୧୩ ବର୍ଷ ପରେ ମିଳିଲା ହଜିଥିବା ମୁଦି, କେଉଁଠୁ ଜାଣନ୍ତି?

କାନାଡା:  ବେଳେବେଳେ ହଜିଥିବା ପୁରୁଣା ଜିନିଷଟିଏ ଖୋଜୁଖୋଜୁ ମିଳିଯାଏ ଆଉ ଗୋଟିଏ ଜିନିଷ। ଆଉ ପୁରୁଣା ଜିନିଷଟିଏ ମିଳିଗଲେ ମନ ଖୁସି ହୋଇଯାଏ। କିନ୍ତୁ ଯଦି ୧୩ ବର୍ଷ ତଳର ଏକ ଜିନିଷ, ଯାହାକୁ ଆପଣ କେବେବି ଆଉ ପାଇବେନି ବୋଲି ଭାବିଥିବେ, ତାହା ହଠାତ୍ ମିଳିଯାଏ, ତେବେ ମନ ସତରେ ଖୁସି ହୋଇଯାଏ। ସେମିତି ଏକ ଘଟଣା ଘଟିଛି କାନାଡ଼ାରେ। ଯଦି ଆପଣ କୈଣସି ଜିନିଷକୁ ମନପ୍ରାଣ ଦେଇ ଖୋଜିବେ, କିମ୍ୱା ତାକୁ ହାସଲ କରିବାକୁ […]

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 02:52 PM IST

କାନାଡା:  ବେଳେବେଳେ ହଜିଥିବା ପୁରୁଣା ଜିନିଷଟିଏ ଖୋଜୁଖୋଜୁ ମିଳିଯାଏ ଆଉ ଗୋଟିଏ ଜିନିଷ। ଆଉ ପୁରୁଣା ଜିନିଷଟିଏ ମିଳିଗଲେ ମନ ଖୁସି ହୋଇଯାଏ। କିନ୍ତୁ ଯଦି ୧୩ ବର୍ଷ ତଳର ଏକ ଜିନିଷ, ଯାହାକୁ ଆପଣ କେବେବି ଆଉ ପାଇବେନି ବୋଲି ଭାବିଥିବେ, ତାହା ହଠାତ୍ ମିଳିଯାଏ, ତେବେ ମନ ସତରେ ଖୁସି ହୋଇଯାଏ। ସେମିତି ଏକ ଘଟଣା ଘଟିଛି କାନାଡ଼ାରେ।

ଯଦି ଆପଣ କୈଣସି ଜିନିଷକୁ ମନପ୍ରାଣ ଦେଇ ଖୋଜିବେ, କିମ୍ୱା ତାକୁ ହାସଲ କରିବାକୁ ଚାହିଁବେ, ତେବେ କୁହାଯାଏ ତାହା ଆପଣ କେବେ ନା କେବେ ପାଇବେ। ଏମିତି ଘଟଣା ଘଟିଛି କାନାଡ଼ାର ମେରି ଗ୍ରାମଙ୍କ କ୍ଷେତ୍ରରେ। ୧୩ ବର୍ଷ ତଳେ ହଜି ଯାଇଥିବା ତାଙ୍କର ଏକ ପ୍ରିୟ ମୁଦି ତାଙ୍କୁ ଏବେ ମିଳି ଯାଇଛି। ତାହା ପୁଣି ଏକ ଆଶ୍ଚର୍ଯ୍ୟ ଢ଼ଙ୍ଗରେ। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁଯାୟୀ, ମେରି ତାଙ୍କ ନିର୍ବନ୍ଧ ମୁଦିକୁ ୨୦୦୪ରେ ତାଙ୍କ ବଗିଚାରେ କିଛି କାମ କରୁଥିବା ସମୟରେ ହଜାଇ ଦେଇଥିଲେ। ଅନେକ ଖୋଜିବା ପରେ ମଧ୍ୟ ସେ ମୁଦି ତାଙ୍କୁ ମିଳି ନଥିଲା। ଇତିମଧ୍ୟରେ ୧୩ ବର୍ଷ ବିତି ଗଲା। ତାଙ୍କ ପୁଅ ବଡ଼ ହୋଇ ବାହାହେଲା ଆଉ ଘରୁ ବୋହୂ ବି ଆସିଲା। କିଛିଦିନ ତଳେ ସେ ତାଙ୍କ ବୋହୂଙ୍କ ସହ ବଗିଚାରେ ପରିବା ତୋଳୁଥିବା ସମୟରେ ସେ ହାଠାତ୍ ସେଇ ପୁରୁଣା ମୁଦିଟିକୁ ପାଇଥିଲେ। ତାହା ସେ କେଉଁଠୁ ପାଇଲେ ଜାଣନ୍ତି?

ମୁଦିଟି ତାଙ୍କ ବଗିଚାରେ ଫଳିଥିବା ଏକ ଗାଜରରେ ପଶି ରହିଥିଲା। ଯାହାକୁ ଖୋଜି ଖୋଲି ସେ ନୟାନ୍ତ ହୋଇଥିଲେ, ୧୩ ବର୍ଷ ପରେ ତାକୁ ଏମିତି ଏକ ଚମତ୍କାର ଢ଼ଙ୍ଗରେ ପାଇବେ ବୋଲି କେବେ ବିଶ୍ୱାସ କରିନଥିଲେ। ମୁଦିଟିକୁ ପାଇବା ପରେ ମେରି ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଥିଲେ। କାରଣ ତାହା ଥିଲା ତାଙ୍କ ସ୍ୱାମୀଙ୍କର ଶେଷ ସନ୍ତକ।

Related story