ଫିଟ୍ @୯୮ : ବଙ୍କୁଲି ବାଡି ଧରିବା ବୟସରେ ଶିଖାଉଛନ୍ତି ଯୋଗ

ଭାରତ ଏପରି ଏକ ଦେଶ ଯେଉଁଠି ଆଶ୍ଚର୍ଯ୍ୟଜନକ କାରାନାମା ଦେଖିବାକୁ ମିଳିଥାଏ। ସେହିପରି ଏକ କାରାନାମା କରି ଗଣମାଧ୍ୟମର ଶିରୋନାମାରେ ତାମିଲନାଡ଼ୁର ୯୮ ବର୍ଷିୟ ମହିଳା। ନାମ ଭି ନାନାମାଲ। ବୟସକୁ ମାତ୍ ଦେଇ ଦେଶର ବୟସ୍କ ଯୋଗ ଟ୍ରେନରର ଆଖ୍ୟା ପାଇଛନ୍ତି। ଯୋଗ  ମାଧ୍ୟମରେ ସେ ଶରୀରକୁ ପ୍ରତ୍ୟେକ ଅଙ୍ଗକୁ ଏପରି ବୁଲାଉଛନ୍ତି ଯେ ସାଧାରଣ ଲୋକ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୧୦ ବର୍ଷ ବୟସରୁ ଜେଜବାପାଙ୍କ ଠାରୁ ଯୋଗଶିକ୍ଷା ଆରମ୍ଭ କରିଥିବା ଏହି ମହିଳା […]

yoga women teacher 1

Rakesh Mallick
  • Published: Monday, 24 April 2017
  • , Updated: 24 April 2017, 09:24 PM IST

ଭାରତ ଏପରି ଏକ ଦେଶ ଯେଉଁଠି ଆଶ୍ଚର୍ଯ୍ୟଜନକ କାରାନାମା ଦେଖିବାକୁ ମିଳିଥାଏ। ସେହିପରି ଏକ କାରାନାମା କରି ଗଣମାଧ୍ୟମର ଶିରୋନାମାରେ ତାମିଲନାଡ଼ୁର ୯୮ ବର୍ଷିୟ ମହିଳା। ନାମ ଭି ନାନାମାଲ। ବୟସକୁ ମାତ୍ ଦେଇ ଦେଶର ବୟସ୍କ ଯୋଗ ଟ୍ରେନରର ଆଖ୍ୟା ପାଇଛନ୍ତି। ଯୋଗ  ମାଧ୍ୟମରେ ସେ ଶରୀରକୁ ପ୍ରତ୍ୟେକ ଅଙ୍ଗକୁ ଏପରି ବୁଲାଉଛନ୍ତି ଯେ ସାଧାରଣ ଲୋକ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

୧୦ ବର୍ଷ ବୟସରୁ ଜେଜବାପାଙ୍କ ଠାରୁ ଯୋଗଶିକ୍ଷା ଆରମ୍ଭ କରିଥିବା ଏହି ମହିଳା ଜଣକ ପ୍ରତିଦିନ ୧୦୦ପିଲାଙ୍କୁ ଯୋଗ ଶିଖାଉଛନ୍ତି। ପ୍ରତିଦିନ ଯୋଗ କରିବା ହେତୁ କେବେ ସେ ହସ୍ପିଟାଲ ଯାଇନାହାନ୍ତି କି ତାଙ୍କୁ କୌଣସି ପ୍ରକାର ରୋଗ ମଧ୍ୟ ହୋଇନାହିଁ। ୧୪ ବର୍ଷ ବୟସରେ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ସେ ବିଜୟୀ ହୋଇଥିଲେ। କିଛିଦିନ ପୂର୍ବେ ଆଣ୍ଡାମାନ ଓ ନିକୋବରରେ ହୋଇଥିବା ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ସେ ବିଜେତା ଘୋଷିତ ହୋଇଛନ୍ତି। ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ଏହି ମହିଳା ଜଣଙ୍କ ଆମିଷକୁ ନିଜ ଠାରୁ ଦୂରେଇଛନ୍ତି।  ୩ ଝିଅ ଏବଂ ୨ ପୁଅଙ୍କୁ ନେଇ ତାଙ୍କ ସଂସାର।

Related story