁନିଙ୍କ ସହିତ ମିଶି ଦ୍ରୌପଦୀଙ୍କୁ ପଶା ଖେଳରେ ବାଜି ଲଗାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ।

୪. ପାଣ୍ଡବଙ୍କୁ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇବା: କୁରୁସଭାରେ ଦ୍ରୌପଦୀଙ୍କୁ ଅପମାନ ମିଳିବା ପରେ କ୍ରୋଧାନ୍ୱିତ ହୋଇଯାଇଥିଲେ ଦ୍ରୋପଦୀ। ସେ ଏହାର ପ୍ରତିଶୋଧ ନେବାକୁ ପାଣ୍ଡବଙ୍କୁ ବାରମ୍ବାର ପ୍ରବର୍ତ୍ତାଇବା ସହିତ ନାନା ପ୍ରକାରର ଧିକ୍‌କାର କରିଥିଲେ। ଏଥିରେ ପାଣ୍ଡବ ଭାଇମାନଙ୍କ ମଧ୍ୟରେ ପ୍ରତିଶୋଧର ବହ୍ନି ପ୍ରଜ୍ଜ୍ୱଳିତ ହେଲା। କୁରୁସଭାରେ ଗଦାଧାରୀ ଭୀମ ଦୁର୍ଯ୍ୟୋଧନଙ୍କ ଜାନୁ ଭଗ୍ନ କରିବା ଓ ଦୁଃଶାସନଙ୍କ ଛାତିର ଲହୁ ଆଣି ଦ୍ରୌପଦୀଙ୍କ କେଶ ପଖାଳିବାର ଶପଥ ନେଇଗଲେ।

୫. ଜୟଦ୍ରଥଙ୍କୁ ଅପମାନିତ କରି ଛାଡ଼ିଦେବା: ଜୁଆ ଖେଳରେ ସବୁକିଛି ହାରିଯିବା ପରେ ସର୍ତ୍ତ ମୁତାବକ ପାଣ୍ଡବ ଭାଇମାନେ ବନବାସ ଦଣ୍ଡ ଭୋଗୁଥିଲେ। ସେତେବେଳେ କୌରବଙ୍କ ଭିଣୋଇ ଜୟଦ୍ରଥଙ୍କର ଖରାପ ନଜର ଦ୍ରୌପଦୀଙ୍କ ଉପରେ ପଡ଼ିଥିଲା। ସେ ଦ୍ରୌପଦୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏତିକିବେଳେ ପାଣ୍ଡବ ଭାଇମାନେ ସେଠାରେ ପହଞ୍ଚି ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ ଓ ଜୟଦ୍ରଥଙ୍କୁ ବଧ କରିବାକୁ ଚାହିଁଥିଲେ। କିନ୍ତୁ ଏଥିରେ ବାଧା ଦେଇଥିଲେ ଦ୍ରୌପଦୀ। ଜୟଦ୍ରଥଙ୍କୁ ମୃତ୍ୟଦଣ୍ଡ ନ ଦେଇ ତାଙ୍କୁ ସାତବେଣ୍ଟିଆ କରି ଛାଡ଼ି ଦେବାକୁ କହିଥିଲେ। ଏହା ଦ୍ରୌପଦୀଙ୍କର ବଡ଼ ଭୁଲ୍‌ ନିଷ୍ପତ୍ତି ଥିଲା। ଯାହା ପରବର୍ତ୍ତୀ ସମୟରେ ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ହୋଇଥିଲା।

ପୁରାଣ ଶାସ୍ତ୍ରକୁ ନେଇ ନାନା ମୁନିଙ୍କର ନାନା ମତ ଦେଖିବାକୁ ମିଳିଥାଏ। ମହାଭାରତରେ ଦ୍ରୌପଦୀଙ୍କୁ ନେଇ ଆହୁରି ଏପରି ଅନେକ ରୋଚକ କଥା ରହିଛି। ସେଥିପାଇଁ ତାଙ୍କର ଜନ୍ମ ବୃତ୍ତାନ୍ତଠୁ ଆରମ୍ଭ କରି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ବେଶ୍‌ ରହସ୍ୟମୟ ଲାଗେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story