ଆପଣ ଘର କିଣିବାକୁ ଚାହୁଁଛନ୍ତି କି? ତାହାହେଲେ ୭୨ ଟଙ୍କାରେ ଘର କିଣନ୍ତୁ। ଏହି ସୁବିଧା ଇଟାଲୀର ଗାଙ୍ଗିରେ ପାଇ ପାରିବେ। ଘରର ଦାମ୍ ମାତ୍ର ୭୨ ଟଙ୍କା। ହେଲେ ଏ ଅଚଂଳରେ ଘର କିଣିବାକୁ କେହି ଚାହୁଁ ନାହାଁନ୍ତି। ତେବେ କାହିଁକି ଏତେ ଶସ୍ତା ସତ୍ତ୍ୱେ କେହି କିଣୁ ନାହାଁନ୍ତି ଘର। କାରଣ ହେଲା ଏ ଅଚଂଳଟି ବିପଦପୂର୍ଣ୍ଣ।
ସୂଚନା ମୁତାବକ, ଯେଉଁମାନେ ଏ ଅଚଂଳରେ ରହନ୍ତି, ସେମାନଙ୍କୁ ଚାକିରି ମିଳିନଥାଏ। ଏପରିକି କଥା କଥାକେ ଏ ଅଚଂଳର ଲୋକଙ୍କୁ ଅପହରଣ କରି ନିଅନ୍ତି ଦୁର୍ବୃତ୍ତ। ଭୟ ଓ ଆତଙ୍କ ଘେରି ରହି ଥିବାରୁ ଏ ଅଚଂଳରେ ଘର କିଣି ରହିବାକୁ କେହି ସାହାସ ଜୁଟାଇ ପାରୁନାହାଁନ୍ତି।
ସ୍ଥାନୀୟ ମେୟର ଘୋଷଣା କରିଛନ୍ତି, ୭୨ ଟଙ୍କାରେ (ଏକ ୟରୋ)ରେ ଘର ବିକ୍ରି କରାଯିବ। ଯେଉଁ ବ୍ୟକ୍ତି ଘର କିଣିବେ ସେମାନଙ୍କ ପାଇଁ କିଛି ସର୍ତ୍ତ ରହିଛି। ଘରଟି ପୁରୁଣା ହୋଇଯାଇଥିବାରୁ ଏହାର ମରାମତି ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।