ପରିଶ୍ରମ ଓ ନିଷ୍ଠା ଆଗରେ ହାର ମାନିଗଲା ପ୍ରକୃତି: ଜାଣନ୍ତୁ ଜଣେ ଦିବ୍ୟାଙ୍ଗ କିପରି ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣାର ଦୂତ

ଶାରିରୀକ ହେଉ ଅବା ମାନସିକ ଆମେ ସବୁ କ୍ଷେତ୍ରରେ ନିଜ ଅଙ୍ଗପ୍ରତ୍ୟଙ୍ଗ ଉପରେ ନିର୍ଭରଶୀଳ। ବିନା ହାତ କିମ୍ବା ଗୋଡରେ ଗୋଟେ ଦିନ କାଟିବା ଆମ ପାଇଁ ଅସମ୍ଭବ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କର ପ୍ରତିଭା ବଳରେ ସେ ଅନ୍ୟାମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କେବଳ ଯେ ନିଜ ଦୈନଦିନ କାମ କରୁଛନ୍ତି ତା ନୁହେଁ, ଛବି ଆଙ୍କିବାଠୁ ଆରମ୍ଭ କରି ସ୍ୱିମିଙ୍ଗ ପର୍ଯ୍ୟନ୍ତ ସମସ୍ତ କଠିନ […]

nicccc

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 06:21 PM IST

ଶାରିରୀକ ହେଉ ଅବା ମାନସିକ ଆମେ ସବୁ କ୍ଷେତ୍ରରେ ନିଜ ଅଙ୍ଗପ୍ରତ୍ୟଙ୍ଗ ଉପରେ ନିର୍ଭରଶୀଳ। ବିନା ହାତ କିମ୍ବା ଗୋଡରେ ଗୋଟେ ଦିନ କାଟିବା ଆମ ପାଇଁ ଅସମ୍ଭବ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କର ପ୍ରତିଭା ବଳରେ ସେ ଅନ୍ୟାମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କେବଳ ଯେ ନିଜ ଦୈନଦିନ କାମ କରୁଛନ୍ତି ତା ନୁହେଁ, ଛବି ଆଙ୍କିବାଠୁ ଆରମ୍ଭ କରି ସ୍ୱିମିଙ୍ଗ ପର୍ଯ୍ୟନ୍ତ ସମସ୍ତ କଠିନ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ହିରୋ।

ଅଷ୍ଟ୍ରେଲିଆର 33 ବର୍ଷୀୟ ‘ନିକ ବୁଜିକିକ’ ଜନ୍ମରୁ ସେ ଫୋକମେଲିଆ ରୋଗରେ ଶିକାର ହୋଇଥିଲେ। ସାଧାରଣତଃ ଏହି ରୋଗ ହେବା ଦ୍ୱାରା ଶିଶୁଟି ଜନ୍ମରୁ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥାଏ। ଏହି ରୋଗ ପାଇଁ ‘ନିକ’ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ଅନେକ ଥର ବିଭିନ୍ନ ଲୋକଙ୍କ ଦ୍ୱାରା ପରିହାସ ମଧ୍ୟ ହୋଇଛନ୍ତି। ଏସବୁ ଦୁଃଖରୁ ନିବୃତ ପାଇବା ପାଇଁ ସେ ସ୍କୁଲରେ ପଢୁଥିବା ସମୟରେ ଥରେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ।

ପରେ ଧିରେ ଧିରେ ସେ ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିଲେ। ସେ ବି ଚିନ୍ତାକଲେ ଚେଷ୍ଟା ଓ କଠିନ ପରିଶ୍ରମ ବଳରେ ଅନ୍ୟମାନଙ୍କ ପରି ସମାଜରେ ବଞ୍ଚିବା ପାଇଁ। ଫଳରେ ନିଜ ପ୍ରଚେଷ୍ଟା ବଳରେ ଚିତ୍ର ଆଙ୍କିବା ଠୁ ଆରମ୍ଭ କରି ସ୍ୱିମିଙ୍ଗ ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିବାକୁ ଲାଗିଲେ। ଏହାସହ ସେ ସ୍କାଏ ଡ୍ରାଇଭିଂରେ ମଧ୍ୟ ପାରଙ୍ଗମ ହୋଇଗଲେ। ତାଙ୍କର ଏପରି  ଜୀବନଶୈଳୀ ପାଇଁ ଅନେକ ଲୋକ ତାଙ୍କ ଠାରୁ ପ୍ରେରିତ ହେବାକୁ ଲାଗିଲେ।

ବର୍ତ୍ତମାନ ସେ ଲୋକଙ୍କ ପାଖରେ ଜଣେ ପରିଚିତ ଚେହେରା ପାଲଟିଯାଇଛନ୍ତି। ସେ ଏପର୍ଯ୍ୟନ୍ତ 57ଟି ଦେଶକୁ ଯାଇ ପାଖାପାଖି 1ଲକ୍ଷ 10ହଜାର ଲୋକଙ୍କୁ ତାଙ୍କ ପ୍ରତିଭା ମାଧ୍ୟମରେ ଆକର୍ଷିତ କରିଲାରିଲେଣି। ନିଜର ଏକ ଇଣ୍ଟରନ୍ୟାସନାଲ ନନ୍ ପ୍ରଫିଟାରି ସଂସ୍ଥା ମାଧ୍ୟମରେ ସେ ଗୁଣ୍ଡାରାଜକୁ ବିରୋଧ କରିବା ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ନିକଟରେ ସେ ଏକ ବହି ‘ଲଭ ଉଇଦାଉଟ୍‌ ଲିମିଟ୍‌’ ରଚନା କରି ଚର୍ଚ୍ଚାକୁ ଆସିଥିଲେ।  ‘ନିକ’ଙ୍କ ଜୀବନରେ ଏବେ ତାଙ୍କ ସ୍ତ୍ରୀ ‘କାନେ ମିଆହରା’ଙ୍କ ସହ ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛି।

Related story