୭୭ ବର୍ଷରେ ବି କରୁଛନ୍ତି ମଡେଲିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ କୋରିଆରେ ରହୁଥିବା ଚୋଇ ସୁନ୍‌ ନାମ୍ନୀ ଜଣେ ୭୭ ବର୍ଷୀୟା ବୃଦ୍ଧା ଏକ ହସ୍ପିଟାଲରେ କାମ କରନ୍ତି। ଥରେ ଟିଭିରେ ଏକ ବିଜ୍ଞାପନ ଦେଖି ମଡେଲିଂ କରିବା ଲାଗି ସେ ସ୍ଥିର କଲେ। ଏବେ ଚୋଇ ଫ୍ୟାଶନ୍‌ ଆଇକନ୍‌ ପାଲଟି ଗଲେଣି। ଏହା ସହ ସେ ସାଉଥ୍‌ କୋରିଆର ସବୁଠୁ ବୟସ୍କା ଗ୍ଲାମରସ୍‌ ମଡେଲ୍‌ ଭାବେ ମଧ୍ୟ ଜଣାଶୁଣା। ସିୟୋଲ ଫ୍ୟାଶନ ୱିକ୍‌ରେ ରାପ୍‌ ୱାକ୍‌ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। […]

chhui-3..

Niharika Rout
  • Published: Tuesday, 23 July 2019
  • , Updated: 23 July 2019, 02:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ କୋରିଆରେ ରହୁଥିବା ଚୋଇ ସୁନ୍‌ ନାମ୍ନୀ ଜଣେ ୭୭ ବର୍ଷୀୟା ବୃଦ୍ଧା ଏକ ହସ୍ପିଟାଲରେ କାମ କରନ୍ତି। ଥରେ ଟିଭିରେ ଏକ ବିଜ୍ଞାପନ ଦେଖି ମଡେଲିଂ କରିବା ଲାଗି ସେ ସ୍ଥିର କଲେ। ଏବେ ଚୋଇ ଫ୍ୟାଶନ୍‌ ଆଇକନ୍‌ ପାଲଟି ଗଲେଣି। ଏହା ସହ ସେ ସାଉଥ୍‌ କୋରିଆର ସବୁଠୁ ବୟସ୍କା ଗ୍ଲାମରସ୍‌ ମଡେଲ୍‌ ଭାବେ ମଧ୍ୟ ଜଣାଶୁଣା। ସିୟୋଲ ଫ୍ୟାଶନ ୱିକ୍‌ରେ ରାପ୍‌ ୱାକ୍‌ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

ଗ୍ଲାମରସ୍‌ ଚୋଇଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷରେ ପରିପୂର୍ଣ୍ଣ। କମ୍‌ ବୟସରେ ସ୍ୱାମୀ ଛାଡ଼ି ଚାଲିଯିବା ପରେ ଛୁଆଙ୍କ ଲାଳନପାଳନ ତାଙ୍କ ଉପରେ ନ୍ୟସ୍ତ ହେଲା। ବହୁ ବର୍ଷ ହେଲା ହସ୍ପିଟାଲରେ କାମ୍‌ କରି ସେ ପିଲାଙ୍କ ଖର୍ଚ୍ଚ ଉଠାଉଥିଲେ। ମାତ୍ର ତାହା ଯଥେଷ୍ଟ ନ ହେବାରୁ ସେ ବହୁତ ଧାରକରଜ କରି ଦେଇଥିଲେ। ଏହାକୁ ଶୁଝିବା ଲାଗି ସେ ଅନ୍ୟ କିଛି ରୋଜଗାର ପନ୍ଥା ଖୋଜୁଥିଲେ।

ଚୋଇଙ୍କ କହିବା ମୁତାବକ, ଯାହା କିଛି ରୋଜଗାର କରୁଥିଲେ, ଧାରକରଜ ଶୁଝିବାରେ ଚାଲି ଯାଉଥିଲା। ଦିନକୁ ଦିନ ଚିନ୍ତା ବଢ଼ି ଚାଲିଥିଲା।  ସଂଘର୍ଷ କରି କରି ଥକି ପଡ଼ିଥିଲେ। ଏଥିଲାଗି ଜୀବନରେ ସେ ପରିବର୍ତ୍ତନ ଚାହୁଁଥିଲେ।

ସେ କହିଛନ୍ତି, ଥରେ ଏକ ବିଜ୍ଞାପନ ଦେଖି ପରିଣତ ବୟସରେ ମଧ୍ୟ ମଡେଲିଂ କରିବାକୁ ନିଷ୍ପତ୍ତି ନେଲି। ଏଥିଲାଗି ମଡେଲିଂ କ୍ଲାସ୍‌ରେ ଆଡମିଶନ୍‌ ନେଲି।

ଲୋକେ ତାଙ୍କୁ ଖୁବ୍‌ ପସନ୍ଦ କରୁଛନ୍ତି। ବହୁ କମ୍ପାନୀ ତରଫରୁ ବିଜ୍ଞାପନ ଲାଗି ତାଙ୍କ ନିକଟକୁ ଅଫର ସୁଅ ଛୁଟୁଛି।

ଚୋଇଙ୍କ କହିବା ମୁତାବକ, ଷ୍ଟାଇଲିଶ୍‌ ଟ୍ରେଣ୍ଡ ସହ ସେ ପୂର୍ବରୁ ପରିଚିତ ଥିଲେ। କାରଣ  ହସ୍ପିଟାଲରେ କାମ କରିବା ସମୟରେ ସେ ଚୁଟି ରଙ୍ଗ କରୁଥିଲେ।  ରୋଗୀମାନେ ଚାହାନ୍ତି ନାହିଁ ଯେ, ଜଣେ ବୟସ୍କା ମହିଳା ସେମାନଙ୍କ ସେବା କରନ୍ତୁ। ତେଣୁ ସେବେଠୁ ସେ  ନିଜ ରୂପଚର୍ଯ୍ୟା ଉପରେ ଧ୍ୟାନ ଦେଉଥିଲେ।

 

Related story