ମନ୍ଦିର ଆଗରେ ଜୋତା ଜଗୁଥିବା ବୁଢ଼ୀମାଆ କେମିତି ଗଢ଼ିଲେ ଗୋଶାଳା, କେଉଁଠୁ ଆଣିଲେ ୪୦ଲକ୍ଷ ଟଙ୍କା

ଧନୀ ହେବାକୁ ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। ରୋଜଗାର ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ରାତାରାତି ବଡ଼ ଲୋକ ହେବାକୁ ସମସ୍ତେ ସଟ୍‌ କଟ୍‌ ରୁଟ୍ ଆପଣାଉଛନ୍ତି। ହେଲେ କେହି ନିଜ ଜୀବନ ସାରାର ପୁଞ୍ଜି ଗୋ-ସେବାରେ ଲଗାଇ ଦେବା ଶୁଣିଛନ୍ତି କି? ଆମ ଦେଶରେ ଏପରି ଜଣେ ମହିଳା ଅଛନ୍ତି ଯିଏ ମନ୍ଦିର ଆଗରେ ଜୋତା ଜଗି ଜଗି ଉପାର୍ଜନ କରିଥିବା ୪୦ ଲକ୍ଷ ଟଙ୍କା ଗୋ-ସେବାରେ […]

maa

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 05:17 PM IST

ଧନୀ ହେବାକୁ ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଚାଲିଛି। ରୋଜଗାର ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ରାତାରାତି ବଡ଼ ଲୋକ ହେବାକୁ ସମସ୍ତେ ସଟ୍‌ କଟ୍‌ ରୁଟ୍ ଆପଣାଉଛନ୍ତି। ହେଲେ କେହି ନିଜ ଜୀବନ ସାରାର ପୁଞ୍ଜି ଗୋ-ସେବାରେ ଲଗାଇ ଦେବା ଶୁଣିଛନ୍ତି କି? ଆମ ଦେଶରେ ଏପରି ଜଣେ ମହିଳା ଅଛନ୍ତି ଯିଏ ମନ୍ଦିର ଆଗରେ ଜୋତା ଜଗି ଜଗି ଉପାର୍ଜନ କରିଥିବା ୪୦ ଲକ୍ଷ ଟଙ୍କା ଗୋ-ସେବାରେ ଲଗାଇ ଦେଇଛନ୍ତି। ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ କଟନୀ ଅଞ୍ଚଳର ଏହି ୭୦ ବର୍ଷିୟା ମହିଳା ଫୁଲବତୀଙ୍କ ସମ୍ପର୍କରେ।

ମଧ୍ୟପ୍ରଦେଶର ଫୁଲବତୀ ଏବେ ଉତ୍ତର ପ୍ରଦେଶରେ ଗୋ-ସୁରକ୍ଷାର ପୋଷ୍ଟର ମହିଳା ପାଲଟି ଯାଇଛନ୍ତି। ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏକ ଗୋଶାଳା ନିର୍ମାଣ କରିବା ସହ ଅନ୍ୟ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ଆଗକୁ ଆଉ ଏକ ଗୋଶାଳା ନିର୍ମାଣ କରି ଗୋରୁଙ୍କ ସୁରକ୍ଷା କରିବାକୁ ମନ ସ୍ଥିର କରିଛନ୍ତି। କୃଷ୍ଣ ଭକ୍ତ ଫୁଲବତୀ କୁହନ୍ତି ଗୋରୁଙ୍କ ସେବା କରିବା ତାଙ୍କ ପ୍ରଭୁଙ୍କ ପାଇଁ ସବୁଠାରୁ ବଡ଼ ଭେଟି।

ସ୍ୱାମୀ ଓ ଝିଅର ଦେହାନ୍ତର ୫ ବର୍ଷ ପରେ ୧୯୮୨ରେ ଫୁଲବତୀ ମଥୁରା ପଳାଇ ଆସିଥିଲେ। ବାଙ୍କବିହାରୀ ମନ୍ଦିରର ଗେଟ୍‌ ନମ୍ବର ୨ରେ ସେ ଶ୍ରଦ୍ଧାଳୁଙ୍କ ଜୋତା ଜଗି ବଦଳରେ କିଛି ଅର୍ଥ ନେଉଥିଲେ। ଏହି ଅର୍ଥରୁ ସେ କିଛି କିଛି ଜମା ରଖୁଥିଲେ। ପରେ ସେ କଟନୀରେ ଥିବା ତାଙ୍କ ସମ୍ପତ୍ତି ବିକ୍ରି କରି ଦେଇଥିଲେ। ଜମିବିକ୍ରି ଅର୍ଥ ଓ ସଞ୍ଚୟ ଅର୍ଥକୁ ମିଶାଇ ୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ବୃନ୍ଦାବନରେ ସେ ଏକ ଗୋଶାଳା ଓ ଧର୍ମଶାଳା ନିର୍ମାଣ କରିଛନ୍ତି।

ଫୁଲବତୀ କୁହନ୍ତି,“ କ୍ରିଷ୍ଣାଙ୍କୁ ଖୁସି କରିବାକୁ ଗୋ-ସୁରକ୍ଷା ହେଉଛି ସବୁଠାରୁ ଭଲ ମାଧ୍ୟମ। ଏଥିପାଇଁ ଆଉ ଏକ ଗୋଶାଳା ନିର୍ମାଣ କରି ପ୍ରଭୁଙ୍କୁ ଭେଟି ଦେବାକୁ ଇଚ୍ଛା ରଖିଛି।”

ଏହି ସମାଜସେବୀ ମହିଳାଙ୍କର ଏକ ପୁଅ ଅଛି। ସେ କଟନୀରେ ରହୁଛନ୍ତି। ତାକୁ ଦେଖା କରିବାକୁ ଫୁଲବତୀ ବେଳେ ବେଳେ ସେଠାକୁ ଯାଇଥାନ୍ତି। ହେଲେ କିଛି ପାଇବା ଆଶାରେ କିମ୍ବା ସେଠାରେ ରହିବାକୁ ପୁଅ ପାଖକୁ ଯାଇ ନ ଥାଏ ବୋଲି ଫୁଲବତୀ କହିଛନ୍ତି।

Related story