ମୁମ୍ବାଇ: ମେଡିକାଲ କି ଘରେ ନୁହେଁ ଉଡନ୍ତା ବିମାନରେ ଜନ୍ମ ନେଇଛି ଏକ ନବଜାତ ଶିଶୁ । ଜନ୍ମ ହେବାପରେ ଶିଶୁ ପାଇଁ ମାଗଣାରେ ବିମାନ ଯାତ୍ରା କରିବା ପାଇଁ ଘୋଷଣା କରିଛି ଏୟାର ଏଜେନ୍ସି।
ସୂଚନା ଅନୁଯାୟୀ, ଗତ ଶନିବାର ଜଣେ ଗର୍ଭବତୀ ବିମାନରେ ସାଉଦିଆରବରୁ କୋଚି ଆସୁଥିଲେ। ହଠାତ ଫ୍ଳାଇଟରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା। ଜରୁରୀକାଳିନ ପରିସ୍ଥିତି ଦେଖାଇ ବିମାନଟିକୁ ମୁମ୍ବାଇରେ ଲ୍ୟାଣ୍ଡ କରାଯାଉଥିବା ସମୟରେ ମହିଳା ଜଣଙ୍କ 30,000 ଫୁଟ ଉଚ୍ଚରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ବିମାନରେ ଉପସ୍ଥିତ ଚିକିତ୍ସକଙ୍କ ସାହାର୍ଯ୍ୟରେ ଶିଶୁଟିର ଜନ୍ମ ହୋଇଥିଲା। ଶିଶୁଟିର ଜନ୍ମକୁ ନେଇ ସମସ୍ତ ଯାତ୍ରୀ ଖୁସିଥିବା ବେଳେ ପ୍ରଥମ ଥର ସେହି ପ୍ଲେନରେ କୌଣସି ଶିଶୁ ଜନ୍ମ ନେଇଥିବାରୁ ଏୟାରଲାଇନ୍ସ ତରଫରୁ ସେହି ନବଜାତ ଶିଶୁକୁ ଜୀବନକାଳ ପାଇଁ ମାଗଣାରେ ଯାତ୍ରା କରିବା ପାଇଁ ପାସ୍ ପ୍ରଦାନ କରିଥିଲେ। ପରେ ବିମାନଟି ନିର୍ଦ୍ଧାରିତ ସମୟ ଠାରୁ ୯୦ ମିନିଟ୍ ବିଳମ୍ବରେ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା।