ବିଦ୍ୟୁତ୍‌ ଖୁଣ୍ଟ ତଳେ ବାଜି ଲାଗିଛି ଜୀବନ: ପଢ଼ିବାର ଇଚ୍ଛା ଆଗରେ ହାର ମାନିଛି ଅଭାବ... ପଢ଼ନ୍ତୁ ଦିବ୍ୟାର କାହାଣୀ

ନୂଆଦିଲ୍ଲୀ: ଦୃଢ ଇଚ୍ଛାଶକ୍ତି ଆଗରେ ଭଗବାନ ମଧ୍ୟ ହାର୍ ମାନିଥାନ୍ତି। ସଫଳତାର ସ୍ୱାଦ ଚାଖିବାକୁ ହେଲେ ମନରେ ରହିବା ଦରକାର ଦୃଢ ପ୍ରତିଜ୍ଞା । ଜଣେ ଅଭାବୀ କୁନି ଝିଅର ଦୃଢ ପ୍ରତିଜ୍ଞା ଆଗରେ ହାର୍ ମାନିଛି ଗରିବୀ। ଦୃଢ ଇଚ୍ଛାଶକ୍ତି ପାଇଁ କୁନି ଝିଅଟି ଜିତିପାରିଛି ସମସ୍ତଙ୍କ ହୃଦୟ। ଉତ୍ତରପ୍ରଦେଶର କୁନି ଝିଅ ଦିବ୍ୟା। ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏହି କୁନି ଝିଅର ଫଟୋ। ପାଠ ପଢ଼ିବାର ଆଗ୍ରହ ଦିବ୍ୟାକୁ ଟାଣି ଆଣିଛି […]

divya

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 11:55 AM IST

ନୂଆଦିଲ୍ଲୀ: ଦୃଢ ଇଚ୍ଛାଶକ୍ତି ଆଗରେ ଭଗବାନ ମଧ୍ୟ ହାର୍ ମାନିଥାନ୍ତି। ସଫଳତାର ସ୍ୱାଦ ଚାଖିବାକୁ ହେଲେ ମନରେ ରହିବା ଦରକାର ଦୃଢ ପ୍ରତିଜ୍ଞା । ଜଣେ ଅଭାବୀ କୁନି ଝିଅର ଦୃଢ ପ୍ରତିଜ୍ଞା ଆଗରେ ହାର୍ ମାନିଛି ଗରିବୀ। ଦୃଢ ଇଚ୍ଛାଶକ୍ତି ପାଇଁ କୁନି ଝିଅଟି ଜିତିପାରିଛି ସମସ୍ତଙ୍କ ହୃଦୟ।

ଉତ୍ତରପ୍ରଦେଶର କୁନି ଝିଅ ଦିବ୍ୟା। ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏହି କୁନି ଝିଅର ଫଟୋ। ପାଠ ପଢ଼ିବାର ଆଗ୍ରହ ଦିବ୍ୟାକୁ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ। ରେଳ ଷ୍ଟେସନର କୋଳାହଳମୟ ପରିବେଶର ମିଞ୍ଜିମିଞ୍ଜି ଆଲୁଅରେ ସେ ପଢୁଛି ପାଠ। କାରଣ ତା’ ଘରେ ନାହିଁ ବିଜୁଳି ସୁବିଧା। ହୋମ ୱାର୍କ ସାରିବା ପାଇଁ  ରେଳ ଷ୍ଟେସନର ଆଲୁଅ ହିଁ ଦିବ୍ୟାର ଏକମାତ୍ର ଭରସା। ତେଣୁ ପ୍ରତିଦିନ ପାଠ ପଢିବାକୁ ଚାଲି ଆସିଥାଏ ସେ ରେଳ ଷ୍ଟେସନ। ଦୀର୍ଘ ସମୟ ଧରି ରେଳ ଷ୍ଟେସନରେ ବସି ପାଠ ପଢୁଥିଲେ ମଧ୍ୟ ଷ୍ଟେସନର କୋଳାହଳମୟ ପରିବେଶର କିଛି ବି ପ୍ରଭାବ ପଡି ନଥାଏ ଦିବ୍ୟା ଉପରେ।

ସୌଜନ୍ୟ-ଏନ୍‌ଡିଟିଭି

Related story