ଡକ୍ତର କଲାମଙ୍କ ଡ୍ରାଇଭର ଏବେ ଇତିହାସ ପ୍ରଫେସର: ଜାଣନ୍ତୁ ସଫଳତା ପଛର କାହାଣୀ

ନୂଆଦିଲ୍ଲୀ: ଆମ ଦେଶରେ ଜଣେ ଡ୍ରାଇଭରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟତଃ କମ ରହିଥାଏ। ହେଲେ କାହାର ଗାଡି ଚଳାଉଥିବା ବେଳେ ପାଠ ପଢି ଜଣେ ଇତିହାସ ଅଧ୍ୟାପକ ହେବା କୌଣସି ବଡ଼ ସଫଳତା ଠାରୁ କମ ନୁହେଁ। ଏପରି କରି ଦେଖାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜି ଅବଦୁଲ କଲାମଙ୍କ ଡ୍ରାଇଭର କଥିରେସନ। ସେ ଏବେ ଇତିହାସ ଅଧ୍ୟାପକ ଭାବେ କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଆସନ୍ତୁ ଜାଣିବା କଥିରେସନଙ୍କ ସଫଳତାର କାହାଣୀ। ଭାରତର ଲୋକପ୍ରୀୟ ରାଷ୍ଟ୍ରପତି […]

kathiresan

Rakesh Mallick
  • Published: Tuesday, 22 August 2017
  • , Updated: 29 September 2017, 02:02 AM IST

ନୂଆଦିଲ୍ଲୀ: ଆମ ଦେଶରେ ଜଣେ ଡ୍ରାଇଭରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟତଃ କମ ରହିଥାଏ। ହେଲେ କାହାର ଗାଡି ଚଳାଉଥିବା ବେଳେ ପାଠ ପଢି ଜଣେ ଇତିହାସ ଅଧ୍ୟାପକ ହେବା କୌଣସି ବଡ଼ ସଫଳତା ଠାରୁ କମ ନୁହେଁ। ଏପରି କରି ଦେଖାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜି ଅବଦୁଲ କଲାମଙ୍କ ଡ୍ରାଇଭର କଥିରେସନ। ସେ ଏବେ ଇତିହାସ ଅଧ୍ୟାପକ ଭାବେ କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଆସନ୍ତୁ ଜାଣିବା କଥିରେସନଙ୍କ ସଫଳତାର କାହାଣୀ।

ଭାରତର ଲୋକପ୍ରୀୟ ରାଷ୍ଟ୍ରପତି ସ୍ୱର୍ଗତ କଲାମଙ୍କ ଡ୍ରାଇଭର ରହି ସାରିଥିବା କଥିରେସନ, ନିଜର ପ୍ରଥମ ଚାକିରି ସେନାରେ ଡ୍ରାଇଭର ଭାବେ ଆରମ୍ଭ କରିଥିଲେ।

ଥରେ କଲାମ ତାମିଲନାଡୁର ବିରୁଦନଗରର ଏକ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାର ପାଖରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଦେଖା କରିବାକୁ ଆସିଥିଲେ। ହେଲେ ସେ ଡେରିଲେ ପହଞ୍ଚିବାରୁ ତାଙ୍କୁ ଭିତରକୁ ଛଡାଯାଇ ନଥିଲା। କିଛି ସମୟ ଅପେକ୍ଷା କରିବା ପରେ ରାଷ୍ଟ୍ରପତି ପିଡବ୍ଲ୍ୟୁଡି ବଙ୍ଗଳାରେ ଭୋଜନ କରିବେ ବୋଲି ଜାଣିବାକୁ ପାଇଥିଲେ। ସେ ବିଳମ୍ୱ ନକରି ବଙ୍ଗଳାରେ ପହଞ୍ଚି ଯାଇଥିଲେ। ରାଷ୍ଟ୍ରପତିଙ୍କ ନଜର ଯେତେବେଳେ ସେହି ବ୍ୟକ୍ତିଙ୍କ ଉପରେ ପଡିଥିଲା ସେ, ଆତ୍ମିୟତାର ସହ ତାଙ୍କୁ ପାଖକୁ ଡାକି ଭୋଜନ ନିମନ୍ତେ ଭିତରକୁ ନେଇଯାଇଥିଲେ। ଏହି ବ୍ୟକ୍ତି ଜଣଙ୍କ ଅନ୍ୟ କେହି ନଥିଲେ କଥିରେସନ ହିଁ ଥିଲେ।

କଥିରେସନ ୧୦ମ ଫେଲ୍‌ ହେବା ପରେ ସେନାରେ ଡ୍ରାଇଭର ଭାବେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ପୋଷ୍ଟିଂ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥାନ ଆଲ୍ଲାହାବାଦରେ ହୋଇଥିଲା। ସେବେଠାରୁ ସେ କଲାମଙ୍କ ସହ କାମ କରିବାକୁ ଲାଗିଥିଲେ। କଲାମ ମଧ୍ୟ କଥିରେସନଙ୍କ ସହ ମିଶିଯାଇଥିଲେ। ସେ ଯେଉଁ ଆଡେ ଯାଉଥିଲେ କଥିରେସନଙ୍କୁ ସାଙ୍ଗରେ ନେଉଥିଲେ।

କଥିରେସନ ଇଂରେଜରେ ବହୁତ ଦୁର୍ବଳ ଥିବା ଓ ଦଶମ ଶ୍ରେଣୀ ପରୀକ୍ଷାରେ ଏହି ବିଷୟରେ ମାତ୍ର ୨୬ ମାର୍କ ରଖିଥିବା କଲାମଙ୍କୁ କହିଥିଲେ। ଏହାପରେ କଲାମ ତାଙ୍କୁ ଇଂରାଜୀ ଶିଖିବାରେ ସାହାଯ୍ୟ କରିଥିଲେ। କଲାମଙ୍କ ସହଯୋଗ ପାଇ କଥିରେସନ ପୁଣି ଥରେ ପାଠପଢା ଆରମ୍ଭ କରିଥିଲେ। ସେ କଲେଜ ପାଠ ପଢା ଓ ପିଏଚ୍‌ଡି ଶେଷ କରିଥିଲେ। ଏବେ ସେ ଇତିହାସ ଅଧ୍ୟାପକ ଭାବେ ସରକାରୀ ସାଇନ୍ସ ଏବଂ ଆର୍ଟ୍ସ ଅଥୁରରେ ପଢାଉଛନ୍ତି।

Related story