ପରପୁରୁଷ ରାଜା ନିଜ ପୁରୁଷ କ୍ରୀତଦାସ: ଏଠି ଭିନ୍ନ ସତୀତ୍ୱର ପରିଭାଷା

ସବୁଦେଶରେ ଚଳଣି ଓ ପରମ୍ପରା ଭିନ୍ନ ଭିନ୍ନ ଥାଏ । ସେଥିପାଇଁ କୁହାଯାଇଥାଏ, ଯେଉଁ ଦେଶକୁ ଯିବ ସେ ଦେଶର ଫଳ ଖାଇବ। କେଉଁ ଦେଶରେ ପୁରୁଷଙ୍କୁ ସ୍ୱାଧୀନତା ଦିଆଯାଉଥିବା ବେଳେ ମହିଳାଙ୍କୁ ଏ ସବୁ ସୁବିଧା ମିଳି ନ ଥାଏ । କିନ୍ତୁ ପଶ୍ଚିମ ଆଫ୍ରିକାର ନାଇଜର ଦେଶରେ ରହୁଥିବା ଜନଜାତିଙ୍କ ପରମ୍ପରା ସମସ୍ତଙ୍କ ଠାରୁ ଟିକିଏ ନିଆରା। ଏହି ଦେଶରେ ବସବାସ କରୁଥିବା ମହିଳାଙ୍କୁ ସମସ୍ତ କାମ କରିବା ପାଇଁ ସ୍ୱାଧୀନତା ଦିଆଯାଉଥିବା ବେଳେ […]

-tuareg-tribe-women

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 02:19 PM IST

ସବୁଦେଶରେ ଚଳଣି ଓ ପରମ୍ପରା ଭିନ୍ନ ଭିନ୍ନ ଥାଏ । ସେଥିପାଇଁ କୁହାଯାଇଥାଏ, ଯେଉଁ ଦେଶକୁ ଯିବ ସେ ଦେଶର ଫଳ ଖାଇବ। କେଉଁ ଦେଶରେ ପୁରୁଷଙ୍କୁ ସ୍ୱାଧୀନତା ଦିଆଯାଉଥିବା ବେଳେ ମହିଳାଙ୍କୁ ଏ ସବୁ ସୁବିଧା ମିଳି ନ ଥାଏ । କିନ୍ତୁ ପଶ୍ଚିମ ଆଫ୍ରିକାର ନାଇଜର ଦେଶରେ ରହୁଥିବା ଜନଜାତିଙ୍କ ପରମ୍ପରା ସମସ୍ତଙ୍କ ଠାରୁ ଟିକିଏ ନିଆରା। ଏହି ଦେଶରେ ବସବାସ କରୁଥିବା ମହିଳାଙ୍କୁ ସମସ୍ତ କାମ କରିବା ପାଇଁ ସ୍ୱାଧୀନତା ଦିଆଯାଉଥିବା ବେଳେ ପୁରୁଷଙ୍କୁ ଏସବୁ ସୁବିଧା ମିଳେ ନାହିଁ। ସେଠାରେ ବସବାସ କରୁଥିବା ମହିଳା ବିବାହ ପୂର୍ବରୁ ପର ପୁରୁଷ ସହ ଶାରିରୀକ ସଂପର୍କ ରଖନ୍ତି।। ସେମାନେ ନିଜ ପସନ୍ଦର ପୁରୁଷଙ୍କୁ ବିବାହ କରନ୍ତି। ବିବାହ ପରେ ମଧ୍ୟ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସଂପର୍କ ରଖିନ୍ତି। କିନ୍ତୁ ସେଠାରେ ବସବାସ କରୁଥିବା ଯୁବକ ନିଜ ଚେହେରାକୁ ଲୁଚାଇ ରଖିବାକୁ ପଡ଼ିଥାଏ।  ସେଠାକାର ମହିଳା  ନିଜ ଇଚ୍ଛାରେ ସ୍ୱାମୀକୁ  ଛାଡପତ୍ର ଦିଅନ୍ତି।  ସ୍ୱାମୀକୁ ଛାଡ଼ପତ୍ର ଦେବା ପରେ ଘରେ ଭୋଜିଭାତ ହୋଇଥାଏ।

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ମହିଳାମାନେ ସ୍ୱାମୀକୁ ଛାଡ଼ପତ୍ର ଦେବା ସହ ନିଜ ଇଚ୍ଛା ଅନୁସାରେ  ଜିନିଷ ମାଗି ନେଇଥାନ୍ତି। ଅନ୍ୟ ମହିଳାଙ୍କ ପରି ସେମାନେ ମୁଣ୍ଡରେ ଓଢ଼ଣୀ ଦେଇ ନ ଥାନ୍ତି, କାରଣ ସେମାନଙ୍କ ମୁହଁ ପୁରୁଷଙ୍କ ପରି ଦେଖାଯାଇଥାଏ।

Related story