Advertisment

‘ଜଙ୍ଗଲ ଦାଦି’ଙ୍କୁ ଜାଣିଛନ୍ତି, ୫୦୦ ପ୍ରକାର ଔଷଧ ତିଆରି କରିବାରେ ସିଦ୍ଧହସ୍ତ...

ଥିରୁଅନନ୍ତପୁରମ୍‌: ସ୍ମାର୍ଟଫୋନ୍‌ ଯୁଗରେ ଆମର ମନେ ରଖିବାର ଶକ୍ତି ଧିରେ ଧିରେ କମି କମି ଯାଉଛି। ଏହି କାମ ଏବେ ଫୋନ୍‌ ଏବଂ ଗୁଗଲ୍‌ କରୁଛି। କିଛି କଥା ମନେ ନ ପଡ଼ିଲେ ଆମେ ଫୋନ୍‌ ନ ହେଳେ ଗୁଗଲ୍‌ ଦେଖୁଛୁ। ଏପରି ଏକ ସମୟ ଥିଲା ଯେଉଁ ସମୟରେ କି ଲୋକମାନଙ୍କ ମୁହଁରେ ସବୁ କଥା ରହୁଥିଲା । ସେମାନଙ୍କୁ କିଛି ବି ବିଷୟରେ ପଚାରିଲେ ତାହା ସାଙ୍ଗେସାଙ୍ଗେ ପାଟିରୁ ବାହାରୁଥିଲା। ଏବେ ଆଉ ତାହା […]

ଅଦ୍ୟତନ ହୋଇଛି
‘ଜଙ୍ଗଲ ଦାଦି’ଙ୍କୁ ଜାଣିଛନ୍ତି,  ୫୦୦ ପ୍ରକାର ଔଷଧ ତିଆରି କରିବାରେ ସିଦ୍ଧହସ୍ତ...

a11

Advertisment

ଥିରୁଅନନ୍ତପୁରମ୍‌: ସ୍ମାର୍ଟଫୋନ୍‌ ଯୁଗରେ ଆମର ମନେ ରଖିବାର ଶକ୍ତି ଧିରେ ଧିରେ କମି କମି ଯାଉଛି। ଏହି କାମ ଏବେ ଫୋନ୍‌ ଏବଂ ଗୁଗଲ୍‌ କରୁଛି। କିଛି କଥା ମନେ ନ ପଡ଼ିଲେ ଆମେ ଫୋନ୍‌ ନ ହେଳେ ଗୁଗଲ୍‌ ଦେଖୁଛୁ। ଏପରି ଏକ ସମୟ ଥିଲା ଯେଉଁ ସମୟରେ କି ଲୋକମାନଙ୍କ ମୁହଁରେ ସବୁ କଥା ରହୁଥିଲା । ସେମାନଙ୍କୁ କିଛି ବି ବିଷୟରେ ପଚାରିଲେ ତାହା ସାଙ୍ଗେସାଙ୍ଗେ ପାଟିରୁ ବାହାରୁଥିଲା। ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ।

Advertisment

ଆମେ ଏହି ସବୁ କଥା କହିବା ତାତ୍ପର୍ଯ୍ୟ ହେଲା ଆଜି ଆପଣଙ୍କୁ ଜଣେ ମହିଳାଙ୍କ ସହ ଭେଟ କରାଇବୁ ଯିଏକି ୧୦୦ କି ୨୦୦ ପ୍ରକାର ନୂହେଁ ୫୦୦ ପ୍ରକାର ହର୍ବାଲ୍‌ ଔଷଧ ତିଆରି କରିବା ଜାଣିଛନ୍ତି। ୫୦୦ ପ୍ରକାର ଔଷଧ ତିଆରି କରିବା ପ୍ରଣାଳୀ ମନେ ରଖିବା ହେଉଛି ସବୁଠାରୁ ବଡ଼ ବିଷୟ। ତାଙ୍କୁ ‘ଜଙ୍ଗଲର ଦାଦି ’ ବୋଲି ମଧ୍ୟ କୁହାଯାଏ। ତାହାଲେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ଅଧିକ କିଛି।

ପଦ୍ମଶ୍ରୀ ସମ୍ମାନରେ ହୋଇଛନ୍ତି ସମ୍ମାନିତ

publive-image

୭୫ ବର୍ଷୀୟା ଲକ୍ଷ୍ମୀକ୍ୟୁଟେ କେରଳର ଥିରୁଅନନ୍ତପୁରମ୍‌ର କଲ୍ଲାର୍‌ରେ ରୁହନ୍ତି। ଘର କହିଲେ, ଜଙ୍ଗଲ ଭିତରେ ଏକ କୁଡ଼ିଆ  ହିଁ ତାଙ୍କର ସବୁ କିଛି।  ସେଠାରେ ରହିବା ଦ୍ୱାରା ତାଙ୍କୁ ପ୍ରକୃତିର ନିକଟତର ହେବାକୁ ସୁଯୋଗ ମିଳେ।  ଏହାର ସଦ୍‌ଉପଯୋଗ କରି ସେ ୫୦୦ ପ୍ରକାର ହର୍ବାଲ ଔଷଧ ତିଆରି କରି ପାରନ୍ତି। ସେ କେବଳ ଔଷଧ ତିଆରି କରନ୍ତି ନାହିଁ କବିତା ଲେଖନ୍ତି, ସାଉଥ୍‌ର ଇନଷ୍ଟିଚ୍ୟୁଟ୍‌ରେ ‘ନେଚୁରାଲ୍‌ ମେଡିସନ୍‌’ ଉପରେ ବକ୍ତବ୍ୟ ଦିଅନ୍ତି ଏବଂ କେରଳର Folklore Academy ରେ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି। ତାଙ୍କୁ ୨୦୧୮ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Advertisment

ଯେତେବେଳେ ତାଙ୍କୁ ଦୁନିଆ ଜାଣିବାକୁ ଲାଗିଲା

publive-image

ଏବେ ପର୍ଯ୍ୟନ୍ତ ହଜାର ହଜାର ଲୋକ ତାଙ୍କ ପାଖରୁ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ଲୋକମାନଙ୍କର କହିବା କଥା ହେଲା ତାଙ୍କ ହାତର ସ୍ପର୍ଷରେ ହିଁ ଯାଦୁ ରହିଛି। ସେ ଛୁଇଁ ଦେଲେ ହିଁ ଲୋକମାନଙ୍କୁ ଆରାମ ଲାଗିଥାଏ। ଯେତେବଳେ କେରଳ ସରକାର ତାଙ୍କୁ ‘ନେଚୁରୋପାଥି ଆୱାର୍ଡ’ ଦେଇଥିଲେ ସେତେବଳେ ଲୋକମାନେ ତାଙ୍କ ପ୍ରତିଭା ବିଷୟରେ ଜାଣିବାକୁ ଲାଗିଲେ।

ଜଙ୍ଗଲରେ ଖୋଲିଛନ୍ତି ମେଡିକାଲ୍‌

publive-image

ଲକ୍ଷ୍ମୀକ୍ୟୁଟେ ଜଙ୍ଗଲରେ ରହୁଛନ୍ତି ସତ ହେଲେ ସେଠାରେ ସେ ବୈଜ୍ଞାନିକଙ୍କ ଭଳି ଔଷଧ ଉପରେ ପରୀକ୍ଷା ନିରୀକ୍ଷା କରିଥାନ୍ତି। ଜଙ୍ଗଲର ଫଳ, ଫୁଲ, ଗଛ ଏବଂ ଗଛର ଛାଲିକୁ ନେଇ ସାପ ଏବଂ କୁକୁର କାମୁଡ଼ିଥିବା ରୋଗୀର ଚିକିତ୍ସା କରିଥାନ୍ତି। ସେ ତାଙ୍କର ସେହି କୁଡ଼ିଆକୁ ଏକ ଡାକ୍ତରଖାନାର ରୂପ ଦେଇସାରିଲେଣି।

୧୦ କି.ମି ଚାଲିକି ଯାଉଥିଲେ ସ୍କୁଲ୍‌

publive-image

ଲକ୍ଷ୍ମୀକ୍ୟୁଟେ ସେହି ସମୟରେ ସ୍କୁଲ୍‌ ଯାଉଥିଲେ ଯେତେବେଳେ କି ଆଦିବାସୀ ମହିଳାଙ୍କୁ ସ୍କୁଲ୍‌ ଯିବା ପାଇଁ ସଚେତନତା ନ ଥିଲା। ଏହା ୧୯୫୦ ମସିହାର କଥା। ସେ ତାଙ୍କ ସମ୍ପ୍ରଦାୟର ପ୍ରଥମ ଝିଅ ଯିଏକି ସ୍କୁଲ୍‌ରେ ପାଦ ଥାପିଥିଲେ। ସେତେବଳେ ତାଙ୍କୁ ସ୍କୁଲ୍‌ ଯିବା ପାଇଁ ୧୦ କି.ମି ଚାଲିକି ଯିବାକୁ ପଡ଼ୁଥିଲା। ଲକ୍ଷ୍ମୀକ୍ୟୁଟେ ଦାଦି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଛନ୍ତି। ହେଲେ ଏହାଠୁ ବହୁତ ଅଧିକା ଜ୍ଞାନର ସେ ଅଧିକାରୀ।

୧୬ ବର୍ଷ ବୟସରେ ହୋଇଥିଲା ବାହାଘର

publive-image

ଲକ୍ଷ୍ମୀକ୍ୟୁଟେଙ୍କ ବାହାଘର ୧୬ ବର୍ଷ ବୟସରେ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି। ସେ ତାଙ୍କ ଦୁଇ ପୁଅଙ୍କୁ ଭଲ ଶିକ୍ଷା ଦେଇଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସହ ଖେଳ ଖେଳିଲା। ବଡ଼ ପୁଅଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏବଂ ସାନ ପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ମା’ଙ୍କଠାରୁ ଶିଖିଥିଲେ ଔଷଧ ତିଆରି କଳା 

publive-image

ବିତିଥିବା ୬୦ ଦଶକରେ ଲକ୍ଷ୍ମୀକ୍ୟୁଟେ କେବଳ ରୋଗୀଙ୍କ ସେବା କରିନାହାନ୍ତି,  ଔଷଧ ତିଆରି କରିବା ଶିକ୍ଷା ଲାଭ କରିବାକୁ ଚାହୁଁଥିବା ଛାତ୍ରଙ୍କୁ ମଧ୍ୟ ବନସ୍ପତି ବିଜ୍ଞାନର ଶିକ୍ଷା ଦେଇଥାନ୍ତି। ସେ ତାଙ୍କ ମା’ଙ୍କଠାରୁ ଯାହା ଶିଖିଥିଲେ ତାକୁ ହିଁ ପରୀକ୍ଷା ନିରିକ୍ଷା କରି ଏତେ ବାଟ ଆଗକୁ ଯାଇପାରିଛନ୍ତି। ୨୦୧୬ରେ ତାଙ୍କୁ Indian Biodiversity Congress ହର୍ବାଲ ମେଡିସିନ୍‌ କ୍ଷେତ୍ରରେ ଯୋଗଦାନ ପାଇଁ ସମ୍ମାନିତ କରିଥିଲେ।

ଆମକୁ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ

publive-image

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲା ପରେ ଲକ୍ଷ୍ମୀକ୍ୟୁଟେ ଦାଦି କହିଥିଲେ, ‘ମୋତେ ବହୁତ ଖୁସି ଲାଗୁଛି ଯେ, ସରକାର ମୋତେ ଏତେ ବଡ଼ ସମ୍ମାନରେ ସମ୍ମାନିତ କଲେ। ମୁଁ ଜଙ୍ଗଲରେ ରହୁଛି, ଏବଂ ବୃକ୍ଷଲତାରୁ ଔଷଧ ତିଆରି କରୁଛି। ଆଜିକାଲି ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି। ମୁଁ ଚାହୁଁଛି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆମେ ଅନେକ ରୋଗକୁ ଏହି ବୃକ୍ଷ ଦ୍ୱାରା ଭଲ କରି ପାରିବା। ଏଥିପାଇଁ ଆମକୁ ଜଙ୍ଗଲ ରକ୍ଷା କରିବାକୁ ପଡ଼ିବ’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe