୬ଟି ରହସ୍ୟମୟ ରାସ୍ତାର କାହାଣୀ: କେଉଁଠି ସାପ ଆତଙ୍କ ତ ଆଉ କେଉଁଠି ବାହାରୁଛି ସୁନା

ପ୍ରାଚୀନ ଭାରତରେ ଏମିତି ବହୁତ ଭୟଙ୍କର, ରହସ୍ୟମୟ ଓ ରୋମାଞ୍ଚକର ରାସ୍ତା ରହିଥିଲା। ସେଥିରୁ କିଛି ଆଜି ବି ରହିଛି। ଆମେ ଆଜି ଏକିତି ୬ଟି ରହସ୍ୟମୟ ରାସ୍ତା ସମ୍ପର୍କରେ କହିବାକୁ ଯାଉଛୁ ଯାହା ପ୍ରାଚୀନ ଭାରତ ସହ ଯୋଡି ହୋଇ ରହିଛି। ଚୁନାରଗଡ଼ର ସୁଡ଼ଙ୍ଗ: ଚୁନାରଗଡ଼ ଦୁର୍ଗ ୫୦୦୦ ବର୍ଷ ପୁରୁଣା। ଏହି ଦୁର୍ଗରେ ମହାଭାରତ କାଳର ସମ୍ରାଟ୍‌ କାଲ୍ୟୱନ, ପୂରା ବିଶ୍ୱରେ ଶାସନ କରିଥିବା ବିକ୍ରମାଦିତ୍ୟ, ସମ୍ରାଟ୍‌ ପୃଥ୍ୱୀରାଜ ସିଂହ ଚୌହାନ, ସମ୍ରାଟ୍‌ ଆକବର […]

hanuman

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 11:08 PM IST

ପ୍ରାଚୀନ ଭାରତରେ ଏମିତି ବହୁତ ଭୟଙ୍କର, ରହସ୍ୟମୟ ଓ ରୋମାଞ୍ଚକର ରାସ୍ତା ରହିଥିଲା। ସେଥିରୁ କିଛି ଆଜି ବି ରହିଛି। ଆମେ ଆଜି ଏକିତି ୬ଟି ରହସ୍ୟମୟ ରାସ୍ତା ସମ୍ପର୍କରେ କହିବାକୁ ଯାଉଛୁ ଯାହା ପ୍ରାଚୀନ ଭାରତ ସହ ଯୋଡି ହୋଇ ରହିଛି।

[caption id="attachment_146665" align="alignleft" width="309"] ଚୁନାରଗଡ଼ ଦୁର୍ଗ[/caption]

ଚୁନାରଗଡ଼ର ସୁଡ଼ଙ୍ଗ: ଚୁନାରଗଡ଼ ଦୁର୍ଗ ୫୦୦୦ ବର୍ଷ ପୁରୁଣା। ଏହି ଦୁର୍ଗରେ ମହାଭାରତ କାଳର ସମ୍ରାଟ୍‌ କାଲ୍ୟୱନ, ପୂରା ବିଶ୍ୱରେ ଶାସନ କରିଥିବା ବିକ୍ରମାଦିତ୍ୟ, ସମ୍ରାଟ୍‌ ପୃଥ୍ୱୀରାଜ ସିଂହ ଚୌହାନ, ସମ୍ରାଟ୍‌ ଆକବର ଓ ଶେରସାହା ସୁରୀ ଶାସନ କରିଛନ୍ତି। ତେବେ ଏହି ଦୁର୍ଗକୁ କିଏ ନିର୍ମାଣ କରିଛି ତାହା ଆଜିବି ରହସ୍ୟ ଭିତରେ ରହିଛି।

ପଥରେ ତିଆରି ହୋଇଥିବା ଏହି ଦର୍ଗ ତଳେ ରହିଛି ରହସ୍ୟମୟ ସୁଡ଼ଙ୍ଗ। ଏହି ସୁଡ଼ଙ୍ଗର ଆରମ୍ଭ ଅଛି ହେଲେ ଶେଷ କେଉଁଠି କେହି ଜାଣିନାହାନ୍ତି। ଦୁର୍ଗ ତଳେ ରହିଛି ସୁଡ଼ଙ୍ଗର ଜାଲ। ଏହାସହ ଏହି ଦୁର୍ଗର ବହୁ ଗୁପ୍ତ ଓ ଭୟଙ୍କର ରାସ୍ତା ରହିଛି, ଯାହା ଏହି ସବୁ ସୁଡ଼ଙ୍ଗ ସହ ମିଶିଛି। ଏବେ ଏଠାରେ ଭୟଙ୍କର ସାପ ରହୁଥିବା କୁହାଯାଉଛି।

ଦୁର୍ଗରେ ଏକ ବହୁତ ବଡ଼ କୂଅ ରହିଛି। ଏହାର ପାଣି ପର୍ଯ୍ୟନ୍ତ ସିଡ଼ି ପଡିଛି। ଏହାର କାନ୍ଥରେ ବିଭିନ୍ନ ପ୍ରକାର ଚିହ୍ନ ରହିଛି। ପ୍ରାଚୀନ ଲିପରେ ଥିବା ଏହି ଚିହ୍ନକୁ ଆଜି ପର୍ଯ୍ୟନ୍ତ ବୁଝି ହୋଇନି।

[caption id="attachment_146666" align="alignright" width="339"] ରେଶମ ମାର୍ଗ[/caption]

ହିନ୍ଦୁକୁଶ ବା ସିଲ୍କ ରୁଟ୍‌: ହିନ୍ଦୁକୁଶ ଉତ୍ତର ପାକିସ୍ତାନରୁ ମଧ୍ୟ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ୮୦୦ କିମି ପର୍ବତଶ୍ରେଣୀ। ଏହା ହିମାଳୟ କ୍ଷେତ୍ର ଅଧୀନରେ ଆସିଥାଏ। ପ୍ରାଚୀନକାଳରେ ଲୋକେ ଏହି ପର୍ବତମାଳାରେ କିଛି ରାସ୍ତା ବନାଇ ଥିଲେ ଯାହାକୁ ସିଲ୍କ ରୁଟ୍‌ କୁହାଯାଏ।

୨୦୦୦ ବର୍ଷ ପୂର୍ବେ ଏହି ରାସ୍ତାର ଏସିଆରୁ ୟୁରୋପ ମଧ୍ୟରେ ବ୍ୟବସାୟ ଓ ସଂସ୍କୃତିର ମିଳନର ମାର୍ଗ ଥିଲା। ଏହି ରାସ୍ତା ଚୀନର ଜିଆନ ସହରକୁ ରୋମମ ସହ ଯୋଡ଼ିଥିଲା। ପୁରାଣ ସମୟରେ ଚୀନ, ଭାରତ ଓ ପଶ୍ଚିମ ଦେଶ ମଧ୍ୟରେ ରେଶମ କାରବାର ହେଉଥିଲା। ଏହି କାରବାର ଦୁଇଟି ରାସ୍ତାରେ ହେଉଥିଲା। ପ୍ରଥମଟି ହିନ୍ଦୁକୁଶ ଦେଇ ସିଧା ଚୀନ୍‌ କୁଯାଇଥିବା ବେଳେ ଦ୍ୱିତୀୟଟି ଭାରତ ହୋଇ ସିକମ୍‌ର ନଥୁଲା ବାଟେ ଚୀନ୍‌କୁ ଯାଇଥିଲା। ଏହି ରାସ୍ତା ପଶ୍ଚିମାଞ୍ଚଳ ଲୋକଙ୍କ ପାଇଁ ଭାରତ, ଚୀନ୍‌କୁ ଆସିବାର ଦ୍ୱାର କୁହାଯାଉଥିଲା।ଏହି ରେଶମ ରାସ୍ତାର ପ୍ରଥମ ଶତାବ୍ଦିରେ ଚୀନ୍‌ର ହାନ୍‌ ରାଜବଂଶ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ରାସ୍ତାରେ ଚୀନ୍‌ ସାରା ବିଶ୍ୱରେ ରେଶମ ବ୍ୟବସାୟ କରୁଥିଲା। ପରେ ଏହି ରାସ୍ତାରେ ସୈନିକ, ଧାର୍ମୀକ ସମୂହ ମଧ୍ୟ ଯିବା ଆସିବା ଆରମ୍ଭ କରିଥିଲେ। ଏହି ରାସ୍ତା ସମ୍ପକରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚିତ। ଏତେ ବଡ଼ ରାସ୍ତା ତାହା ପୁଣି ପ୍ରଚୀନ କାଳରେ ଅତ୍ୟନ୍ତ ରହସ୍ୟମୟ।

[caption id="attachment_146667" align="alignleft" width="300"] ହିମାଳୟର ଭୟଙ୍କର ରାସ୍ତା[/caption]

ହିମାଳୟର ସୁଡ଼ଙ୍ଗ ଓ ଭୟଙ୍କର ରାସ୍ତା: ପ୍ରାଚୀନ କାଳରେ ଲୋକେ ସୁଡ଼ଙ୍ଗ କରି ଅନ୍ୟ ଦେଶରେ ପହଞ୍ଚି ଯାଉଥିଲେ। କାଶ୍ମିରରେ ଏପରି ୪ଟି ସୁଡ଼ଙ୍ଗ ରହିଛି ଯାହା ୪୦୦୦ କିମି ଦୂର ରୁଷକୁ ସଂଯୋଗ କରୁଥିବା କୁହାଯାଏ। ଜୋଜିଲ ଦୋରା ଶ୍ରୀନର ଓ ଲେହ ହାଇୱେ ପାଖରେ ରହିଛି। ଏହାକୁ ଭାରତର ସବୁଠାରୁ ଭୟଙ୍କର ଗୁମ୍ଫା କୁହାଯାଏ। ଏହି ରାସ୍ତା ବହୁତ ସଂକୀର୍ଣ୍ଣ ହୋଇଥିବା ବେଳେ ସବୁବେଳେ ବରଫପାତ ଓ ପବନ ହୋଇଥାଏ। ଏହାସହ ଭୂସ୍ଖଳନ ମଧ୍ୟ ହୋଇଥାଏ। ଗାଙ୍ଗଟକ୍‌-ନାଥୁଲା ରୋଡ଼  ସିକମରୁ ଦକ୍ଷିଣ ଚୀନ୍‌କୁ ଯୋଡିଛି। ଏହା ୧୪,୨୦୦ ଫୁଟ୍‌ ଉଞ୍ଚାରେ ରହିଛି। ଏହି ରାସ୍ତା ପ୍ରଚୀନ ରେଶମ ମାର୍ଗର ଗୋଟେ ଅଂଶ।

ହନୁମାନ ଗୁମ୍ଫା: ନ୍ୟାସନାଲ ଜିଓଗ୍ରାଫି ଅନୁସାରେ ବୈଜ୍ଞାନିକ ମାନେ ନିକଟରେ ଏପରି ଏକ ଗୁମ୍ଫାର ସନ୍ଧାନ ପାଇଛନ୍ତି ଯାହା ବହୁ ପ୍ରାଚୀନ ରହସ୍ୟମୟ ସହରକୁ ପଦାକୁ ଆଣିପାରିବ। ରାମାୟଣ ଯୁଗରେ ହନୁମାନ ମହିରାବଣକୁ ବଦ୍ଧ କରିବାକୁ ପାତାଳକୁ ଯାଇଥିଲେ। ଏଥିପାଇଁ ତାଙ୍କୁ ୭୦ହଜାର ଯୋଜନ (୫୬୦ ହଜାର କିମି) ଅତିକ୍ରମ କରିବାକୁ ପଡିଥିଲା। ବର୍ତ୍ତମାନ ଏହାକୁ ହିସାବକୁ ନେଲେ ଏହି ଗୁମ୍ଫା ଆମେରିକାର ମହାଦ୍ୱିପର ହୋଣ୍ଡୁରାସ୍‌ ନାମକ ଦେଶର ପାଖାପାଖି ହେବ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ହୋଣ୍ଡୁରାସ୍‌ରୁ ନଷ୍ଟ ହୋଇଯାଇଥିବା ସଭ୍ୟତାରେ ଭଗ୍ନାବଶେଷରୁ ହନୁମାନଙ୍କ ପରି ଦିଶୁଥିବା ବହୁ ମୂର୍ତ୍ତି ମିଳିଛି। ଏହି ସହରକୁ ପାତାଳ ଲୋକ ବୋଲି ଅନୁମାନ କରାଯାଉଛି।

[caption id="attachment_146669" align="alignright" width="259"] ଶ୍ରୀପଜ୍ଞନାଭ ସ୍ୱମୀ ମନ୍ଦିର[/caption]

କବାଟ ପଛର ରହସ୍ୟମୟ ରାସ୍ତା: ୨୦୧୧ରେ କେରଳର ଶ୍ରୀପଜ୍ଞନାଭ ସ୍ୱମୀ ମନ୍ଦିରର ତେଖାନାରେ ଥିବା ୫ଟି ଗୁପ୍ତ ଘରର ସନ୍ଦାନ ମିଳିଥିଲା। ୪ଟିର ଦ୍ୱାର ଖଲାଯିବା ପରେ ସେଠାରେ ଥିବା ସୁଡ଼ଙ୍ଗରୁ ପ୍ରଚୁର ପରିମାଣରେ ସୁନା ମିଳିଥିଲା। ଏହାର ମୂଲ୍ୟ ପ୍ରାୟ ୨୨ ହଜାର ଡଲାର ହେବ। ହେଲେ ପଞ୍ଚମ ଘରର ଦ୍ୱାର ଖୋଲିବା ସମ୍ଭବ ହୋଇ ନ ଥିଲା। ପଞ୍ଚମ ଦ୍ୱାର ପାଖରେ ଅନ୍ୟ ୨ଟି ଦ୍ୱାର ଥିଲା। ପ୍ରଥମ ଦ୍ୱାରରେ ଚାବି ନ ଥିଲା। ଦ୍ୱିତୀୟ ଦ୍ୱାରଟି କାଠରେ ନିର୍ମିତ ଥିଲା। ହେଲେ ଶେଷ ଦ୍ୱାର ଲୁହାରେ ଥିଲା। ଏହା ଉପରେ ଦୁଇଟି ନାଗମୂର୍ତ୍ତି ଅଛି ଓ ପାଖରେ ଲେଖାଯାଇଛି ଏହାକୁ ଖୋଲିଲେ ସ୍ଥିତି ଭୟଙ୍କର ହେବ।

ଏହିଦ୍ୱାରରେ ଚାବି ନାହିଁ। କୁହାଯାଏ ଅଷ୍ଟନାଗ ମନ୍ତ୍ରରେ ଏହାକୁ ବନ୍ଦ କରାଯାଇଛି। ଏହି ମନ୍ତ୍ର କାହାକୁ ଜଣାନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦ୍ୱାର ପାଖକୁ ଯିଏ ଯାଉଛି ସେ ରୋଗଗ୍ରସ୍ତ ହୋଇଛି କିମ୍ବା ତା’ର ମୃତ୍ୟୁ ଘଟିଛି। ୨୦୧୧ ଜୁଲାଇ ୧୭ରେ ଏହାକୁ ଖୋଲିବାକୁ ଟିପି ସୁନ୍ଦରରାଜନ କୋର୍ଟରେ ଆବେଦନ କରିଥିଲେ। ହେଲେ ସେ ରୋଗଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡିଲେ। ଏହାପରେ ମନ୍ଦିର ପ୍ରଶାସନ ଚେତାବନୀ ଜାରି କରି ଯିଏ ଏହି ଦ୍ୱାର ଖୋଲିବ ପରିସ୍ଥିତି ଭୟଙ୍କର ହେବ ବୋଲି ନୋଟିସ୍‌ ଜାରି କରିଥିଲେ।

[caption id="attachment_146670" align="alignleft" width="218"] କୁରୁକ୍ଷେତ୍ର ସୁଡ଼ଙ୍ଗ[/caption]

ତେବେ ଏହି ଦ୍ୱାର ପଛରେ ସୁନା, କି ଭୟଙ୍କର ହତିଆର ଅଛି ତାହା ରହସ୍ୟ। ଅଥବା ପ୍ରାଚୀନ ଭାରତର କୌଶସି ଟେକ୍ନୋଲଜି ରହିଛି ନା ପାତାଳ ଲୋକକୁ ଯିବାକୁ ଏହା ରାସ୍ତା।

କୁରୁକ୍ଷେତ୍ର ସୁଡ଼ଙ୍ଗ: ମହାଭାରତ ଭୂମୀର ପ୍ରାଚୀନ କୁଲତାରଣ ତୀର୍ଥ କୂଳରେ ରହିଛି ଏହି ସୁଡ଼ଙ୍ଗ। ଯାହା ଏବେ ବି ରହସ୍ୟ ହୋଇ ରହିଛି। କୁହାଯାଏ ଏହି ତୀର୍ଥ କ୍ଷେତ୍ରରେ ପାଣ୍ଡବଙ୍କ ଅସ୍ତି ବିସର୍ଜନ ହୋଇଥିଲା।

Related story